Posted inଜାତୀୟ

ଦୁର୍ଘଟଣାରେ ଦୁଇ ଝିଅଙ୍କୁ ହରାଇଥିଲେ ଦମ୍ପତି, ୨ ବର୍ଷ ପରେ ଘଟିଲା ଏମିତି କିଛି

ବିଶାଖାପାଟନମ୍‌,୨୦।୯: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ୧୫ ସେପ୍ଟେମ୍ବର ୨୦୧୯ରେ ଏକ ଡଙ୍ଗା ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କର ମୃତୃ୍ୟ ହୋଇଛି। ଏଥିରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ (ଭିଜାଗ) ବାସିନ୍ଦା ଟି ଆପାଲା ରାଜୁ ଏବଂ ଭାଗ୍ୟଲକ୍ଷ୍ମୀ, ନିଜ ଦୁଇ ଝିଅଙ୍କୁ ହରାଇଥିଲେ। ଦୁଇ ଝିଅଙ୍କ ବୟସ ଯଥାକ୍ରମେ ୨ ବର୍ଷ ୧ ବର୍ଷ ଥିଲା। ଏହି ଦୁର୍ଘଟଣାର ଠିକ ଦୁଇ ବର୍ଷ ପରେ, ୧୫ ସେପ୍ଟେମ୍ବର ୨୦୨୧ରେ ଭାଗଲକ୍ଷ୍ମୀ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି।
ନ୍‌ଦୁଇ ବର୍ଷ ପୂର୍ବେ ଆଜି, ୧୫ ସେପ୍ଟେମ୍ବର ୨୦୧୯ରେ, ଗ୍ଲାସ କାରଖାନାରେ କାମ କରୁଥିବା ଟି ଆପାଲା ରାଜୁଙ୍କ ଘରେ ଦୁଃଖର ପର୍ବତ ଭାଙ୍ଗିପଡିଥିଲା। ଗୋଦାବରୀ ନଦୀରେ ଡଙ୍ଗାବୁଡି ଘଟଣାକୁ ନେଇ ୩୨ ବର୍ଷର ଆପାଲା ରାଜୁ କହିଛନ୍ତି ଯେ, ସେ ସେଦିନ ଟିକିଏ ଅଶାନ୍ତ ଅନୁଭବ କରୁଥିଲେ, ଯେଉଁଥିପାଇଁ ଦମ୍ପତି ଶେଷ ମୁହୂର୍ତ୍ତରେ ଯାତ୍ରା ବାତିଲ କରିଥିଲେ। ତେବେ ସେ ତାଙ୍କର ଦୁଇ ଝିଅ ଗୀତା ବୈଷ୍ଣବୀ (୩) ଏବଂ ଧାତ୍ରୀ ଅନନ୍ୟା (୧) ଙ୍କ ସମ୍ପର୍କୀୟଙ୍କ ସହ ଶ୍ରୀ ରାମ ମନ୍ଦିରକୁ ତୀର୍ଥଯାତ୍ରା ପାଇଁ ପଠାଇଥିଲେ। ଆପାଲା କହିଛନ୍ତି ଯେ, ତାଙ୍କ ପରିବାରର ୧୧ ଜଣ ବ୍ୟକ୍ତି ଏହି ଡଙ୍ଗାରେ ଥିଲେ, ସେଥିମଧ୍ୟରୁ କେବଳ ଜଣେ ସଦସ୍ୟ ଉଦ୍ଧାର ପାଇପାରିଥିଲେ। ଅର୍ଥାତ୍‌ ଏହି ଦୁର୍ଘଟଣାରେ ଆପାଲାଙ୍କ ପରିବାରର ୧୦ ଜଣଙ୍କ ଜୀବନ ଯାଇଥିଲା। ଏବେ ଆପାଲାଙ୍କ ଘରକୁ ଏକ ଖୁସି ଖବର ଆସିଛି। ଯେଉଁ ଦିନ ସେ ଦୁଇ ଝିଅଙ୍କୁ ହରାଇଥିଲେ ଦୁଇବର୍ଷ ପରେ ସେହି ଦିନ ଭାଗ୍ୟଲକ୍ଷ୍ମୀ ଯମଜ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହା ଭଗବାନଙ୍କ ଉପହାର ବୋଲି ଦମ୍ପତି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri