Posted inUncategorized

ସଭାପତି ବଦଳିବା ନିଶ୍ଚିତ, ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର,୧୦ା୫(ବ୍ୟୁରୋ):ଓଡ଼ିଶା କଂଗ୍ରେସର ୧୮ ଜଣ ନେତାଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପୃଥକ୍‌ ପୃଥକ୍‌ ଭାବେ ଭେଟି ଆଲୋଚନା କରିଛନ୍ତି। ରାହୁଲ ଆଲୋଚନା ବେଳେ ଭିନ୍ନ ଭିନ୍ନ ଭାବେ ଆଲୋଚନା କରିବେ ନା ସମସ୍ତେ ଏକାଠି ବସିବେ ବୋଲି ପଚାରିଥିବା ବେଳେ ପ୍ରଥମ ପ୍ରସ୍ତାବ ଉପରେ ସମସ୍ତେ ରାଜି ହୋଇଥିଲେ। ଏହାପରେ ଜଣ ଜଣ କରି ରାହୁଲ ସମସ୍ତଙ୍କ ସହ ୩ରୁ ୪ ମିନିଟ୍‌ ଲେଖାଏ କଥା ହୋଇଥିବା ଜଣାପଡିଛି। ରାହୁଲ ପ୍ରାୟ ସମସ୍ତଙ୍କୁ ଓଡ଼ିଶାରେ କଂଗ୍ରେସ କିପରି ସୁଦୃଢ଼ ହେବ ଏବଂ କାହାକୁ ସଭାପତି କଲେ ଭଲ ହେବ ବୋଲି ପଚାରିଛନ୍ତି। ସବୁ ନେତା ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିଜ ନିଜର ପ୍ରସ୍ତାବ ରଖିଥିବା ଜଣାପଡିଛି। ଆଉ କେତେଜଣ ନେତାଙ୍କୁ ରାହୁଲ କୁଆଡେ ଦାୟିତ୍ୱ ନେବା ଲାଗି ପ୍ରସ୍ତାବ ଦେଇଥିବା କଥା ଶୁଣିବାକୁ ମିଳିଛି। ତେବେ ସମସ୍ତଙ୍କ ସହ ହୋଇଥିବା ଆଲୋଚନା ପରେ ଯାହା ଜଣାପଡୁଛି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦରେ ନିଶ୍ଚୟ ପରିବର୍ତ୍ତନ ହେବ। ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟ କଂଗ୍ରେସ ସଭାପତି ପଦରେ ପରିବର୍ତ୍ତନର ଆବଶ୍ୟକତା ଅଛି। ୨ ବର୍ଷ ତଳୁ ସେ ଇସ୍ତଫା ଦେଇଥିବା ବେଳେ ମଝିରେ ୩ଥର ଚିଠି ଲେଖିଛନ୍ତି। ସେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଦେଖା କରି ଏକଥା ଜଣାଇଥିଲେ। ଖୁସିର ବିଷୟ ଏଆଇସିସି ସଭାପତି ପରିବର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି। ତାଙ୍କୁ ଏହି ଦାୟିତ୍ୱ ତୁଲାଇବାକୁ କୁହାଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟଗତ କାରଣରୁ ରହିବାକୁ ମନା କରିଦେଇଥିବା ନିରଞ୍ଜନ କହିଛନ୍ତି।
ଅନ୍ୟପଟେ ବିଧାୟକମାନେ ଦୀର୍ଘଦିନ ହେଲା ସଭାପତି ପରିବର୍ତ୍ତନ ସହ ବିଧାୟକ ଦଳ ନେତା ପଦବୀରେ ମଧ୍ୟ ନୂଆ କାହାକୁ ଦାୟିତ୍ୱ ଦେବାକୁ କହିଥିଲେ। ଏହାପରେ ବିରୋଧୀ ଦଳ ନେତା ପଦରୁ ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେଇସାରିଛନ୍ତି। ତେଣୁ ସବୁ ବିଧାୟକ କୌଣସି ଜଣେ ବିଧାୟକଙ୍କୁ ପିସିସି ସଭାପତି ଦାୟିତ୍ୱ ଦେବା ଲାଗି ରାହୁଲଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡିଛି। କେତେଜଣ ବିଧାୟକ ମହମ୍ମଦ ମୋକିମଙ୍କ ନାଁ କହିଥିବା ବେଳେ ଆଉ କେତେଜଣ ବାହିନୀପତିଙ୍କୁ କରାଯାଉ ବୋଲି କହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ରାହୁଲ ସମସ୍ତଙ୍କୁ ଆସି ଆଗ ପଚାରିଲେ ଏକାଠି କଥା ହେବା ନା ଅଲଗା ଅଲଗା ହେଲେ ଭଲ ହେବ। ତା’ପରେ ସମସ୍ତଙ୍କୁ ପାଖାପାଖି ୫ ମିନିଟ୍‌ ଲେଖାଏ ସମୟ ଦେଲେ। ସେ ଯାହାଙ୍କୁ ଦାୟିତ୍ୱ ଦେବେ ତାଙ୍କ କଥା ମାନି କାମ କରିବୁ ଏବଂ ଯୁବକମାନଙ୍କୁ ଅଧିକ ସୁଯୋଗ ଦେବାକୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ସଙ୍ଗଠନ ସଜାଡି ପାରିଲା ଭଳିଆ ନେତାଙ୍କୁ ଦାୟିତ୍ୱ ଦେବାକୁ ପ୍ରସ୍ତାବ ଦେଇଥିବା ସୁର କହିଛନ୍ତି। ଶେଷରେ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାରଙ୍କ ସମେତ ରୁଦ୍ର ରାଜୁଙ୍କୁ ମିଶାଇ ମୋଟ ୧୯ ଜଣ ନେତାଙ୍କ ସହ ରାହୁଲ ଫଟୋ ଉଠାଇଛନ୍ତି।
ରାହୁଲ ଓଡ଼ିଶା ନେତାଙ୍କୁ ପିସିସି ସଭାପତି ପରିବର୍ତ୍ତନ ନେଇ ଏକ ପ୍ରକାର ସ୍ପଷ୍ଟ କରିସାରିଥିବା ବେଳେ ବ୍ରଜରାଜନଗର ଉପନିର୍ବାଚନକୁ ସମସ୍ତଙ୍କ ଅପେକ୍ଷା ରହିଛି। ଏହି ଉପନିର୍ବାଚନ ପରେ ସଭାପତି ପଦରେ ପରିବର୍ତ୍ତନ କରାଯାଇପାରେ ବୋଲି କେତେଜଣ ନେତା ଆକଳନ କରିଛନ୍ତି। ତେବେ ଶରତ ପଟ୍ଟନାୟକ ଏବଂ ଭକ୍ତ ଦାସଙ୍କ ନାଁ ଉପରେ ମୋହର ବାଜିପାରେ ବୋଲି ମଧ୍ୟ କେତେକଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ସମସ୍ତଙ୍କ ମତାମତ ନିଆସରିଥିବା ବେଳେ ଦୁଇ ଦିନ ମଧ୍ୟରେ ଘୋଷଣା ହୋଇପାରେ ବୋଲି ଆଉ କେତେଜଣ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri