Posted inଜାତୀୟ

ଦିଗହରା ଜୀବନ, କିଏ ଦେବ ଶରଣ…

କାବୁଲ,୨୫।୮: ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଶରଣ ଦେବା ନେଇ ଏବେ ସମସ୍ୟା ଉପୁଜିଛି। ଭିଟାମାଟି ଛାଡ଼ିଥିବା ଶରଣାର୍ଥୀଙ୍କ ଜୀବନ ଏବେ ଦିଗହରା ହୋଇପଡ଼ିଛି। ଆଖିରେ ଆଖିଏ ସପନ ନେଇ ସେମାନେ ଶରଣ ପାଇଁ ଅପେକ୍ଷା କରିଛନ୍ତି। ଆଫଗାନିସ୍ତାନର ମିତ୍ର ବୋଲାଉଥିବା ପାକିସ୍ତାନ ବିପଦ ସମୟରେ ପଡ଼ୋଶୀ ଦେଶବାସୀଙ୍କ ଶରଣ ଦେବାକୁ ମନା କରିଛି। ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ କହିଛନ୍ତି ଯେ ତାଙ୍କ ଦେଶ ବର୍ତ୍ତମାନ ସୁଦ୍ଧା ଶରଣାର୍ଥୀଙ୍କୁ ଗ୍ରହଣ କରିବାର ସ୍ଥିତିରେ ନାହିଁ। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ ଆଫଗାନିସ୍ତାନରୁ ଆସୁଥିବା ଲୋକଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଖବର ଅନୁଯାୟୀ ତୁର୍କୀ ମଧ୍ୟ ଇରାନ ସୀମାରେ ଏକ ପ୍ରାଚୀର ନିର୍ମାଣ କରୁଛି, ଯାହାଫଳରେ ଆଫଗାନିସ୍ତାନର ଲୋକମାନେ ଆସିବା ବନ୍ଦ ହୋଇ ପାରିବେ। ନିକଟରେ ହଙ୍ଗେରୀର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ଲେଭେଣ୍ଟେ ମାଗିଆର୍‌ କହିଛନ୍ତି ଯେ ହଙ୍ଗେରୀରେ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦିଆଯିବ ନାହିଁ। ଇରାନ ସ୍ପଷ୍ଟ କରିଛି ଯେ ଏହା ଶରଣାର୍ଥୀଙ୍କୁ ଗ୍ରହଣ କରିପାରିବ ନାହିଁ। ଆଫଗାନିସ୍ତାନ ଶରଣାର୍ଥୀଙ୍କ ସଂଖ୍ୟାକୁ ନେଇ ପଡୋଶୀ ଉଜବେକିସ୍ତାନ ଚିନ୍ତିତ। ତେବେ ଶରଣାର୍ଥୀଙ୍କ ଥଇଥାନ କରିବାକୁ ଦେଶର ସରକାର ମନା କରିଛନ୍ତି। ବାଂଲାଦେଶ ସ୍ପଷ୍ଟ କରିଛି ଯେ ଆମେରିକାର ଅନୁରୋଧ ସତ୍ତ୍ୱେ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇପାରିବ ନାହିଁ। ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଅବଦୁଲ ମୋମିନ କହିଛନ୍ତି ଯେ ତାଙ୍କ ଦେଶ ମିଆଁମାରରୁ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମସ୍ୟାର ସମ୍ମୁଖୀନ ହୋଇସାରିଛି ଏବଂ ଏଭଳି ପରିସ୍ଥିତିରେ ଆଫଗାନିସ୍ତାନ ନାଗରିକଙ୍କୁ ଶରଣାର୍ଥୀ ଭାବରେ ଗ୍ରହଣ କରିପାରିବ ନାହିଁ।
ମାତ୍ର ଏପରିସ୍ଥଳେ ଭାରତ ଇ-ଭିଜା ଜାରି କରିବା ସହିତ ଶରଣାର୍ଥୀଙ୍କ ଥଇଥାନ ବ୍ୟବସ୍ଥା ଆରମ୍ଭ କରିଛି। ତାଲିବାନ ଶାସନର ଭୟରୁ ପଳାୟନ କରୁଥିବା ଲୋକଙ୍କୁ ବ୍ରିଟେନ ଏହାର ଶରଣାର୍ଥୀ କାର୍ଯ୍ୟକ୍ରମ ସହ ସମାନ୍ତରାଳ ଯୋଜନା ମାଧ୍ୟମରେ ଆଶ୍ରୟ ଦେବାକୁ ଯୋଜନା କରିଛି। ବ୍ରିଟିଶ ସରକାର ପ୍ରାୟ ୨୦ ହଜାର ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବେ ବୋଲି କହିଛନ୍ତି। ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲ କହିଛନ୍ତି ଯେ ସେ ଆଫଗାନିସ୍ତାନରୁ ପଳାୟନ କରୁଥିବା ମହିଳା ଏବଂ ସଂଖ୍ୟାଲଘୁମାନଙ୍କୁ ଯଥାସମ୍ଭବ ଆଶ୍ରୟ ଦେବା ପାଇଁ ଚେଷ୍ଟା କରିବେ। ଆଫଗାନିସ୍ତାନର ପରିସ୍ଥିତିକୁ ଦେଖି ଆମେରିକାର ପ୍ରତିରକ୍ଷା ବିଭାଗ ଶରଣାର୍ଥୀଙ୍କୁ ସହାୟତା କରିବା ପାଇଁ ଲକ୍ଷ୍ୟ ରଖିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏହି ଶରଣାର୍ଥୀଙ୍କୁ ୱିସ୍କୋସିନ ସ୍ଥିତ ଫୋର୍ଟ ମ୍ୟାକକୋଇ ଏବଂ ଟେକ୍ସାସର ଫୋର୍ଟ ବ୍ଲିସ ଠାରେ ସାମରିକ ବେସରେ ରଖାଯିବ। ପ୍ରଥମ ପର୍ଯ୍ୟାୟରେ ନିଜେ ଆଫଗାନିସ୍ତାନର ୩୦ ହଜାର ଶରଣାର୍ଥୀ ଆମେରିକାରେ ଶରଣ ନେବେ ବୋଲି କୁହାଯାଉଛି। ଏହା ବ୍ୟତୀତ ପ୍ରାୟ ୪,୦୦୦ ଆବେଦନକାରୀ ଏବଂ ସେମାନଙ୍କ ପରିବାର ଆମେରିକାରେ ସୁରକ୍ଷା କ୍ଲିୟରାନ୍ସ ପାଇନାହାଁନ୍ତି।
ଆଫଗାନିସ୍ତାନରେ କାନାଡା ନିଜର ଦୂତାବାସ ବନ୍ଦ କରି ଆଫଗାନିସ୍ତାନ ସରକାରଙ୍କ ସହ କୂଟନୈତିକ ସମ୍ପର୍କକୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ତେବେ କାନାଡାର ଜଷ୍ଟିସ ଟ୍ରୁଡୋ ସରକାର ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ସହାୟତା ଘୋଷଣା କରିସାରିଛନ୍ତି। ୨୦,୦୦୦ ଶରଣାର୍ଥୀଙ୍କୁ ଆଶ୍ରୟ ଦିଆଯିବ। ଆଫଗାନିସ୍ତାନରୁ ପଳାଇ ଆସିଥିବା ପ୍ରବାସୀମାନଙ୍କୁ ଆଶ୍ରୟ ଦେବା ପାଇଁ ଆଲବାନିଆ ମଧ୍ୟ ଆଗକୁ ଆସିଛି। ଶରଣାର୍ଥୀଙ୍କୁ ସାହାଯ୍ୟ କରିବାରେ ଏକ ଛୋଟ ଦେଶ ହେଉଛି ତାଜିକିସ୍ତାନ। ଜୁଲାଇ ମାସରେ ଆଫଗାନିସ୍ତାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନେୀୟ ସରକାର ଏକ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କୁ ଆଶ୍ରୟ ଦେବାକୁ ଘୋଷଣା କରିଥିଲେ। ଆଫଗାନିସ୍ତାନବାସୀଙ୍କୁ ଆଶ୍ରୟ ଦେବ ବୋଲି ମଙ୍ଗଳବାର ଉତ୍ତର ମାକେଡୋନିଆ ଘୋଷଣା କରିଛି। ସମସ୍ତ ଶରଣାର୍ଥୀଙ୍କୁ ଉତ୍ତର ମାକେଡୋନିଆର ହୋଟେଲରେ ରଖାଯିବ ଏବଂ ସେମାନଙ୍କର ଯତ୍ନ ଆମେରିକା ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂଗଠନ ବହନ କରିବେ। ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ଆମେରିକା ସରକାର ମଧ୍ୟ କତାର ସରକାରଙ୍କ ସହ ଆଲୋଚନା କରୁଛନ୍ତି। ଆମେରିକାର ସୈନ୍ୟବାହିନୀ ସହିତ କାର୍ଯ୍ୟ କରୁଥିବା ଲୋକଙ୍କୁ ସୁରକ୍ଷିତ ରଖିବାକୁ କତାରକୁ କୁହାଯାଇଛି। ଶରଣାର୍ଥୀଙ୍କୁ ସହାୟତା ଦେବାକୁ ଉଗାଣ୍ଡା ମଙ୍ଗଳବାର ଘୋଷଣା କରିଛି। ଉଗାଣ୍ଡା ରାଷ୍ଟ୍ରପତି ୟୋଭେରୀ ମୁସେଭେନି କହିଛନ୍ତି ଯେ ସାମ୍ପ୍ରତିକ ସଙ୍କଟରେ ସେ ଯେକୌଣସି ପ୍ରକାରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବର୍ଷ ଭାରତ ଛାଡୁଛନ୍ତି ୨ ଲକ୍ଷ ଲୋକ, ଖୋଲାଖୋଲି କାରଣ କହିଲେ କେନ୍ଦ୍ର ସରକାର, ଏହି…

ନୂଆଦିଲ୍ଲୀ,୧୮ା୧୨: ପ୍ରତିବର୍ଷ ଲକ୍ଷାଧିକ ଲୋକ ଭାରତ ଛାଡୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସଂସଦକୁ ସୂଚନା ଦେଇଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୯୦୦୦୦୦ରୁ ଅଧିକ ଭାରତୀୟ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

‘ମୁଁ ଇସ୍ତଫା ଦେଇଦେବି’, କାହିଁକି ଏମିତି ଘୋଷଣା କଲେ FBI ଡେପୁଟି ଡାଇରେକ୍ଟର? ଟ୍ରମ୍ପଙ୍କୁ ଲେଖିଲେ ଏମିତି ପତ୍ର

ଓ୍ବାଶିଂଟନ,୧୮।୧୨: ଏଫବିଆଇର ଡେପୁଟି ଡାଇରେକ୍ଟର ଡାନ ବୋଙ୍ଗିନୋ ବୁଧବାର ଘୋଷଣା କରିଛନ୍ତି ଯେ ସେ ଚାକିରି ଆରମ୍ଭ କରିବାର ୧୦ ମାସରୁ କମ ସମୟ ପରେ...

ୟୁନୁସ ସରକାରଙ୍କୁ ପାନେ ଦେବ ଭାରତ: ନେଲା ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୧୮।୧୨: ଡିସେମ୍ବର ୧୭ରେ ବାଂଲାଦେଶରେ ଭାରତୀୟ ହାଇକମିଶନ ସମ୍ମୁଖରେ ଯାହା ଘଟିଥିଲା ତାହା କୌଣସି ଦୁର୍ଘଟଣା ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ ଭାବରେ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ଆମେରିକାର ସବୁଠାରୁ ବଡ଼ ନ୍ୟୁଜ ନେଟୱାର୍କ, CNN ର ଭବିଷ୍ୟତ କ’ଣ ହେବ? ଟ୍ରମ୍ପଙ୍କ ଚାପ ପରେ ଉଠିଲାଣି ପ୍ରଶ୍ନ

ଓ୍ବାଶିଂଟନ,୧୮।୧୨: CNN ଏକ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେଉଛି, ଏହାର ମୂଳ କମ୍ପାନୀ, ୱାର୍ନର ବ୍ରଦର୍ସ ଡିସ୍କଭରୀ (WBD), ଏକ ସମ୍ଭାବ୍ୟ ଅଧିଗ୍ରହଣର ସମ୍ମୁଖୀନ ହେଉଛି।...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri