ଏଇ ଭାରତରେ

ମେଟ୍ରୋ ସହରଗୁଡ଼ିକରେ ଜନସଂଖ୍ୟା ବୃଦ୍ଧି ପାଇବାରୁ ହଜାର ହଜାର ଲୋକ ସରକାରୀ ଜମି ଜବରଦଖଲ କରି ରହୁଛନ୍ତି। ଏମାନେ ପ୍ରାୟତଃ ନିମ୍ନମଧ୍ୟବିତ୍ତ କିମ୍ବା ଗରିବ ଶ୍ରେଣୀର, ଯେଉଁମାନଙ୍କ ପାଖରେ ଘର କିଣିବା ଲାଗି ଅର୍ଥର ଅଭାବ ରହିଛି। ଏଣୁ ଏଭଳି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି ଚେନ୍ନାଇର ଅରୁଣ ପ୍ରଭୁ। ତାଙ୍କ ବୟସ ୨୩। ସେ ଅଟୋରିକ୍ସା ଉପରେ ଏକ ଘର ନିର୍ମାଣ କରିଛନ୍ତି। ୬ ଫୁଟ ଚଉଡ଼ା, ୬ ଫୁଟ ଲମ୍ବ ଓ ପାଖାପାଖି ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଘରକୁ ଯେକୌଣସି ଗାଡ଼ି କିମ୍ବା ସ୍ଥାନରେ ମଧ୍ୟ ଫିଟ୍‌ କରାଯାଇପାରିବ। ଅରୁଣ ପେସାରେ ଜଣେ ଆର୍କିଟେକ୍ଟ ହୋଇଥିବାରୁ କମ୍‌ ଖର୍ଚ୍ଚରେ ସ୍କ୍ରାପ୍‌ରେ ଉକ୍ତ ଘର ନିର୍ମାଣ କରିଛନ୍ତି। ଏହି ‘ରିକ୍ସା ଘର’ର ନାଁ ରଖିଛନ୍ତି ‘ସୋଲେ ଜିରେ-୧’। ଉଚ୍ଚାରେ ତିନି ଥାକ ବିଶିଷ୍ଟ ଏହି ଘରକୁ ନିର୍ମାଣ କରିବାକୁ ଖର୍ଚ୍ଚ ହୋଇଛି ୧ ଲକ୍ଷ ଟଙ୍କା। ଏଥିରେ ଜଣେ ଆରାମରେ ରହିପାରିବ। ଉକ୍ତ ଘରେ ଖାଇବା ଘର, ଟଏଲେଟ୍‌ ଓ ବସିବା ପାଇଁ ଜାଗା ମଧ୍ୟ ରଖାଯାଇଛି। ରୋଷେଇ ପାଇଁ ମଧ୍ୟ ବ୍ୟବସ୍ଥା ଅଛି। ଗୃହହୀନ, ନିର୍ମାଣ ଶ୍ରମିକ, ଭେଣ୍ଡରମାନଙ୍କ ପାଇଁ ଉକ୍ତ ଘର ମହାନଗରରେ ଖୁବ୍‌ ଉପଯୋଗୀ ହୋଇପାରିବ ବୋଲି କହନ୍ତି ଅରୁଣ। ‘ସୋଲେ ଜିରେ-୧’ ଘରେ ୨୫୦ ଲିଟର ପାଣି ଗଚ୍ଛିତ ରହିବାର ବ୍ୟବସ୍ଥା ଅଛି ଓ ଏହା ସମ୍ପୂର୍ଣ୍ଣ ସୌରଶକ୍ତିରେ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri