ଏଇ ଭାରତରେ

ଚିକିତ୍ସା କ୍ଷେତ୍ରରେ ଡ୍ରୋନ୍‌ ସେବା ଦିଗରେ ବିକ୍ରମ ସିଂଙ୍କ ଯୋଗଦାନ ନିଶ୍ଚିତ ଭାବେ ପ୍ରଶଂସନୀୟ। ସେ ଆଇଆଇଟି, କାନପୁରରୁ କେମିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ତୃତୀୟ ବର୍ଷ ଛାତ୍ର ଥିତ୍ବା ସମୟରେ ବିକ୍ରମ ୨୦୧୫ରେ ଗୁରୁଗ୍ରାମରେ ‘ଟେକ୍‌ଇଗଲ’ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରିଥିଲେ। ଏହା ମାଧ୍ୟମରେ ୨୦୧୮ରେ ପ୍ରଥମ ଡ୍ରୋନ୍‌ ନିର୍ମାଣ କରାଯାଇ ଲକ୍ଷ୍ନୌର ଏକ ଫୁଡ୍‌ ଡେଲିଭରି ଷ୍ଟାଟ୍‌ଅପ୍‌ରେ ତାହାର ଟ୍ରାଏଲ ହୋଇଥିଲା। ପରେ ବହୁ ଗବେଷଣାକୁ ଆଧାରକରି ଏକ ହାଇବ୍ରିଡ୍‌ ଡ୍ରୋନ୍‌ ବିକାଶ କରିଛନ୍ତି ବିକ୍ରମ। ଉକ୍ତ ଡ୍ରୋନ୍‌ ପ୍ରତିକୂଳ ପରସ୍ଥିିତିରେ ଦୁର୍ଗମ ଅଞ୍ଚଳରେ ମେଡିସିନ ଓ ଭାକ୍ସିନ ଯୋଗାଇପାରୁଛି। ହିମାଚଳ ପ୍ରଦେଶର ତ୍ରିଥାନ୍‌ ଭାଲିରେ ଏହାର ଓ୍ୟଷଧ ଯୋଗଇବା ଦକ୍ଷତାକୁ ପ୍ରଦର୍ଶିତ କରାଯାଇଛି। ମାଇନସ୍‌ ୫ ଡିଗ୍ରୀ ସେଲ୍‌ସିୟସ ଓ ପବନର ବେଗ ଘଣ୍ଟା ପ୍ରତି ୨୫ କି.ମି. ଥିବା ସମୟରେ ମଧ୍ୟ ଏହା ଠିକ୍‌ ଭାବେ ଠିକଣା ସ୍ଥାନରେ ଔଷଧ ପହଞ୍ଚାଉଛି। ଉକ୍ତ ଡ୍ରୋନ୍‌ ୩ କେ.ଜି. ଔଷଧ ନେଇ ଘଣ୍ଟା ପ୍ରତି ୧୨୦ କି.ମି. ବେଗରେ ୧୦୦ କି.ମି. ଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri