ଏଇ ଭାରତରେ

କୃଷିର ଉନ୍ନତିରେ ଦେଶର ଉନ୍ନତି, ଏହା ଉପଲବ୍ଧିି କରିଛନ୍ତି ନାସାର ପୂର୍ବତନ ବୈଜ୍ଞାନିକ ଡ. ପରାଗ ନର୍‌ଭେକର। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ୧୨ ବର୍ଷ କାର୍ଯ୍ୟ କରିବା ପରେ ଚାକିରି ଛାଡ଼ି ମହାରାଷ୍ଟ୍ରରେ କୃଷି ଓ କୃଷକଙ୍କ ବିକାଶରେ ଲାଗିଛନ୍ତି। ସେ ୨୦୧୭ରେ ପ୍ରଯୁକ୍ତଭିତ୍ତିକ ଷ୍ଟାର୍ଟଅପ୍‌ ‘ସେନ୍‌ସାର୍ଟିକ୍ସ’ ଗଠନ କରି ଏହି ଅଭିଯାନ ଚଳାଇଛନ୍ତି। କୃଷିରେ କ୍ଷତି ଦୂର କରିବା ପାଇଁ ସେ ରୋଗ ଓ ବର୍ଷା ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କରୁଛନ୍ତି। ୨୦୦୩ରେ ଆଇଆଇଟି ମୁମ୍ବାଇରୁ ଇମେଜ ପ୍ରୋସେସିଂ ଟେକ୍‌ନୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ନାସାରେ ଯୋଗ ଦେଇଥିଲେ। ୨୦୧୬ରେ ସେ ସେଠାରୁ ଫେରିଆସି କମ୍‌ ଖର୍ଚ୍ଚରେ ଓ୍ବେଦର ଷ୍ଟେଶନ ନିର୍ମାଣ କରି ତା ମାଧ୍ୟମରେ କୃଷକମାନଙ୍କୁ ତଥ୍ୟ ଯୋଗାଉଛନ୍ତି। ଏହି ଷ୍ଟେଶନ ୫ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ସୂଚନା ଠିକ୍‌ ଭାବେ ଦେଇପାରୁଛି। ସ୍ମାର୍ଟ ଫୋନ୍‌ରେ ଜଳ ପରିଚାଳନା, ଶୀତ ଲହର, ପୋଷକତତ୍ତ୍ୱ ପରିଚାଳନା, ପବନର ଦିଗ, ଆଲୋକ ବିଶ୍ଳେଷଣ ସମ୍ପର୍କିତ ଆଗୁଆ ସୂଚନା କୃଷକଙ୍କୁ ଆପ୍‌ ମାଧ୍ୟମରେ ସୂଚନା ଦିଆଯାଉଛି। ଭାରତର ପ୍ରମୁଖ ଗବେଷଣା ସଂସ୍ଥାଗୁଡ଼ିକ ସହଯୋଗରେ ସେ ଏହାକୁ ପରିଚାଳନା କରୁଛନ୍ତି।
ଏହା ବ୍ୟତୀତ ତୃଣମୂଳସ୍ତରରେ କୃଷକଙ୍କ ପାଇଁ କାର୍ଯ୍ୟ କରୁଥିବା ଶହ୍ୟାଦ୍ରି ଫାର୍ମର୍ସ କମ୍ପାନୀ ସହଭାଗିତାରେ ଏହାକୁ ବ୍ୟାପକ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri