ସକଳ ଶକ୍ତିର ଆଧାର

ଡ. ସୀତାଂଶୁ କୁମାର ସାମଲ

ଅତି ପୁରାତନ କାଳରୁ ବହୁ ଦୂରଦୃଷ୍ଟିସମ୍ପନ୍ନ ମନୀଷୀମାନେ ସୂର୍ଯ୍ୟଙ୍କୁ ସହସ୍ରାଂଶୁ ନାମରେ ନାମିତ କରିଛନ୍ତି। ସହସ୍ରାଂଶୁ ଶବ୍ଦର ଅର୍ଥ ହଜାର ରଶ୍ମିର ଉତ୍ସ ବା ବହୁ ଶକ୍ତିର ଉତ୍ସ। ସେହି ସମୟରେ ବିଜ୍ଞାନ ବହୁ ପଛରେ ଥିଲା ଏବଂ ଲୋକଙ୍କ ମନରେ ବିଜ୍ଞାନର ଚେତନା ପ୍ରାୟ ନ ଥିଲା। ଅଥଚ ମୁନି ଋଷି ବା ମହାପୁରୁଷମାନେ ପ୍ରକୃତି ସହିତ ନିବିଡ଼ ଭାବରେ ଜଡ଼ିତ ଥିବାରୁ ସୂର୍ଯ୍ୟ ସମସ୍ତ ଶକ୍ତିର ଆଧାର ବୋଲି ଉପଲବ୍ଧି କରିଥିଲେ। ଏହାର ବିଜ୍ଞାନ ସମ୍ମତ ଦିଗ ଉପରେ ଏବେ ଆଲୋଚନା କରିବା। ସୂର୍ଯ୍ୟ ସକଳ ଶକ୍ତିର ଆଧାର ଉକ୍ତିଟିର ଯଥାର୍ଥତା ଆଲୋଚନା କରିବା ପୂର୍ବରୁ ଶକ୍ତିର ରୂପାନ୍ତରଣ ନିୟମ ବା ଲ ଅଫ୍‌ କଞ୍ଜରଭେଶନ୍‌ ଅଫ୍‌ ଏନର୍ଜିକୁ ଜାଣିବା ଆବଶ୍ୟକ। ଏହି ନିୟମାନୁସାରେ ଶକ୍ତି ସୃଷ୍ଟି ହୁଏନାହିଁ ବା ଶକ୍ତିର ବିନାଶ ହୁଏନାହିଁ। ଏହା ଗୋଟିଏ ରୂପରୁ ଅନ୍ୟ ଏକ ରୂପକୁ ରୂପାନ୍ତରିତ ହୋଇଥାଏ। ଗୋଟିଏ ଛୋଟ ଉଦାହରଣରୁ ଏହା ଜାଣିହେବ। କୋଇଲା ଦହନ ଦ୍ୱାରା ଜଳ ବାଷ୍ପରେ ପରିଣତ ହୁଏ ଏବଂ ତାହା ବିଦ୍ୟୁତ୍‌ ଶକ୍ତି ଉପତ୍ନ୍ନରେ ସହାୟକ ହୁଏ। ଏ କ୍ଷେତ୍ରରେ କୋଇଲାରେ ଗଚ୍ଛିତ ଥିବା ଶକ୍ତି, ମୁଖତଃ ସ୍ଥିତିଜ ଶକ୍ତି, ରୂପାନ୍ତରିତ ହୋଇ ଜଳୀୟ ବାଷ୍ପରେ ତାପଜ ଶକ୍ତି ଏବଂ ଗତିଜ ଶକ୍ତି ରୂପେ ଗଚ୍ଛିତ ହୋଇ ରହେ। ପରବର୍ତ୍ତୀ ଅବସ୍ଥାରେ ତାହା ବିଦ୍ୟୁତ୍‌ ଶକ୍ତିକୁ ରୂପାନ୍ତରିତ ହୋଇଥାଏ। ଶକ୍ତି ମୁଖ୍ୟତଃ ଦୁଇ ପ୍ରକାର। ଗୋଟିଏ ହେଲା ପାରମ୍ପରିକ ଉତ୍ସରୁ ମିଳୁଥିବା ଶକ୍ତି, ଯାହା ଥରେ ବ୍ୟବହାର ହେବାପରେ ପୁନଃ ସୃଷ୍ଟି ହୋଇପାରେ ନାହିଁ। ଏହି ଶକ୍ତି କୋଇଲା, ପ୍ରାକୃତିକ ଗ୍ୟାସ୍‌, ମାଟି ତଳୁ ମିଳୁଥିବା ତୈଳ ଇତ୍ୟାଦିରୁ ମିଳିଥାଏ। ଅନ୍ୟଟି ହେଲା ପୁନଃ ବ୍ୟବହାରଯୋଗ୍ୟ ଶକ୍ତି । ଏହି ଶକ୍ତି ଜଳ, ବାୟୁ, ସୂର୍ଯ୍ୟକିରଣ, ସମୁଦ୍ର ଢେଉ, ଭୂଗର୍ଭସ୍ଥ ତାପରୁ ମିଳିଥାଏ। ସୂର୍ଯ୍ୟଙ୍କର ରଶ୍ମି ବା ଶକ୍ତିର ବ୍ୟାପକତା ତିନି, ଚାରୋଟି ଉଦାହରଣରୁ ବୁଝି ହେବ।
ଜଳ ବିଦ୍ୟୁତ୍‌ ଶକ୍ତି ସମ୍ବନ୍ଧରେ ଆମେ ସମସ୍ତେ ପରିଚିତ। ଜଳ ସୂର୍ଯ୍ୟକିରଣ ଦ୍ୱାରା ବାଷ୍ପୀଭୂତ ହୋଇ ବାଦଲ ଆକାରରେ ଘୂରିବୁଲେ। ଏ କ୍ଷେତ୍ରରେ ସୂର୍ଯ୍ୟାଲୋକର ଶକ୍ତି ବାଷ୍ପକୁ ପ୍ରବେଶ କରିଥାଏ। ଏଣୁ ସୂର୍ଯ୍ୟଶକ୍ତି ବିନା ଜଳୀୟ ବିଦ୍ୟୁତ୍‌ ଶକ୍ତି ସୃଷ୍ଟି ଅସମ୍ଭବ। ଦ୍ୱିତୀୟ ପୁନଃ ବ୍ୟବହାରଯୋଗ୍ୟ ଶକ୍ତି ଉତ୍ସଟି ହେଲା ବାୟୁ। ବାୟୁ ପ୍ରବାହର ଗତିଜ ଶକ୍ତି ପବନକଳର ଟର୍ବାଇନ୍‌କୁ ଘୂର୍ଣ୍ଣନ କରାଇଥାଏ। ତିହଁରୁ ଉପତ୍ନ୍ନ ମେକାନିକାଲ ଶକ୍ତି ଶେଷରେ ବିଦ୍ୟୁତ୍‌ ଶକ୍ତିରେ ପରିଣତ ହୁଏ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପୃଥିବୀର ସମସ୍ତ ଅଞ୍ଚଳ ଅର୍ଥାତ୍‌ ଜଳାଶୟ, ଜଙ୍ଗଲ, ପାହାଡ଼, ମରୁଭୂମି ଇତ୍ୟାଦି ସମାନ ମାତ୍ରାରେ ସୂର୍ଯ୍ୟାଲୋକ ବା ସୌରଶକ୍ତି ପାଇ ନ ଥାନ୍ତି। ଅଧିକ ଆଲୋକ ପାଉଥିବା ଅଞ୍ଚଳରେ ଥିବା ବାୟୁ ସୂର୍ଯ୍ୟଙ୍କର ତାପଜ ଶକ୍ତି ଦ୍ୱାରା ଉତ୍ତପ୍ତ ହୁଏ। ତାହା କମ୍‌ ସାନ୍ଦ୍ରତାବିଶିଷ୍ଟ ହୋଇ ଥିବାରୁ ହାଲୁକା ହୋଇ ବାୟୁମଣ୍ଡଳର ଉପର ସ୍ତରକୁ ଯାଇଥାଏ। ନିମ୍ନସ୍ତରର ଶୂନ୍ୟସ୍ଥାନ ପୂରଣ ପାଇଁ ନିକଟସ୍ଥ ଅଧିକ ଓଜନବିଶିଷ୍ଟ ଶୀତଳ ବାୟୁ ପ୍ରବାହିତ ହୁଏ। ଏଠାରେ ସ୍ପଷ୍ଟ ଅନୁମେୟ ଯେ ସୂର୍ଯ୍ୟଶକ୍ତି ବିନା ବାୟୁ ପ୍ରବାହ ଅସମ୍ଭବ ଏବଂ ବିନା ବାୟୁ ପ୍ରବାହରେ ପବନ ଶକ୍ତି ସୃଷ୍ଟି ମଧ୍ୟ ଅସମ୍ଭବ।
ଅନ୍ୟ ଏକ ଉଦାହରଣ ହେଲା ସୌରଶକ୍ତିରୁ ଉପତ୍ନ୍ନ ବିଦ୍ୟୁତ୍‌ ଶକ୍ତି। ବିଶ୍ୱର ବୈଜ୍ଞାନିକମାନଙ୍କର କ୍ରମାଗତ ଗବେଷଣା ଓ ବିଭିନ୍ନ ଦେଶର ଏ ଦିଗରେ ଆର୍ଥିକ ପ୍ରୋତ୍ସାହନ ହେତୁ ଏହା ବିଶ୍ୱର ଶକ୍ତି ସଙ୍କଟ ଦୂର କରିବାରେ କିଛିଟା ସହାୟକ ହୋଇଛି। ଦ୍ୱିତୀୟ ଉପାୟରେ ସୂର୍ଯ୍ୟକିରଣକୁ ବଡ଼ ବଡ଼ ଦର୍ପଣ ଦ୍ୱାରା ଘନୀଭୂତ କରାଯାଏ। ଫଳରେ ତା’ ଦେହରେ ସୌରଶକ୍ତିର ମାତ୍ରା ଅଧିକ ହୁଏ। ସେହି ଶକ୍ତି ଦ୍ୱାରା ତରଳପଦାର୍ଥକୁ ବାଷ୍ପରେ ପରିଣତ କରାଯାଏ। ଜଳବିଦ୍ୟୁତ୍‌ ଉପତ୍ନ୍ନ ହେଉଥିବା ପଦ୍ଧତି ଅନୁସାରେ ବାଷ୍ପରେ ଗଚ୍ଛିତ ଶକ୍ତି ଦ୍ୱାରା ଟର୍ବାଇନ୍‌ ଘୂର୍ଣ୍ଣାୟମାନ କରି ବିଦ୍ୟୁତ୍‌ ଶକ୍ତି ଉପତ୍ାଦନ କରାଯାଏ। ଏହି ପଦ୍ଧତି ବଡ଼ ବଡ଼ ପାୱାର ପ୍ଲାଣ୍ଟଗୁଡ଼ିକରେ ଅନୁସରଣ କରାଯାଏ।
ସାଗରର ତାପଜ ଶକ୍ତି ରୂପାନ୍ତର ଅନ୍ୟ ଏକ ଉଦାହରଣ। ବିଷୁବ ମଣ୍ଡଳୀୟ ଅଞ୍ଚଳରେ ସୂର୍ଯ୍ୟଙ୍କ ରଶି୍ମ ପ୍ରଖର ହେତୁ ସମୁଦ୍ର ଜଳରେ ଉପରିଭାଗ ଅଧିକ ଉତ୍ତପ୍ତ ଏବଂ ନିମ୍ନଭାଗ ଶୀତଳ ଥାଏ। ଉପର ସ୍ତରର ଉତ୍ତପ୍ତ ଜଳର ତାପଜଶକ୍ତିକୁ ବ୍ୟବହାର କରି ଟର୍ବାଇନ ଏବଂ ଜେନେରେଟର ଦ୍ୱାରା ବିଦ୍ୟୁତ୍‌ ଶକ୍ତି ଉପତ୍ାଦନ କରାଯାଏ। ସମୁଦ୍ର ନିମ୍ନଭାଗର ଶୀତଳ ଜଳ ବ୍ୟବହାର କରି ଏଥିରେ ସଂଶ୍ଳିଷ୍ଟ ଜଳୀୟ ବାଷ୍ପକୁ ଲବଣମୁକ୍ତ ଜଳରେ ପରିଣତ କରାଯାଏ, ଯାହା ବ୍ୟବହାର ଉପଯୋଗୀ ହୋଇଥାଏ। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହି ପଦ୍ଧତି ଦ୍ୱାରା ଉଭୟ ବିଦ୍ୟୁତ୍‌ ଶକ୍ତି ଏବଂ ଲବଣମୁକ୍ତ ଜଳ ମିଳିଥାଏ।
ଅବସରପ୍ରାପ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ବାଲେଶ୍ୱର,ମୋ: ୯୪୩୭୨୯୫୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri