ଅଳପ ଧନ ବହୁତ ମନ

ମୋହନ ଚରଣ ବିଷି

 

ସହର ପରି ଗାଁ ମଧ୍ୟ ଧୋବଧାଉଳିଆ। ସହରର ଚାକଚକ୍ୟ ଗାଁରେ ମଧ୍ୟ ଦେଖାଦେଲାଣି। ଚାଲିଚଳଣିରେ ଲୋକମାନଙ୍କ ଅନେକ ପରିବର୍ତ୍ତନ ହେଲାଣି। ଲୋକଙ୍କ ମାନସିକତାରେ ଭଲ ଘର, ଚାରିଚକିଆର ନିଶା ଘରକରିଛି। ଉପାର୍ଜନ ସ୍ବଳ୍ପ କିନ୍ତୁ ଆଶାତୀତ ଆଶା। ସ୍ବପ୍ନ ଦେଖିବା ତ ନିଜସ୍ବ।
ସ୍ବପ୍ନକୁ ସାକାର କରିବା ପାଇଁ ଯେଉଁ ଆତ୍ମବଳ, ଧୈର୍ଯ୍ୟ, ପରାକାଷ୍ଠା ଆବଶ୍ୟକ ତାହା ଆଉ ପରିଲକ୍ଷିତ ହେଉନାହିଁ। ଆମେ ପଢ଼ିଛୁ ଟାଟା, ବିର୍‌ଲା,ଡାଲମିଆ, ଅମ୍ବାନୀ ପରି ନାମୀଦାମୀ କମ୍ପାନୀ ମାଲିକଙ୍କ ସଂଘର୍ଷର କଥା। କେମିତି ସେମାନେ ଜିରୋରୁ ହିରୋ ହୋଇଛନ୍ତି। ସେମାନେ ଶିଖରକୁ ଛୁଇଁବା ପାଇଁ ଲମ୍ବା ପ୍ରତୀକ୍ଷା କରିଛନ୍ତି। ଅନେକ ଜୀବନକୁ ପ୍ରଭାବିତ କରିଛି ତାଙ୍କ ପ୍ରେରଣାପ୍ରଦ କାହାଣୀ। ବର୍ତ୍ତମାନ ପରିସ୍ଥିତି ଭିନ୍ନ ମୋଡ଼ ନେଉଛି। ଲମ୍ବା ସଂଘର୍ଷ କରି ବିତ୍ତଶାଳୀ ହେବା ପାଇଁ ଚାହୁଁ ନାହାନ୍ତି। ଅଧ୍ୟବସାୟ ଓ ପରିଶ୍ରମ ବିନା ରାତାରାତି ଧନୀ ହେବାର ନିଶା ଘାରିଛି। ଏହା ଅସମ୍ଭବ। କିନ୍ତୁ ଆଜିର ନୂତନ ପିଢ଼ିର କଳ୍ପନା ଭିନ୍ନ। ଏତେ ଲମ୍ବା ସମୟ କିଏ ଅପେକ୍ଷା କରିବ। ସେଥିପାଇଁ ଆପଣାଉଛନ୍ତି ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ। ବିଶେଷକରି ଯୁବ ସମାଜ ଅତ୍ୟାଧୁନିକ ଜୀବନ ନିର୍ବାହ କରିବା ପାଇଁ ନିମ୍ନଗାମୀ ହେଉଛନ୍ତି। କଳା ବ୍ୟବସାୟ ପଛରେ ଯୁବଗୋଷ୍ଠୀଙ୍କୁ ପ୍ରଲୋଭିତ କରି ଲଗାଯାଉଛି। ନିିର୍ବାଚନ ସମୟରେ ଯୁବକମାନଙ୍କୁ ବଡ଼ ଆଶା ଦେଖାଇ ଅସ୍ତ୍ରଭଳି ବ୍ୟବହାର କରାଯାଉଛି। ନିର୍ବାଚନକୁ ଏକ ଜୁଆଖେଳ ଭାବରେ କିଛି ଗୋଷ୍ଠୀ ବ୍ୟବହାର କରୁଛନ୍ତି। ନିିର୍ବାଚନ ଜିତିବା ପରେ ଆଇନ ସବୁ ଯେମିତି ତାଙ୍କ ହାତରେ। ନିିର୍ବାଚନରେ ଖଟେଇଥିବା ପଇସା ଯେମିତି ହେଲେ ମଧ୍ୟ ଠୁଳ କରିବାକୁ ହେବ। ତେଣୁ ଯେତେ ସବୁ ଠିକା କାମରେ ନିଜ ଲୋକ ଅବା କିଛି ଯୁବକମାନଙ୍କୁ ହାତବାରିସି କରି ପଚିଶ କାମକୁ ପାଞ୍ଚରେ ସାରିଦେଉଛନ୍ତି। ଯେମିତି ପିଚୁ ପକାଉ ପକାଉ ରସ୍ତାରୁ ପିଚୁ ଗାଏବ, ଗୃହ ପ୍ରବେଶ ପୂର୍ବରୁ ଛାତ ଭୁଶୁଡି ପଡ଼ିବା, ପୋଲ କାମ ଚାଲୁଥିଲା ବେଳେ ପୋଲ ଭାଙ୍ଗିଯିବା,ପୋଖରୀ କାମ ହୋଇଥିବ ଏପଟେ ପୋଖରୀ ଚୋରି ହୋଇଥିବ। ଆଜିକାଲି ପୁଣି ବ୍ୟବସାୟରେ ନକଲି କାରବାର କରି ମୁନାଫାଖୋର ମାଲାମାଲ୍‌। ସିନ୍ଥେଟିକ ଚାଉଳ, ପ୍ଲାଷ୍ଟିକ ଚାଉଳ, ନକଲି ଘିଅ,ଚା’ ପତିି, ମସଲା, ସୁଜି, ଅଟା ଆଦି ସହ ଏପରିକି ନକଲି ଔଷଧ ମଧ୍ୟ ପ୍ରସ୍ତୁତ କରିବାକୁ ପଛାଉନାହାନ୍ତି। ଅସଫଳ ହେଲେ ଆତ୍ମହତ୍ୟା କରୁଛନ୍ତି। ଆଜିର ଯୁବପିଢ଼ି ପାଖରେ ଅପେକ୍ଷା କରିବା ପାଇଁ ସମୟ ନାହିଁ। ସାଙ୍ଗେ ସାଙ୍ଗେ ଫଳ ଆଶା ରଖୁଛନ୍ତି। ଧୈର୍ଯ୍ୟବିଚ୍ୟୁତି କାରଣରୁ ମାନସିକ ସନ୍ତୁଳନ ହରାଇ ବସୁଛନ୍ତି। ଶସ୍ତା ଲୋକପ୍ରିୟତା ଅର୍ଜନ ଯୁବଗୋଷ୍ଠୀମାନଙ୍କର ଏକ ନିଶା ପାଲଟି ଯାଇଛି।
ଆଜିକାଲି ଏତେ ତଳକୁ ଖସିଯିବାର ଲୋକଙ୍କ ମାନସିକତା କାହିଁକି? କ’ଣ ପାଇଁ ରାତାରାତି ଧନୀ ହେବାର ସ୍ବପ୍ନ ଦେଖୁଛନ୍ତି? ଆଜିର ଯୁବକ ଦେଶ ବିଦେଶ ସବୁ ଦେଖୁଛି। ଲୋକେ କେମିତି ଧନୀ ହେଉଛନ୍ତି ଓ ଆରାମରେ ରହୁଛନ୍ତି ସବୁ ଦେଖୁଛି। ସେ ନିଜେ ସେମିତି ଜୀବନ ଯାପନ କରିବା ପାଇଁ ଚେଷ୍ଟା କରୁଛି କିନ୍ତୁ ପ୍ରକୃତ ପରିଶ୍ରମ କରି ଅର୍ଥ ଉପାର୍ଜନ କରିବାକୁ ଆଦୌ ଇଚ୍ଛା ନାହିଁ। ଦେଖାଯାଉଛି ଯେଉଁ ଚାକିରିଆର ଯଦି ଦରମା କେବଳ ଭରସା, ଯେଉଁ ବ୍ୟବସାୟୀର ଯଦି ପ୍ରକୃତ ଲାଭ ଭରସା ସେମାନେ ହାତରୁ ପାଟିବାଲା। ସେମାନେ କଷ୍ଟେମଷ୍ଟେ ସଂସାର ଚଳେଇବାକୁ ସମର୍ଥ। କିନ୍ତୁ ଖବର ପାଉଛୁ ଯେ, କୋଟିପତି ସରକାରୀ ଡ୍ରାଇଭର, ପିଅନର ରାଜଉଆସ, ପାଞ୍ଚହଜାର ଟଙ୍କା ସରକାରୀ ଦରମା ପାଉଥିବା ଲୋକର କୋଟିଏ ସମ୍ପତ୍ତି। ଆଉ ବଡ଼ ଅଫିସରମାନେ ତ ସବୁବେଳେ ବଡ଼ ବଡ଼ କାରବାରରେ ଲିପ୍ତ ହୋଇ ନୋଟ୍‌ ଗଦାର ମାଲିକ। ଅବଶ୍ୟ ସମସ୍ତେ ଏମିତି ନୁହନ୍ତି। କିନ୍ତୁ ଗାଁଠାରୁ ସହର ଯାଏ ଅନୈତିକ ଉପାୟରେ ଅର୍ଥ ରୋଜଗାର କରିବାକୁ କାହିଁକି କେଜାଣି ଅଧିକାଂଶ ଲୋକଙ୍କ ପସନ୍ଦ ହେଲାଣି। ବୋଧେ ସେମାନେ ଅନୁଭବ କଲେଣି ଦରମା ଭରସାରେ କିମ୍ବା ବ୍ୟବସାୟିକ ପ୍ରକୃତ ଲାଭରେ ଧନୀହେବା କେବଳ ସ୍ବପ୍ନରେ ରହିଯିବ।
କେବଳ ଦିଲ୍ଲୀରୁ ପଲ୍ଲୀ ନୁହେଁ ବିଦେଶରେ ମଧ୍ୟ ଏମିତି ଚେର କାୟାବିସ୍ତାର କରି ରହିଛି। ଏ ଚେରରେ ପରା ଗଛ ହୋଇଥାଏ। ଏଣୁ ସମସ୍ତଙ୍କ ପସନ୍ଦ ଏମିତି ଗଛ ଲଗାଇ ମନ ଭରି ଅମ୍ଳଜାନ ନେବା ପାଇଁ। ଏବେ ଯୁବମାନସିକତାରେ ଯେଉଁ ପରିବର୍ତ୍ତନ ଦେଖାଯାଉଛି ଯେ, ଆଉ ଆମେ ପରିଶ୍ରମ କରିବୁ ନାହିଁ କେବଳ ବୁଦ୍ଧିକୁ ଉପଯୋଗ କରି ରାତାରାତି କେମିତି ବିରାଟ ଧନୀ ହୋଇଯିବୁ। ଉପାୟ ସାଧୁ କି ଅସାଧୁ ପରବାୟ ନାହିଁ, ସମୟ ଆସିଲେ ଜଣାପଡ଼ିବ। କିନ୍ତୁ ରାତି ପାହିଲେ ଦାଢ଼ି ଲମ୍ବି ଯାଇଥିବ। ଲୋକେ ସକାଳୁ ଦେଖିବେ ମୋର ପାରିବାପଣିଆ ଗାଡ଼ିମୋଟର, ଚାକରବାକର ଥାଟବାଟ ପରିପାଟୀରେ ଦୁଆର ଭର୍ତ୍ତି। ମୋତେ ଦେଖି ଯେମିତି ସମ୍ମାନରେ ଲୋକଙ୍କ ମୁଣ୍ଡ ତଳକୁ ହୋଇଯାଉଥିବ। ଏମିତି କିଛି ଭାବନାରେ ଭାବୁକ ଯୁବସମାଜ ଯେକୌଣସି ଦେଶ ପାଇଁ ପ୍ରଗତିର ବାଧକ ନିଶ୍ଚୟ। ସତରେ ଯୁବପିଢ଼ିକୁ ଏମିତି ଭାବନାରୁ ବାହାରିବାକୁ ହେବ। ରାତାରାତି ଧନୀ ହେବା ନିଶାରୁ ଯୁବସମାଜକୁ ନିବୃତ୍ତ ହେବାକୁ ପଡ଼ିବ। ନିଜ ଉପାର୍ଜନକୁ ନେଇ ଧନୀ ହେବା ଶ୍ରେୟସ୍କର, ହୁଏତ ବିଳମ୍ବରେ କାର୍ଯ୍ୟସିଦ୍ଧି ହୋଇପାରେ। ସହଜ ସରଳ ବିନା ପରିଶ୍ରମରେ ଅର୍ଥ ଉପାର୍ଜନ ପରି ଉପାୟକୁ ତ୍ୟାଗକରି ନିଜ ଅଧ୍ୟବସାୟରେ ଉପାର୍ଜନ କଲେ ଦେଶ ଓ ଦଶର ମଙ୍ଗଳ ସୁନିଶ୍ଚିତ।
– ଅଧ୍ୟାପକ, ଗଡରାମାଳ, କୋକସରା, କଳାହାଣ୍ଡି
ମୋ:୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri