ର଼୍ୟାଗିଂ ରୋଗ

କୋଭିଡ୍‌-୧୯ ମହାମାରୀ ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରିଥିବାବେଳେ ଶିକ୍ଷାଦାନ ପ୍ରକ୍ରିୟାକୁ ତଳିତଳାନ୍ତ କରିଦେଇଛି। ଅନ୍‌ଲାଇନ ଶିକ୍ଷାଦାନ ଅନେକାଂଶରେ ଏହାକୁ ସୁଧାରିବାକୁ ପ୍ରୟାସ କରିଛି ସତ, ହେଲେ ବହୁ ଛାତ୍ରୀଛାତ୍ର ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ମହାମାରୀ ପ୍ରକୋପ କମି ଆସୁଥିବାରୁ ଏବେ ଅନ୍‌ଲାଇନରୁ ଅଫ୍‌ଲାଇନ ବା ଶ୍ରେଣୀଗୃହ ପଢ଼ା ଆରମ୍ଭ ହେଉଥିବାବେଳେ ର଼୍ୟାଗିଂ ପୁନର୍ବାର ତା’ କୁତ୍ସିତ ରୂପ ପ୍ରକାଶ କରିଛି। ମହାମାରୀ ଦୂରେଇ ଯାଇ ନୂଆ ସ୍ଥିତି ସୃଷ୍ଟି ହେବ ବୋଲି ଆଶା କରାଯାଉଥିଲା। ହେଲେ ଦୁଃଖର କଥା ଯେ, ଏହି ମାନସିକତାରେ କୌଣସି ପରିବର୍ତ୍ତନ ଆସିନାହିଁ। ର଼୍ୟାଗିଂ ଏକ ମାନସିକ ରୋଗ। ଏହି ରୋଗର ଚେରକୁ ବୁଝିବାରେ ଅକ୍ଷମ ହେଲେ ତାହାର ପରିଣାମ ଅନେକ ସମୟରେ ଭୟାବହ ହେଉଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ର଼୍ୟାଗିଂର ଶିକାର ହେଉଥିବା ଛାତ୍ରୀଛାତ୍ରଙ୍କର ଜୀବନ ଚାଲିଯାଉଥିବା ବିଷୟରେ ବହୁ ସମୟରେ ଖବର ପ୍ରକାଶ ପାଇଆସୁଛି। ମନେରଖିବାକୁ ହେବ ଯେ, ର଼୍ୟାଗିଂ ରୋଗ ବିଶେଷକରି ଭାରତରେ ଅଧିକ ଦେଖିବାକୁ ମିଳେ। ବିଦେଶକୁ ପଢ଼ିବାକୁ ଯାଇଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ସେଠାରେ ର଼୍ୟାଗିଂ କରାଯିବାର ଖବର ସାଧାରଣରେ କେହି ଶୁଣି ନ ଥାଉ। ଅବଶ୍ୟ ଏହା ସତ୍ୟ ଯେ, ପୃଥିବୀବ୍ୟାପୀ ସବୁ ଶିକ୍ଷାନୁଷ୍ଠାନରେ ପିଲାଙ୍କୁ ଅତ୍ୟାଚାର ବା ‘ବୁଲିଂ’ର ଶିକାର ହେବାକୁ ପଡ଼େ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଜାଣିବାକୁ ମିଳିଥାଏ। କିନ୍ତୁ ଭାରତରେ ଏହି ର଼୍ୟାଗିଂ ରୋଗର ସଂକ୍ରମଣ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଶିକ୍ଷାନୁଷ୍ଠାନରେ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟଙ୍କର ନିର୍ଦ୍ଦେଶ ସତ୍ତ୍ୱେ ନୂଆ ଛାତ୍ରୀଛାତ୍ରଙ୍କୁ କରାଯାଉଥିବା ଅତ୍ୟାଚାର ଦର୍ଶାଉଛି କେଉଁଭଳି ଭାବରେ ଭାରତର ଯୁବପିଢ଼ିର ମାନସିକତା ଗଢ଼ିଉଠୁଛି।
ଫେବୃୟାରୀ ୪ରେ ଆନ୍ଧ୍ରପ୍ରଦେଶର ଜବାହରଲାଲ ନେହେରୁ ଟେକ୍ନୋଲୋଜିକାଲ ୟୁନିଭର୍ସିଟି(ଜେଏନ୍‌ଟିୟୁ), ଅନ୍ତପୁରରେ ର଼୍ୟାଗିଂ ଘଟଣା ପୁଣି ଆଲୋଚନାକୁ ଆସିଛି। ଉକ୍ତ ଘଟଣାରେ ଅଭିଯୋଗ କ୍ରମେ କଲେଜ ଏକାଡେମୀ କାଉନ୍‌ସିଲ୍‌ ୧୮ ପିଲାଙ୍କୁ ନିଲମ୍ବନ କରିଛି। ଜେଏନ୍‌ଟିୟୁର ସିନିୟର ଛାତ୍ରମାନେ ଜୁନିୟରଙ୍କୁ ଜବରଦସ୍ତ ସେମାନଙ୍କ ହଷ୍ଟେଲକୁ ନେଇଥିଲେ ଓ ସେଠାରେ ସେମାନଙ୍କୁ ଅର୍ଦ୍ଧନଗ୍ନ କରାଇ ଆଦେଶ ପାଳନ କରିବାକୁ ବାଧ୍ୟ କରିଥିଲେ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଜାନୁୟାରୀରେ ମୁମ୍ବାଇର ଜି.ଏସ୍‌. ମେଡିକାଲ କଲେଜ ଆଣ୍ଡ୍‌ କେ.ଇ.ଏମ୍‌. ହସ୍ପିଟାଲର ଜଣେ ଅକ୍ୟୁପେଶନାଲ ଥେରାପି ଛାତ୍ରଙ୍କୁ ର଼୍ୟାଗିଂ ଅଭିଯୋଗରେ ୧୭ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପୁନଶ୍ଚ ସେହି ମାସର ଶେଷ ସପ୍ତାହରେ ରାଜସ୍ଥାନ କଲେଜରେ ମଧ୍ୟ ର଼୍ୟାଗିଂ ଘଟଣା ସାମ୍ନାକୁ ଆସିଥିଲା।
ମହାମାରୀର ପ୍ରଭାବ କମି ଆସୁଥିବା ବେଳେ ଶିକ୍ଷା ବ୍ୟବସ୍ଥା ଅଣ୍ଟା ସଳଖିବା ଆରମ୍ଭ କରିଛି। ଏହି ସମୟରେ ଏଭଳି ଅମାନବୀୟ କାର୍ଯ୍ୟ ଏକ ନକାରାମତ୍କ ବାର୍ତ୍ତା ଦେଇଛି। ମୁଖ୍ୟତଃ ଇଞ୍ଜିନିୟରିଂ ଓ ମେଡିକାଲ କଲେଜଗୁଡ଼ିକରେ ଅଧିକ ର଼୍ୟାଗିଂ ହେଉଥିବା ଲକ୍ଷ୍ୟ କରାଯାଉଛି। ର଼୍ୟାଗିଂକୁ ଅପରାଧ ଭାବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି କୁହାଯାଇଥିଲେ ମଧ୍ୟ ପିଲାମାନଙ୍କର ପୋଲିସ ପ୍ରତି ଭୟ ରହୁନାହିଁ। ଫଳରେ କଠୋର ନିୟମ ସତ୍ତ୍ୱେ ଏହା ଥମିବାର ନାଁ ଧରୁନାହିଁ। ୨୦୧୬ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନଭିତ୍ତିକ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଭାରତରେ ର଼୍ୟାଗିଂର ଶିକାର ହେଉଥିବା ୪୦ ପ୍ରତିଶତ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୯ ପ୍ରତିଶତରୁ କମ୍‌ ଏହା ବିରୋଧରେ ମୁହଁ ଖୋଲିଥାଆନ୍ତି। ଯେଉଁମାନେ ର଼୍ୟାଗିଂର ଶିକାର ହୁଅନ୍ତି, ସେମାନେ ମାନସିକ ଅବସାଦ ଓ ଆବେଗଗ୍ରସ୍ତ ହୋଇଥାଆନ୍ତି।
ଛାତ୍ର ସମାଜ ପାଇଁ ର଼୍ୟାଗିଂ ଏକ ବଡ଼ ସମସ୍ୟା। ଏଣୁ ଏହାର ପ୍ରତିକାର ସମଗ୍ର ସମାଜର ସହଯୋଗ ଦ୍ୱାରା ମିଳିପାରିବ। କେବଳ ଅଭିଭାବକ ସବୁବେଳେ ପିଲାମାନଙ୍କ ବ୍ୟବହାର ସମ୍ପର୍କରେ ସଚେତନ ରହିବା କିମ୍ବା ସେଥିରେ ପରିବର୍ତ୍ତନ ଆଣିବା ସମ୍ଭବପର ବୋଲି ଭାବି ହେଉନାହଁି। ସେହିଭଳି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ର଼୍ୟାଗିଂ ଘଟଣାରେ ଏକାକୀ ଦାୟୀ ହେବା ଅନୁଚିତ ହୋଇପାରେ। ସମ୍ଭବତଃ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବିରୋଧ ଆରମ୍ଭ ହେଲେ ଏହି ଗୁଣ୍ଡାମିର ନିରାକରଣ ପନ୍ଥା ବାହାରିପାରେ। କିନ୍ତୁ ଯେଉଁ ଦେଶରେ ଶିକ୍ଷାନୁଷ୍ଠାନ ଭିତରେ ରାଜନୀତି ଏବଂ ଧର୍ମ ଆଳରେ ହିଂସା ଓ ଦ୍ୱେଷକୁ ସବୁ ପକ୍ଷରୁ ପ୍ରବର୍ତ୍ତାଇବାର ସକ୍ରିୟ ଉଦ୍ୟମ ଆରମ୍ଭ ହେଲାଣି, ସେଭଳି ଦେଶରେ ର଼୍ୟାଗିଂକୁ ଗୁରୁତ୍ୱ ଦିଆଯାଇ ତା’ର ପ୍ରତିକାର ହେବ ବୋଲି ବିଶ୍ୱାସ କରାଯାଉନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri