Posted inଜାତୀୟ

ବଢ଼ିଲା କଂଗ୍ରେସ କନ୍ଦଳ

ନୂଆଦିଲ୍ଲୀ, ୨୫ା୮: ପଞ୍ଜାବ, ରାଜସ୍ଥାନ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଥମିବାର ନାଁ ଧରୁ ନ ଥିବାବେଳେ ଏବେ ଛତିଶଗଡ଼ରେ କ୍ଷମତା ହାତେଇବାକୁ ନେଇ ଦଳରେ ଫାଟ ଦେଖାଦେଇଛି। ଶାସନ ଗାଦି ହାତରେ ରଖିବାକୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ବରିଷ୍ଠ ନେତା ତଥା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଟି. ଏସ୍‌. ସିଂଦେଓଙ୍କ ମଧ୍ୟରେ ବିବାଦ ଘନେଇଛି। ଏହାର ସମାଧାନ ପାଇଁ ମଙ୍ଗଳବାର ଉଭୟଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତନ ପାଇଁ କଂଗ୍ରେସ ଉପରେ ଚାପ ପଡ଼ୁଥିବାବେଳେ ଏ ପର୍ଯ୍ୟନ୍ତ ପାର୍ଟି ହାଇକମାଣ୍ଡ ପକ୍ଷରୁ ଏ ନେଇ କୌଣସି ସଙ୍କେତ ଦିଆଯାଇନାହିଁ। ବିବାଦର ସମାଧାନ ପାଇଁ ରାହୁଲ ଉଭୟଙ୍କ ସହ ଆଲୋଚନା କରିଛନ୍ତି।
ବାସଭବନରେ ଅନୁଷ୍ଠିତ ଏହିବ ବୈଠକରେ ଛତିଶଗଡ଼ ଦାୟିତ୍ୱରେ ଥିବା ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି)ର ପି. ଏଲ୍‌. ପୁନିଆ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ। ଉଭୟ ନେତା ରାହୁଲଙ୍କ ସହ ପୃଥକ୍‌ ଭାବେ ଆଲୋଚନା କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଏହା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା। ଉଭୟଙ୍କୁ ରାହୁଲ ବୁଝାଇବା ସହ ଆଗାମୀ ଦିନରେ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଉ ବୈଠକ ବସିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେବେ ଗଣମାଧ୍ୟମକୁ ସୂଚନା ଦେଇ ପୁନିଆ କହିଛନ୍ତି, ବୈଠକରେ ରାଜ୍ୟର ଉନ୍ନତିମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଛତିଶଗଡ଼ର ନେତୃତ୍ୱ ସମ୍ପର୍କରେ କୌଣସି କଥା ଉଠି ନ ଥିବା ସେ ପ୍ରକାଶ କରିଛନ୍ତି। ଜୁନ୍‌ରେ ବାଘେରଙ୍କ ସରକାରଙ୍କୁ ଅଢ଼େଇ ବର୍ଷ ପୂରିଛି। ୨୦୧୮ରେ ନିର୍ବାଚନ ଜିତିବା ପରେ ଅଢ଼େଇ ବର୍ଷରେ ମୁଖ୍ୟମନ୍ତ୍ରୀ ପଦ ଅଦଳବଦଳ ନିମନ୍ତେ ନିଷ୍ପତ୍ତି ହୋଇଥିଲା ବୋଲି ସିଂ ଦେଓ ଦାବି କରିଛନ୍ତି। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ମାନିବେ ବୋଲି ଉଭୟେ କହିଛନ୍ତି। ଏଥିସହ ବାଘେଲ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିଛନ୍ତି।

‘ଅମରିନ୍ଦରଙ୍କ ଉପରେ ଭରସା ନାହିଁ’

କଂଗ୍ରେସ ନେତା ନଭଜ୍ୟୋତ ସିଂ ସିଦ୍ଧୁଙ୍କ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି ଦଳର ୩୧ ବିଧାୟକ। ସେମାନଙ୍କ ସମେତ କେତେଜଣ ପୂର୍ବତନ ବିଧାୟକ ମଙ୍ଗଳବାର ମନ୍ତ୍ରୀ ତ୍ରିପତ ରାଜିନ୍ଦର ସିଂ ବାଜଓ୍ବାଙ୍କ ବାସଭବନରେ ଏକାଠି ହୋଇଛନ୍ତି। ଅମରିନ୍ଦରଙ୍କ ଉପରେ ଆଉ ଭରସା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କୁ ହଟାଇବା ପାଇଁ ସେମାନେ ପାର୍ଟି ହାଇକମାଣ୍ଡଙ୍କୁ ଭେଟି ଦାବି ରଖିବେ ବୋଲି ନିଷ୍ପତ୍ତି ହୋଇଛି। ତେବେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ସିଦ୍ଧୁ ଏହି ବୈଠକରେ ଉପସ୍ଥିତ ନ ଥିଲେ। ପଞ୍ଜାବ ମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି କହିଛନ୍ତି, ଦଳର ୫ ମନ୍ତ୍ରୀ, ପିସିସିସି ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ପର୍ଗତ ସିଂ ଖୁବ୍‌ଶୀଘ୍ର ଦିଲ୍ଲୀ ଗସ୍ତ କରି ଏଆଇସିସି ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟି ଏହି ଦାବି ରଖିବେ। ଅମରିନ୍ଦରଙ୍କୁ ବଦଳାଇବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ବାଜଓ୍ବା କହିଛନ୍ତି। ବୈଠକରେ ୪୬ ବିଧାୟକ ଉପସ୍ଥିତ ଥିଲେ ବୋଲି ସେ ଦାବି କରିଛନ୍ତି। ଦଳରେ ଅମରିନ୍ଦରଙ୍କ ଆହୁରି ଅନେକ ବିରୋଧୀ ଥିବା ବାଜଓ୍ବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri