Posted inଖେଳ

ଅଲିମ୍ପିକ୍ସ ହକି: କ୍ୱାର୍ଟରରେ ଭାରତୀୟ ପୁରୁଷ ଦଳ

ଟୋକିଓ, ୩୦।୭: ଟୋକିଓ ଅଲିମ୍ପିକ୍ସ ହକି ଇଭେଣ୍ଟରେ ଭାରତୀୟ ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିତ ପୁଲ୍‌- ଏ ମ୍ୟାଚ୍‌ରେ ଭାରତ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନାକୁ ୩-୧ ଗୋଲରେ ପରାସ୍ତ କରି ଏହି ସଫଳତା ପାଇଛି। ଭାରତ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଅନ୍ତିମ ୨ ମିନିଟ୍‌ରେ ଭାରତ ଦୁଇଟି ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ଚକ୍‌ମା ଦେଇଛି। ଏପର୍ଯ୍ୟନ୍ତ ଭାରତ ୪ଟି ମ୍ୟାଚ୍‌ ଖେଳି ତୃତୀୟ ବିଜୟ ହାସଲ କରି ପୁଲ୍‌ ଏ’ରେ ତା’ର ଦ୍ୱିତୀୟ ସ୍ଥାନ ପକ୍କା କରିଛି। ଭାରତ କେବଳ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି। ପୁଲ୍‌-ଏ’ରେ ୬ଟି ଦଳ ସାମିଲ ଥିବାବେଳେ ଆର୍ଜେଣ୍ଟିନା ପଞ୍ଚମ ସ୍ଥାନରେ ରହି ସଂଘର୍ଷ କରୁଛି। କ୍ୱାର୍ଟର ଫାଇନାଲ ଦୌଡ଼ରେ ରହିବାକୁ ହେଲେ ଏବେ ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନା ନ୍ୟୁଜିଲାଣ୍ଡକୁ ହରାଇବା ଅପରିହାର୍ଯ୍ୟ ହୋଇପଡିଛି। ପୁଲ୍‌-ଏ ଓ ବି’ର ଶ୍ରେଷ୍ଠ ୪ଟି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ଭାରତ ଏବେ ତା’ର ଫାଇନାଲ ପୁଲ୍‌ ମ୍ୟାଚ୍‌ରେ ଶୁକ୍ରବାର ଆୟୋଜକ ଜାପାନକୁ ଭେଟିବ।
ଦୀର୍ଘ ୩୭ ବର୍ଷ ପରେ ଭାରତ ଅଲିମ୍ପିକ୍‌ ହକିରେ ଭାରତୀୟ ପୁରୁଷ ଦଳ ପୁଲ୍‌ ପର୍ଯ୍ୟାୟରେ ୩ଟି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ଶେଷଥର ପାଇଁ ଭାରତ ୧୯୮୪ରେ ପୁଲ୍‌ ପର୍ଯ୍ୟାୟରେ ୩ଟି ମ୍ୟାଚ ଜିତିଥିଲା। ଯଦି ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ଭାରତ ଜାପାନକୁ ହରାଏ ତେବେ ୧୯୭୨ ପରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟର ୪ଟି ମ୍ୟାଚ୍‌ ଜିତିବ। ୧୯୭୨ ଅଲିମ୍ପିକ୍ସରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୭ରୁ ୫ଟି ମ୍ୟାଚ୍‌ ଜିତିଥିଲା। ୧୯୮୪ ପରଠାରୁ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୨ରୁ ଅଧିକ ମ୍ୟାଚ୍‌ ଜିତିପାରି ନ ଥିଲା। ୧୯୮୦ ପରେ ଭାରତକୁ କୌଣସି ପଦକ ମିଳିପାରି ନାହିଁ। ଏପରିକି ଭାରତ ୨୦୦୮ରେ ଅଲମ୍ପିକ୍ସ କ୍ୱାଲିଫାଏ କରିପାରି ନ ଥିଲା।
ସ୍ଥାନୀୟ ଓଇ ହକି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ଆର୍ଜେଣ୍ଟିନାକୁ କୌଣସି ସୁଯୋଗ ଦେଇ ନ ଥିଲା। ପ୍ରଥମ ଦୁଇଟି କ୍ୱାର୍ଟରରେ କୌଣସି ଗୋଲ ହୋଇପାରି ନ ଥିଲା। ତୃତୀୟ କ୍ୱାର୍ଟରରେ ୪୩ତମ ମିନିଟରେ ବରୁଣ କୁମାର ପ୍ରଥମ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଏହାର ଠିକ୍‌ ୫ ମିନିଟ୍‌ ପରେ ଆର୍ଜେଣ୍ଟିନାର ସୁଥ କାସେଲା ୪୮ତମ ମିନିଟ୍‌ରେ ଦଳ ତରଫରୁ ଏକମାତ୍ର ଗୋଲ ସ୍କୋର କରି ମ୍ୟାଚ୍‌କୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ। ବିବେକ ସାଗର ପ୍ରସାଦ ଓ ହରମନପ୍ରୀତ ସିଂ ଯଥାକ୍ରମେ ୫୮ ଓ ୫୯ତମ ମିନିଟ୍‌ରେ ଗୋଲ ଦେଇ ଭାରତକୁ ଶେଷ ମୁହୂର୍ତ୍ତରେ ବିଜୟୀ କରାଇଥିଲେ।
ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଭାରତ ଆର୍ଜେଣ୍ଟିନା ଡିଫେନ୍ସ ଉପରେ ଚାପ ପକାଇବାରେ ସମର୍ଥ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରଭାବ ବିସ୍ତାର କରି ଖେଳିଥିଲା। ତେବେ ଆର୍ଜେଣ୍ଟିନା ଡିଫେନ୍ସ ଭାରତର ସବୁ ଆକ୍ରମଣକୁ ପ୍ରତିହତ କରିଥିଲା। ଭାରତୀୟ ଖେଳାଳିମାନେ ଏକାଧିକ ବାର ଆର୍ଜେଣ୍ଟିନା ସର୍କଲରେ ପ୍ରବେଶ କରିଥିଲେ ମଧ୍ୟ ଫାଇନାଲ ପାସ୍‌ ମିସ୍‌ କରିଥିଲା। ତୃତୀୟ ମିନିଟ୍‌ରେ ଭାରତ ଗୋଲ କରିବାର ସୁଯୋଗ ପାଇଥିଲା। ସିମରନଜିତ ସିଂଙ୍କ ପାସକୁ ଦିଲପ୍ରୀତ ସିଂ ହିଟ୍‌ କରିଥିଲେ। ତେବେ ଆର୍ଜେଣ୍ଟିନା ଗୋଲକିପର ଜୁଆନ ଭିଭାଲଡି ଏହାକୁ ସେଭ କରିବାରେ ସଫଳ ହୋଇଥିଲେ। ଭାରତ ୧୬ଥର ଓ ଆର୍ଜେଣ୍ଟିନା ୨ଥର ପ୍ରତିପକ୍ଷ ସର୍କଲରେ ପ୍ରବେଶ କରିଥିଲା। ପ୍ରଥମ ହାଫ୍‌ରେ କୌଣସି ଦଳ ପେନାଲ୍ଟି ସୁଯୋଗ ପାଇ ନ ଥିଲେ ଓ ଗୋଲ ମଧ୍ୟ ହୋଇପାରି ନ ଥିଲା। ତୃତୀୟ କ୍ୱାର୍ଟରରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ଭାରତ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେଇ ପାରି ନ ଥିଲା। ୩୫ତମ ମିନିଟ୍‌ରେ ଗୁରଜନ୍ତ ସିଂ ନିକଟରୁ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେବାରେ ସଫଳ ହୋଇ ନ ଥିଲେ। ସେହିପରି ରୂପିନ୍ଦର ପାଲ ସିଂ କ୍ରମାଗତ ଦୁଇଟି କର୍ନର ମିସ୍‌ କରିଥିଲେ। ଶେଷରେ ବରୁଣ ପ୍ରଥମ ଗୋଲ ଦେଇ ଭାରତୀୟ ଶିବିରରେ ଉତ୍ସାହ ଆଣି ଦେଇଥିଲେ। ସେ ତୃତୀୟ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ। ସେହିପରି ଆର୍ଜେଣ୍ଟିନା ୪୮ତମ ମିନିଟ୍‌ରେ ତା’ର ପ୍ରଥମ ପେନାଲ୍ଟି କର୍ନର ପାଇଥିଲା ଓ କାସେଲା ଏହାକୁ ଗୋଲରେ ପରିଣତ କରିଥିଲେ। ଏହାପରେ ଆର୍ଜେଣ୍ଟିନା ଦୁଇଟି ସୁଯୋଗ ପାଇଥିଲେ ମଧ୍ୟ ଫାଇଦା ଉଠାଇପାରି ନ ଥିଲା। ଭାରତୀୟ ଡିଫେନ୍ସ ଓ ଗୋଲ କିପର ପି.ଆର. ଶ୍ରୀଜେସ ଚମତ୍କାର ପ୍ରଦର୍ଶନ କରିଥିଲେ।
ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନକୁ କୋଚ୍‌ ଗ୍ରାହମ ରିଡ୍‌ ପ୍ରଶଂସା କରିଛନ୍ତି। ଆର୍ଜେଣ୍ଟିନା ବିପକ୍ଷରେ ଖେଳିବା ସେତେଟା ସହଜ ନ ଥିଲା। ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏକ ବିଶ୍ୱସ୍ତରୀୟ ଦଳ ହୋଇଥିବାରୁ ଏହି ବିଜୟ ଭାରତ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ବିଜୟ ହାସଲ କରିଥିଲେ ମଧ୍ୟ ଭାରତ ଏକାଧିକ ସୁଯୋଗ ହାତଛଡ଼ା କରିଛି ବୋଲି ସେ ନିଜ ଖେଳାଳିମାନଙ୍କୁ ସତର୍କ କରାଇଦେଇଛନ୍ତି। ତେବେ ଖେଳାଳିମାନେ ଧୈର୍ଯ୍ୟର ସହିତ ଗେମ୍‌ ପ୍ଲାନ୍‌କୁ କାର୍ଯ୍ୟରେ ପରିଣତ କରିଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ଜାପାନ ବିପକ୍ଷ ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ଭାରତ ଏହି ପ୍ରଦର୍ଶନକୁ ଦୋହରାଇବ ବୋଲି ସେ ଆଶାପ୍ରକାଶ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri