ଗୁଣାତ୍ମକ ସାମଗ୍ରୀ ଯୋଗାଇବା ମୂଳ ଲକ୍ଷ୍ୟ: ଇଂ ସଞ୍ଜୟ କୁମାର ଦାସ

ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ। କିନ୍ତୁ କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ରହିଥାଏ। ତେଣୁ ବାପାଙ୍କ ପ୍ରେରଣାକୁ ପୁଞ୍ଜିକରି ୧୫ ବର୍ଷ ତଳେ ବ୍ୟବସାୟ ଆରମ୍ଭ କରିଥିଲେ ଇଂ ସଞ୍ଜୟ କୁମାର ଦାସ। ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ହରି ପ୍ଲାଷ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ଆଜି ସାରା ଦେଶରେ ଏକ ଅଗ୍ରଣୀ ପ୍ଲାଷ୍ଟିକ୍‌ ଉପକରଣ ଉତ୍ପାଦନକାରୀ ଉଦ୍ୟୋଗ ଭାବେ ସୁନାମ ଅର୍ଜିଛି। ସେ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଧରିତ୍ରୀକୁ ସାକ୍ଷାତ୍‌କାର ଦେଇ କହିଛନ୍ତି।

ଇଞ୍ଜିନିୟରିଂ ପଢ଼ି ବ୍ୟବସାୟ କରିବାକୁ କାହିଁକି ମନ ବଳାଇଲେ?
ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ବି ମୋର କିଛି ଆଶା ଥିଲା। ବାପା କହୁଥିଲେ, ପାଠପଢ଼ା ସାରି ଆମତ୍ନିର୍ଭରଶୀଳ ହେବାକୁ। ପିଲାବେଳେ ଭଲ ପାଠ ପଢୁଥିଲି ବୋଲି ସମସ୍ତେ ଇଞ୍ଜିନିୟରିଂ କରିବାକୁ ପରାମର୍ଶ ଦେଇଥିଲେ। ଇଞ୍ଜିନିୟରିଂ ପଢ଼ା ଶେଷକରି ବାପାଙ୍କ ସହ ମିଶି ଏକ ଛୋଟ ଉଦ୍ୟୋଗ ପ୍ରତିଷ୍ଠା କଲି। ପ୍ରତି ବର୍ଷ କିଛି ନୂଆ ବ୍ୟବସାୟ ସହ ଯୋଡ଼ିହୋଇ ନିଜ ବ୍ୟବସାୟକୁ ଧୀରେ ଧୀରେ ଆଗକୁ ବଢ଼ାଇଥିଲି। ଏକ ଛୋଟ ଉଦ୍ୟୋଗରୁ ନେଇ ବଡ଼ ବଡ଼ କମ୍ପାନୀର ଡିଷ୍ଟ୍ରିବ୍ୟୁଟର ଭାବେ ଆଉ ଟିକେ ଆଗକୁ ବଢ଼ିବା ପରେ ଅନ୍ୟ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ପାଦ ଦେଇଥିଲି। ଦୀର୍ଘ ୧୫ ବର୍ଷ ପରେ ହରି ପ୍ଲାଷ୍ଟ ନାମରେ ଏକ କମ୍ପାନୀ ଛିଡ଼ା କରିଥିଲି। ବାପାଙ୍କ ପ୍ରେରଣା ଓ ପରିବାର ଲୋକଙ୍କ ସହଯୋଗ ବଳରେ ବ୍ୟବସାୟରେ ପାରଦର୍ଶିତା ଲାଭ କରିଛି।

କୋଭିଡ୍‌ ମହାମାରୀ କମ୍ପାନୀର ବ୍ୟବସାୟକୁ କିିପରି ପ୍ରଭାବିତ କରିଛି?
ପ୍ଲାଷ୍ଟିକ ଉତ୍ପାଦ ସବୁ ବର୍ଗଙ୍କ ନିତିଦିନିଆ ବ୍ୟବହାର ସାମଗ୍ରୀ। ଏହାର ବଜାର ବ୍ୟବସ୍ଥା ଭଲ ଥିଲେ ମଧ୍ୟ ପ୍ରତିଯୋଗିତାମୂଳକ ବ୍ୟବସାୟରେ ତିଷ୍ଠି ରହିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛି। ମହାମାରୀ ପୂର୍ବରୁ ଏହି ବ୍ୟବସାୟ ଆଶାନୁରୂପ ଥିଲା, କିନ୍ତୁ କୋଭିଡ୍‌ ପରେ ବ୍ୟବସାୟୀମାନେ ଅନେକ ସମସ୍ୟାରେ ଫସି ରହିଛନ୍ତି। ବୃହତ୍‌ କମ୍ପାନୀଗୁଡ଼ିକ ମଧ୍ୟ ବେପାର ବଞ୍ଚାଇବା ପାଇଁ ବଜାରରେ ଲୋଭନୀୟ ଅଫର୍‌ ସାଙ୍ଗକୁ ବକେୟା ରଖି ବ୍ୟବସାୟ କରୁଛନ୍ତି। ଏଥିଲାଗି ମଧ୍ୟମ ବର୍ଗର ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ତୀବ୍ର ହୋଇଛି।

ପ୍ରତିଯୋଗିତାମୂଳକ ବ୍ୟବସାୟରେ ହରି ପ୍ଲାଷ୍ଟ ଉତ୍ପାଦ କାହିଁକି ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଛି ?
ବର୍ତ୍ତମାନ ପ୍ଲାଷ୍ଟିକ ବଜାର ଏକ ଘଡିସନ୍ଧି ସମୟ ଦେଇ ଗତିକରୁଛି। ଏହା ଭିତରେ ବଜାର ବ୍ୟବସ୍ଥାକୁ ଧରି କାରବାର କରିବାକୁ ଚେଷ୍ଟା ଜାରି ରହିଛି। କମ୍ପାନୀର ମୂଳ ଲକ୍ଷ୍ୟ ଅନୁସାରେ ଉପଭୋକ୍ତାଙ୍କୁ ଗୁଣାତ୍ମକ ସାମଗ୍ରୀ ଯୋଗାଇବା ଓ ବ୍ୟବସାୟ କ୍ଷେତ୍ରରେ ସାଧୁତା ଅବଲମ୍ବନକୁ ଗୁରୁତ୍ୱ ଦେଇଛୁ। ଫଳରେ ଗ୍ରାହକଙ୍କ ବିଶ୍ୱାସଭାଜନ ହେବା ସହିତ ବ୍ୟବସାୟରେ ମଧ୍ୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ।

କମ୍ପାନୀର ଆଗାମୀ ଯୋଜନା କ’ଣ ରହିଛି?
କମ୍ପାନୀ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ବିନିଯୋଗ ସହ ବ୍ୟବସାୟ ଜାରି ରଖିଛି। କିଛି ବ୍ୟବସାୟ ଭଲ ଥିବାବେଳେ ଆଉ କିଛି ମାନ୍ଦାରେ ଚାଲିଛି। ତଥାପି ଚଳିତ ଆର୍ଥିକବର୍ଷରେ ଅଟୋମୋବାଇଲ ଏବଂ ଗ୍ୟାସ୍‌ ପାଇପ୍‌ଲାଇନ ଭଳି ବ୍ୟବସାୟରେ ପ୍ରବେଶ ପାଇଁ ପଦକ୍ଷେପ ନିଆଯାଉଛି। ପୂର୍ବ ବ୍ୟବସାୟଗୁଡ଼ିକର ସମ୍ପ୍ରସାରଣ କରିବା ଯୋଜନା ମଧ୍ୟ ରହିଛି।

ବ୍ୟବସାୟ ଓ ବ୍ୟବସ୍ଥାକୁ କିପରି ପରିଚାଳନା କରୁଛନ୍ତି?
ବ୍ୟବସାୟ କଲେ ବ୍ୟବସ୍ଥା ସହ ମିଶି କାର୍ଯ୍ୟ କରିବାକୁ ପଡ଼ିଥାଏ। ସରକାରୀ କଳ ହେଉ କିମ୍ବା ନିଜ ପ୍ରତିଷ୍ଠାନ, ବିଧି ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ। ସର୍ବୋପରି ନୀତି ନିୟମ ଅନୁସାରେ ବ୍ୟବସାୟ କଲେ ଏହାର ପରିସର ବୃଦ୍ଧି ପାଇଥାଏ। ବ୍ୟବସାୟରେ ଲୋକସମ୍ପର୍କ ଓ ଗୁଣାତ୍ମକ ସାମଗ୍ରୀ ଉପରେ କମ୍ପାନୀ ଗୁରୁତ୍ୱ ଦେଇଆସିଛି।

ଅବସର ସମୟରେ କ’ଣ କରିବାକୁ ଭଲ ପାଆନ୍ତି?
ସମୟ ବାହାର କରି ସାମାଜିକ ସଙ୍ଗଠନ ଓ କାର୍ଯ୍ୟକ୍ରମ ଆଦିରେ ଯୋଗଦିଏ। ସହଯୋଗ ଓ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଉଛି। ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ। ବ୍ୟବସାୟ କାରଣରୁ ଅନ୍ୟମାନଙ୍କୁ ଅଧିକ ସମୟ ଦେଇ ନ ପାରିଲେ ମଧ୍ୟ ଯଥାସାଧ୍ୟ ସମ୍ଭବ ସେବା କରିବାକୁ ଉଦ୍ୟମ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri