ବର୍ଷା ନାହିଁ, ଅଟକିଯାଇଛି ଚାଷ କାର୍ଯ୍ୟ:ବୁଣା ସରିଲାଣି, ରୁଆ ମନ୍ଥର

ଅନୁଗୋଳ ଅଫିସ, ୧୬।୭ ଜୁନ ଯାଇ ଜୁଲାଇ ଅଧା ହେଲାଣି। ଏପରି ସମୟରେ ଚାଷ କାର୍ଯ୍ୟ ଜୋର ଧରିବା କଥା। ହେଲେ ଜୁନ ପରି ଜୁଲାଇରେ ଆବଶ୍ୟକ ବର୍ଷା ଅଭାବରୁ ଅନୁଗୋଳ ଜିଲାରେ ଚାଷ ଜୋରଦାର ହୋଇପାରୁ ନାହିଁ। ବିଶେଷକରି ରୁଆ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏପରି ପରିସ୍ଥିତି ଆଉ କିଛି ଦିନ ଲାଗି ରହିଲେ ୨୦୧୭ ଅବସ୍ଥା ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଉଛି।
ଗତ ଜୁନ୍‌ରେ ଜିଲାରେ ୨୨୫ ମିଲିମିଟର ବର୍ଷା ହେବା କଥା। କିନ୍ତୁ ୧୪୮ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡ କରିଛି। ତେବେ ଜୁଲାଇରେ ସ୍ବାଭାବିକ ବର୍ଷା ହେବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ। ବିଶେଷକରି ୧୫ ତାରିଖ ସୁଦ୍ଧା ଜିଲାରେ ୧୭୩ ମିଲିମିଟର ବର୍ଷାର ଆବଶ୍ୟକତା ଥିଲା। କିନ୍ତୁ ୧୫ ତାରିଖ ଅତିକ୍ରାନ୍ତ ହୋଇଯାଇଥିଲେ ବି ଆବଶ୍ୟକତାର ଅଧା ଅର୍ଥାତ୍‌ ୮୫.୫ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ଚଳିତମାସ ପ୍ରଥମ ଦୁଇ ଦିନର ବର୍ଷା ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ଭରିଥିଲା। ରୁଆ କାର୍ଯ୍ୟ ଏଥର ଦ୍ରୁତଗତି ଧରିବ ବୋଲି ଚାଷୀମାନେ ଭାବି ନେଇଥିଲେ। ମାତ୍ର ବର୍ଷା ପୁଣି ଗାଏବ ହୋଇଯାଇଛି। ଗତ ୨ ତାରିଖରେ ଜିଲାର ଆଠମଲ୍ଲିକରେ ସର୍ବାଧିକ ୮୦.୨ ମିଲିମିଟର ବର୍ଷା ହୋଇଥିବାବେଳେ ଅନୁଗୋଳରେ ୬୦, ବଅଁରପାଳରେ ୩୮.୬, ପାଲଲହଡ଼ାରେ ୩୭.୦, କିଶୋରନଗରରେ ୩୪.୮, କଣିହଁାରେ ୩୧.୫, ତାଳଚେର ୩୧.୦, ଛେଣ୍ଡିପଦାରେ ୧୨.୬ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଏହାପରେ ଜିଲାରେ ସ୍ବାଭାବିକ ବର୍ଷା ହୋଇ ନ ଥିବାବେଳେ କେବଳ ପାଲଲହଡ଼ାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଯଦି ବର୍ଷା ପରିମାଣ ବଢ଼ିବ ତା’ହେଲେ ଜିଲାରେ ଚଳିତବର୍ଷ ଲକ୍ଷ୍ୟ ରଖାଯାଇଥିବା ୮୮ ହଜାର ୫୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇପାରିବ। ବର୍ତ୍ତମାନ ସୁଦ୍ଧା ୪୧୦ ହେକ୍ଟରରେ ଚାଷ ହୋଇଥିବା ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଏ ନେଇ ଜିଲା କୃଷି ଉପନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଜିଲାରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହୋଇଛି। ତଥାପି ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାରୁ ଚାଷ ଉପରେ ସେପରି ପ୍ରଭାବ ପଡ଼ିବ ନାହିଁ ବୋଲି ଆଶା କରାଯାଉଛି। ବୁଣା କାର୍ଯ୍ୟ ଶେଷ ହୋଇଥିବା ବେଳେ ରୁଆ ମନ୍ଥର ଗତିରେ ଚାଲିଥିବା ଜିଲା କୃଷି ଉପନିର୍ଦ୍ଦେଶକ ମହାପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri