ଏଇ ଭାରତରେ

ଘରଚଟିଆଙ୍କ ସୁରକ୍ଷାରେ ସମର୍ପିତ ଏଡ୍‌ଓ୍ବିିନ ଜୋଶେଫ। ବୟସ ୭୨। ଭାରତ ଆର୍ଥ ମୁଭର୍ସ ଲିମିଟେଡ୍‌ରେ ଟେକ୍ନିସିଆନ ଭାବେ ଅବସର ନେବା ପରେ ସେ ଏହି କାର୍ଯ୍ୟରେ ଲାଗିଛନ୍ତି। ଜୋଶେଫ ୧୫ ବର୍ଷ ହେଲା ୨୫୦ ଘରଚଟିଆଙ୍କୁ ଖାଇବାକୁ ଦେଉଛନ୍ତି। ଏଥିପାଇଁ ଜୋଶେଫଙ୍କୁ ଘରଚଟିଆ ମଣିଷ ବୋଲି କୁହାଯାଉଛି। ସେମାନଙ୍କୁ ଖାଇବାକୁ ଦେବାକୁ ଘରେ ଫିଡର ଝୁଲାଇ ଦେଇଛନ୍ତି। ଏହାର ନିମ୍ନ ଭାଗରେ ପ୍ଲାଷ୍ଟିକ ପ୍ଲେଟ ଲଗାଇଛନ୍ତି, ଯେଉଁଥିରେ ଘରଚଟିଆ ଖାଇବା ପରେ ଖାଦ୍ୟର ଅବଶେଷାଂଶ ପଡ଼ୁଛି। ଏହା ବ୍ୟତୀତ ଚଢ଼େଇ ବସିବା ଲାଗି କାଠର ଫ୍ରେମ୍‌ ମଧ୍ୟ ଲଗାଇଛନ୍ତି। ଘରଚଟିଆଙ୍କୁ ମକା, ଧାନ, ରୁଟି ଏବଂ ଘରେ ରୋଷେଇ ହୋଇଥିବା ଖାଦ୍ୟ ମଧ୍ୟ ଦେଉଛନ୍ତି। ସେମାନଙ୍କୁ ଜୋଶେଫ ନିଜ ପରିବାରର ସଦସ୍ୟ ଭଳି ଦେଖୁଛନ୍ତି। ଘରଚଟିଆ ବ୍ୟତୀତ ସେ ପାରା, ବୁଲ୍‌ବୁଲ୍‌ ଆଦି ଚଢ଼େଇଙ୍କୁ ଖାଇବାକୁ ଦେଉଛନ୍ତି। କେବଳ ପକ୍ଷୀ ସୁରକ୍ଷାରେ ସୀମିତ ରହିନାହାନ୍ତି ଜୋଶେଫ, ସେ ସମାଜ ସେବା ମଧ୍ୟ ଜାରି ରଖିଛନ୍ତି। ଜୋଶେଫ ସ୍ଥାନୀୟ ସ୍କୁଲରେ ପଢ଼ାଇବା ସହ ଗରିବମାନଙ୍କୁ ମାଗଣାରେ ଖାଦ୍ୟ ଦେଉଛନ୍ତି। ଗୃହହୀନ ବୟସ୍କଙ୍କ ରହିବା ଓ ଖାଇବା ବ୍ୟବସ୍ଥା ବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri