ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଏକ ପରିବେଶ ଉପଯୋଗୀ ଗାଁଁ ପ୍ରତିଷ୍ଠା କରି କଶ୍ମୀରର ଫୟାଜ ଅହମ୍ମଦ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କଶ୍ମୀରର ଗଣ୍ଡରବାଲ୍ ଜିଲାରେ ସେ ଏହି ଇକୋ ଭିଲେଜ କରି ଇକୋ ଟୁରିଜମ୍ ସହ କଶ୍ମୀରର କଳା ସ୍ଥାପତ୍ୟକୁ ଉତ୍ସାହିତ କରୁଛନ୍ତି। ଏହି ଭିଲେଜ୍ର ନାମ ରଖାଯାଇଛି ସାଗ୍। ଭିଲେଜ୍ରେ ଘର ତିଆରି ହୋଇଛି ମାଟିରେ। ଜୈବିକ ପଦ୍ଧତିରେ ଚାଷ କରାଯାଉଛି। ଏହା ଏକ ବର୍ଜ୍ୟଶୂନ୍ୟ ଗାଁ ଭାବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଏହା କଶ୍ମୀରର ପ୍ରଥମ ତଥା ପରିବେଶ ପରିସଂସ୍ଥା ଉପଯୋଗୀ ଗାଁ ଭାବେ ମାନ୍ୟତା ବି ପାଇଛି। ଦେଢ଼ ଏକରରୁ ଊର୍ଦ୍ଧ୍ୱ ଜମିରେ ମାଟିଘର ନିର୍ମାଣ କରାଯାଇଛି। ଏହି ଗାଁରେ ଏଜୁୁକେଶନାଲ କ୍ୟାମ୍ପର ସୁଯୋଗ ମଧ୍ୟ ଛାତ୍ରୀଛାତ୍ରମାନେ ପାଉଛନ୍ତି। ବିଭିନ୍ନ କର୍ମଶାଳା ଓ ପ୍ରଶିକ୍ଷଣର ସୁବିଧା ମଧ୍ୟ ରହିଛି। ଏହା ପୂର୍ବରୁ ଫୟାଜ ଦିଲ୍ଲୀସ୍ଥିତ ୟୁନାଇଟେଡ ଷ୍ଟେଟ୍ସ-ଇଣ୍ଡିଆ ଏଜୁକେଶନ ଫାଉଣ୍ଡେଶନରେ ଚାକିରି କରିଥିତ୍ଲେ। ୨୦୦୯ରେ ଚାକିରି ଛାଡ଼ି ସେ କଶ୍ମୀର ଫେରି ଇକୋ ଭିଲେଜ ନିର୍ମାଣ ଆରମ୍ଭ କରିଥିଲେ। ସେ ତାଙ୍କ ବନ୍ଧୁ ଓ ପରିବାର ଲୋକମାନଙ୍କଠାରୁ ୬୦ ଲକ୍ଷ ଟଙ୍କା ସଂଗ୍ରହ କରି ଏହି ଗାଁ ନିର୍ମାଣରେ ବ୍ୟୟ କରିଛନ୍ତି। ଉକ୍ତ ଗାଁରେ ପର୍ଯ୍ୟଟକମାନେ ରହିବାର ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ରେସିଡେନ୍ସିଆଲ କ୍ୟାମ୍ପସ୍ ପାଇଁ ଛାତ୍ରମାନେ ରହିବାର ବନ୍ଦୋବସ୍ତ ହୋଇଛି।
ଆସାମର ହାତୀ-ଟ୍ରେନ୍ ଧକ୍କା
ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...
ଶିକ୍ଷା ଓ ଶିକ୍ଷକ
ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...
ଦିଲ୍ଲୀରୁ ଯିବ ରାଜଧାନୀ
ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...
ଏବର ଚାଷବାସ
କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...
ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର
ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍ଜିଏନ୍ଆର୍ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...
ଭେଜାଲ ପାଇଁ ମୃତ୍ୟୁଦଣ୍ଡ
ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...
ଏଇ ଭାରତରେ
ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍ଏସ୍) ଉଜ୍ଜ୍ୱଳ କୁମାର ଚଭନ।...
ମୋବାଇଲ ସ୍କ୍ରିନ୍ ଆସକ୍ତି
କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍ ସ୍କ୍ରିନ୍।...
Archives


