Posted inଜାତୀୟ

୫ ଟଙ୍କାରେ ବିକ୍ରି ହେଉଛି ବ୍ୟକ୍ତିଗତ ଗୁପ୍ତ ତଥ୍ୟ, ସାଇବର ଠକେଇ ଟ୍ରେନିଂ କ୍ୟାମ୍ପ୍‌ ପାଲଟିଛି ଝାଡ଼ଖଣ୍ଡ…

ନୂଆଦିଲ୍ଲୀ, ୭।୨ : ଅନଲାଇନ ଠକେଇ ସମ୍ପ୍ରତି ବଢ଼ି ଚାଲିଛି। ସାଇବର ଠକେଇ ଅପରାଧ ଏବେ ଏକ ଆହ୍ବାନ ହୋଇ ଛିଡ଼ା ହୋଇଛି। ବହୁ ଲୋକ ଏହାର ଶିକାର ହେଉଛନ୍ତି। ଡାଟା କାରବାର ସାଇବର ଠକେଇର ବ୍ୟବସାୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। ୟୁଜରଙ୍କର ବ୍ୟକ୍ତିଗତ ଗୁପ୍ତ ତଥ୍ୟ ମାତ୍ର ୫ ଟଙ୍କାରେ ସାଇବର ଅପରାଧୀ ବିକ୍ରି କରିଥାନ୍ତି। ସିଆଇଡି ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଝାଡ଼ଖଣ୍ଡରେ ସର୍ବାଧିକ ସାଇବର ଠକେଇ ହେଉଛି। ଅପରାଧୀମାନେ ପଶ୍ଚିମବଙ୍ଗରେ ୟୁଜରଙ୍କ ତଥ୍ୟ ମାତ୍ର ୫ ଟଙ୍କାରେ ବିକ୍ରି କରୁଛନ୍ତି ।

ଝାଡ଼ଖଣ୍ଡର ଜାମତାଡ଼ାକୁ ସାଇବର ଅପରାଧର ଟ୍ରେନିଂ କ୍ୟାମ୍ପ୍‌ କୁହାଯାଉଛି। ବେକାର ଯୁବବର୍ଗ କମ୍‌ ସମୟରେ ଅଧିକ ଟଙ୍କା ରୋଜଗାର କରିବା ଲୋଭରେ ଏଠାକୁ ଆସି ସାଇବର ଅପରାଧ ସମ୍ପର୍କରେ ତାଲିମ ନେଉଛନ୍ତି ଏବଂ ତା’ପରେ ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଠକୁଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସିଆଇଡି ଏସ୍‌ପି ଏସ୍‌.କାର୍ତ୍ତିକଙ୍କ ଅନୁସାରେ ଜଣେ ୟୁଜରଙ୍କ ଡାଟା ବ୍ୟାଙ୍କ, ମଲ, ଟେଲିକମ କମ୍ପାନୀ, ବୀମା, ଜେରକ୍ସ ଏବଂ ଅନ୍ୟାନ୍ୟ ମାଧ୍ୟମରେ ସଂଗ୍ରହ କରାଯାଇ ଏହି ତଥ୍ୟକୁ ଅପରାଧୀଙ୍କୁ ବିକ୍ରି କରାଯାଇଥାଏ। ତଥ୍ୟ ବଦଳରେ ସାଇବର ଅପରାଧୀମାନେ ଡାଟା ପ୍ରଦାନକାରୀଙ୍କୁ ଟଙ୍କା ଦେଇଥାନ୍ତି।

ଇଣ୍ଡିଆନ ସାଇବର ସେଲ ମଧ୍ୟ ଏହି ସାଇବର ଅପରାଧୀଙ୍କ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି। ଏହି ସୂଚନା ଦର୍ଶାଉଛି ଯେ ଝାଡଖଣ୍ଡର ଏହି ସାଇବର ଅପରାଧୀମାନେ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମାତ୍ର ୫ ଟଙ୍କାରେ ଡାଟା ବିକ୍ରି କରୁଛନ୍ତି। ଏହି ତଥ୍ୟରେ ୟୁଜରଙ୍କର ବହୁ ବ୍ୟକ୍ତିଗତ ସୂଚନା ଯେପରିକି ବ୍ୟକ୍ତିଙ୍କ ନାମ, ମୋବାଇଲ ନମ୍ବର, ବ୍ୟାଙ୍କ ବିବରଣୀ, ଆଧାର ନମ୍ବର ଏବଂ ଅନ୍ୟାନ୍ୟ ଡାଟା ରହିଥାଏ। ଏହି ତଥ୍ୟ ମାଧ୍ୟମରେ ସାଇବର ଅପରାଧୀମାନେ ବ୍ୟାଙ୍କର୍‌ କିମ୍ବା ବୀମା ଏଜେଣ୍ଟ ହୋଇ ଅନ୍‌ଲାଇନ୍‌ରେ ଠକେଇ କରିଥାନ୍ତି।

ଅପରାଧୀମାନେ ଡାଟା ପାଇବା ପରେ ସମ୍ପୃକ୍ତ ୟୁଜରଙ୍କୁ ତାଙ୍କ ଏଟିଏମ କାର୍ଡ ବନ୍ଦ ହେବାକୁ ଯାଉଛି ଏବଂ ଏହାକୁ ପୁଣିଥରେ ଚାଲୁ କରିବା ଲାଗି କାର୍ଡର ବିବରଣୀ ମାଗିଥାନ୍ତି। କେତେକ ଅଜାଣତରେ ଠକଙ୍କ ହାବୁଡ଼ରେ ପଡ଼ିଥାନ୍ତି। କିନ୍ତୁ ଏପରି କ୍ଷେତ୍ରରେ ବ୍ୟାଙ୍କ କେବେ ବି ଗ୍ରାହକଙ୍କୁ କଲ କରେ ନାହିଁ। ତେଣୁ ଏଭଳି କଲ୍‌ ପ୍ରତି ସତର୍କ ରହିବାକୁ ସିଆଇଡି ରିପୋର୍ଟରେ କୁହାଯାଇଛି। ସେହିପରି କଓ୍ବୋଇସି ସହିତ ଜଡିତ କଲ କରି ଅପରାଧୀ ୟୁଜରଙ୍କଠାରୁ ବ୍ୟାଙ୍କ ବିବରଣୀ ମାଗିଥାନ୍ତି। ଏଭଳି କଲ୍‌ ପ୍ରତି ସାବଧାନ ରହିବା ଜରୁରୀ। ସେହିପରି ଅପରାଧୀ ୟୁଜରଙ୍କ ପାଖକୁ ମେସେଜ୍‌ ପଠାଇ ଏଥିରେ କ୍ଲିକ୍‌ କରିବାକୁ କହିଥାନ୍ତି। କ୍ଲିକ୍‌ କରିବା ମାତ୍ରେ ୟୁଜର୍‌ଙ୍କ ଆକାଉଣ୍ଟ ଖାଲି ହୋଇଯାଇଥାଏ ବୋଲି ସିଆଇଡି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri