Posted inରାଜ୍ୟ

କୋଟିଆ ସୀମା ବିବାଦ: ପୁଣି ସୁପ୍ରିମକୋର୍ଟ ଗଲା ଓଡ଼ିଶା

ନୂଆଦିଲ୍ଲୀ,୧୩।୧ : କୋରାପୁଟ ଜିଲାର କୋଟିଆ ଅଞ୍ଚଳ ସୀମା ବିବାଦକୁ ନେଇ ଓଡ଼ିଶା ସରକାର ବୁଧବାର ପୁଣିଥରେ ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆନ୍ଧ୍ର ସହ ଦୀର୍ଘବର୍ଷ ଧରି ଲାଗିରହିଥିବା ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ନିମନ୍ତେ କୋଟିଆ ପ୍ରସଙ୍ଗରେ ସ୍ପଷ୍ଟ ରାୟ ଦେବା ଲାଗି ଓଡ଼ିଶା ସରକାର ସାନି ଆବେଦନ କରିଛନ୍ତି। କୋଟିଆରେ ରହିଥିବା ସମସ୍ତ ଗ୍ରାମ ଓଡ଼ିଶା ସୀମା ଭିତରେ  ବୋଲି ଅଦାଲତ ଘୋଷଣା କରନ୍ତୁ। ରାଜ୍ୟ ସରକାରଙ୍କ ଅଧିକାରୀମାନେ ଯେପରି ଉକ୍ତ ଅଞ୍ଚଳରେ ବିନା ବାଧାରେ ସ୍ବାଧୀନ ଭାବେ କାର୍ଯ୍ୟ କରିପାରିବେ, ସେଥିପାଇଁ ଅଦାଲତ ନିର୍ଦ୍ଦେଶନାମା ଜାରି କରିବା ପାଇଁ ଓଡ଼ିଶା ଅନୁରୋଧ କରିଛି। ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରର ଅଧିକାରୀମାନଙ୍କୁ ପ୍ରବେଶ ଅନୁମତି ନ ଦେବା ଲାଗି ଓଡ଼ିଶା ସରକାର ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛନ୍ତି। ଓଡ଼ିଶାର ଏହି ପଦକ୍ଷେପକୁ କୋଟିଆ ସଂଗଠନ ଏବଂ କୋରାପୁଟ ବିକାଶ ପରିଷଦ ସମର୍ଥନ ଜଣାଇଛି। ସୂଚନାଯୋଗ୍ୟ, ଉଭୟ ରାଜ୍ୟ ସରକାର ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ କୋଟିଆ ସୀମା ବିବାଦର ସମାଧାନ ସୂତ୍ର ବାହାର କରିବା ଲାଗି ଗତବର୍ଷ ଅଗଷ୍ଟରେ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୬।୫: ଟିକେଟ୍‌ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ଅପରାଧିକ ମାମଲା, ସବୁଠାରୁ ଏହି ପ୍ରାର୍ଥୀଙ୍କ ନାଁରେ ରହିଛି ଅଧିକ

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

ସବୁଠାରୁ ଗରିବ ପ୍ରାର୍ଥୀ, ପାଖରେ ଅଛି ଏତିକି ଟଙ୍କା, ଏଡିଆର ରିପୋର୍ଟରେ ଖୁଲାସା

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର,୬।୫: କାଳବୈଶାଖୀ ପବନ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଝାରସୁଗୁଡ଼ା ନିଆଯାଇଛି। ସେଠାରେ ସୁରକ୍ଷିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri