ଭାରତରେ ବର୍ଜ୍ୟର ପୁନଃ ଉପଯୋଗ ଲାଗି ଦୁଇ ଇଞ୍ଜିନିୟରଙ୍କ ପ୍ରୟାସ ଯୁବପିଢ଼ିଙ୍କ ଲାଗି ଏକ ଦୃଷ୍ଟାନ୍ତ ପାଲଟିଛି। ଏହି ଦୁଇ ଇଞ୍ଜିନିୟର ହେଉଛନ୍ତି ଦର୍ଶନ ଚାଲ୍ଲୁର ଏବଂ ଚନ୍ଦନ କଗନାପଲ୍ଲି। ସେମାନେ ବର୍ଜ୍ୟରୁ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି। କିଲୋ ପ୍ରତି ୪ ଟଙ୍କା ମୂଲ୍ୟରେ ସେମାନେ ଏହି ଖତକୁ କୃଷକମାନଙ୍କୁ ବିକ୍ରି କରୁଛନ୍ତି। ଫଳରେ ହଜାର ହଜାର କୃଷକ ଉପକୃତ ହେଉଛନ୍ତି। ଗୋଟିଏ ପଟେ ବର୍ଜ୍ୟର ପୁନଃ ଉପଯୋଗ କରି ପରିବେଶ ସୁରକ୍ଷା କରିବା ସହ କୃଷକମାନଙ୍କୁ ରାସାୟନିକ ମୁକ୍ତ ଚାଷ ଲାଗି ପ୍ରୋତ୍ସାହିତ କରୁଛନ୍ତି। ତିରୁମାଲା ତିରୁପତି ଦେବସ୍ଥାନମ୍କୁ ପ୍ରତିବର୍ଷ ୪୦ ଲକ୍ଷ ଶ୍ରଦ୍ଧାଳୁ ଆସିଥାଆନ୍ତି ଓ ସେଠାରେ ୪୦ ଟନ ବର୍ଜ୍ୟ ଠୁଳ ହୋଇଥାଏ। ଏତେ ପରିମାଣ ବର୍ଜ୍ୟର ପୁନଃ ଉପଯୋଗ କରିବା ଲାଗି ସେମାନେ ୨୦୨୦ରେ ଇକୋଫିନିକ୍ସ ଷ୍ଟାର୍ଟଅପ୍ ଗଠନ କରି ଜୈବିକ ବର୍ଜ୍ୟରୁ ୪୦ ଦିନ ମଧ୍ୟରେ ଜୈବିକ ଖତ ପ୍ରସ୍ତୁତ କରିପାରିଛନ୍ତି। ଖତ ବିକ୍ରି କରି ସେମାନେ ବର୍ଷକୁ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ଏହା ସହ କଠିନ ପ୍ଲାଷ୍ଟିକ ବର୍ଜ୍ୟକୁ ରିସାଇକ୍ଲିଂ ପାଇଁ ପଠାଯାଉଛି।
ଏବର ଚାଷବାସ
କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...
ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର
ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍ଜିଏନ୍ଆର୍ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...
ଭେଜାଲ ପାଇଁ ମୃତ୍ୟୁଦଣ୍ଡ
ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...
ଏଇ ଭାରତରେ
ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍ଏସ୍) ଉଜ୍ଜ୍ୱଳ କୁମାର ଚଭନ।...
ମୋବାଇଲ ସ୍କ୍ରିନ୍ ଆସକ୍ତି
କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍ ସ୍କ୍ରିନ୍।...
ଗଣତନ୍ତ୍ର କାହିଁକି ଦୋଷୀ ହେବ
ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...
ବାଂଲାଦେଶ ପରେ ବର୍ମା
ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍ ଓସ୍ମାନ ହାଦିଙ୍କୁ ଅଚିହ୍ନା...
ଏଇ ଭାରତରେ
ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...
Archives


