Posted inଖେଳ

‘ଫିଟ୍‌ ଟୁ ଫ୍ଲାଏ’ ସାର୍ଟିଫିକେଟ ଅପେକ୍ଷାରେ ଶାସ୍ତ୍ରୀ

ନୂଆଦିଲ୍ଲୀ, ୧୭। ୯(ପି.ଟି.)
ୟୁନାଇଟେଡ କିଙ୍ଗ୍‌ଡମ୍‌(ୟୁକେ)ରେ ଅଟକ ରହିଥିବା ଭାରତର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ଫିଲ୍ଡିଂ କୋଚ୍‌ ଭରତ ଅରୁଣ ଓ ଆର. ଶ୍ରୀଧର ପ୍ରମୁଖ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିବା ପରେ ‘ଫିଟ୍‌ ଟୁ ଫ୍ଲାଏ’ ଟେଷ୍ଟ ଦେବାକୁ ପଡ଼ିବ। ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ଯାଇ ସେମାନେ ସ୍ବଦେଶ ଫେରିପାରିବେ। ସୂଚନାଯୋଗ୍ୟ, ଏହି ୩ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ଗତ ସପ୍ତାହରେ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ମ୍ୟାଚକୁ ବାତିଲ କରିବାକୁ ପଡ଼ିଥିଲା। ୟୁକେ ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁସାରେ ସେମାନେ ୧୦ ଦିନ ଆଇସୋଲେଶନ ଶେଷ କରିଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ହେଲେ ନେଗେଟିଭ ଆରଟି-ପିସିଆର୍‌ ରିପୋର୍ଟ ବ୍ୟତୀତ ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁସାରେ ସିଟି ସ୍କାନରେ ୩୮ରୁ ଅଧିକ ସ୍କୋର କରିପାରିଲେ ଯାଇ ସେମାନଙ୍କୁ ‘ଫିଟ୍‌ ଟୁ ଫ୍ଲାଏ ’ସାର୍ଟିଫିକେଟ ମିଳିବ। ସବୁ ଠିକ୍‌ଠାକ୍‌ ରହିଲେ ଆସନ୍ତା ଦୁଇ ଦିନ ଭିତରେ ସେମାନେ ସ୍ବଦେଶ ଫେରିପାରନ୍ତ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଫିସିଆଲ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି। ସିଟି ସ୍କାନ ଦ୍ୱାରା କରୋନା ଯୋଗୁ ଫୁସ୍‌ଫୁସ୍‌ କେତେ ପରିମାଣରେ ପ୍ରଭାବିତ ହୋଇଛି ତାହା ଜଣାପଡ଼ିବ। ଏହି ୩ଜଣ ଭାରତୀୟ କୋଚ୍‌ଙ୍କ ନିକଟରେ ବର୍ତ୍ତମାନ କରୋନା ରୋଗର କୌଣସି ଲକ୍ଷଣ ନାହିଁ। ସେମାନେ ଫିଟ୍‌ ଥିବା ମଧ୍ୟ ଜଣାପଡ଼ୁଛିି। ସୂଚନାଯୋଗ୍ୟ, ଓଭାଲଠାରେ ଚତୁର୍ଥ ଟେଷ୍ଟର ତୃତୀୟ ଦିବସରେ ଶାସ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଅରୁଣ ଓ ଶ୍ରୀଧର ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ ପ୍ରଥମେ ଆଇସୋଲେଶନରେ ରଖାଯାଇଥିଲା। କୋଭିଡ୍‌ ଟେଷ୍ଟରେ ସେମାନଙ୍କ ଫଳାଫଳ ପଜିଟିଭ ଆସିଥିଲା। ସମସ୍ତଙ୍କ ୧୦ ଦିନିଆ ଆଇସୋଲେଶନ ମିଆଦ ବୁଧବାର ଶେଷ ହୋଇଛି। ପରେ ଜୁନିୟର ଫିଜିଓ ଯୋଗେଶ ପାରମର କୋଭିଡ୍‌ ପଜିଟିଭ ଜଣାପଡ଼ିବା ପରେ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଖେଳାଳିମାନେ ଓଲ୍ଡ ଟ୍ରାଫୋର୍ଡଠାରେ ୫ମ ଟେଷ୍ଟ ମ୍ୟାଚ ଖେଳିବା ଲାଗି ରାଜି ହୋଇ ନ ଥିଲେ। ଫଳରେ ଏହି ମ୍ୟାଚକୁ ବାତିଲ କରିବାକୁ ପଡ଼ିଥିଲା। କୋଚିଂ ଷ୍ଟାଫ୍‌ଙ୍କ ସଂସ୍ପର୍ଶରେ ରହିଥିବାରୁ ମୁଖ୍ୟ ଫିଜିଓ ନୀତୀନ ପଟେଲ୍‌ ଆଇସୋଲେଶନରେ ରହିଥିଲେ। ତା’ପରଠାରୁ ପାରମର ଏକମାତ୍ର ଫିଜିଓ ଭାବେ ଭାରତୀୟ ଖେଳାଳିଙ୍କ ଦେଖାଚାହାଁ କରି ଆସୁଥିଲେ। ଶାସ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବ ସଂକ୍ରମଣର ଉତ୍ପତ୍ତି ସ୍ଥଳ ବୋଲି ବିଶ୍ୱାସ କରାଯାଇଛି। କାରଣ ଏଥିରେ ବିନା ମାସ୍କରେ ପ୍ରାୟ ୧୫୦ ଅତିଥି ଉପସ୍ଥିତ ଥିଲେ। ସେମାନେ ପରସ୍ପର ସହ ନିର୍ବିଘ୍ନରେ ମିଳାମିଶା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲା ବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

ପାକିସ୍ତାନୀଙ୍କୁ ଔକାତ୍‌ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ, ରାଗିଗଲେ ନକ୍‌ଭି, ICC ନିକଟରେ କରିବେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ପାକିସ୍ତାନ ୧୯ ବର୍ଷରୁ କମ୍‌ ଏସିଆ କପ ଫାଇନାଲରେ ଭାରତ ବିପକ୍ଷରେ ବିଜୟୀ ହୋଇଛି। ରବିବାର ମ୍ୟାଚ ସମୟରେ ଦଳର ପରାମର୍ଶଦାତା ସରଫରାଜ ଅହମ୍ମଦ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri