ହସ, ରୋଗ ଓ ବିନୟଭାବ

ଡ. ବାଇଧର ସାହୁ

ଚାର୍ଲି ଚାପ୍‌ଲିନ ବା ଚାର୍ଲି ଭାବରେ ସମଗ୍ର ପୃଥିବୀରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ୧୮୮୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରେ ଜନ୍ମ ଗ୍ରହଣ କରିଥିଲେ। ପରିବାରଟି ଦରିଦ୍ର ଥିବାରୁ ସମସ୍ତଙ୍କ ଭରଣ ପୋଷଣ ପାଇଁ ତାଙ୍କ ମାଆଙ୍କୁ ମଧ୍ୟ ବାହାରର ଜଣକ ଘରେ କାର୍ଯ୍ୟ କରିବାକୁ ପଡ଼ୁଥିଲା। ମାଆଙ୍କ ସହ ମାଆଙ୍କର କାର୍ଯ୍ୟ ସ୍ଥଳୀକୁ ଚାର୍ଲି ଯାଉଥିଲେ। ଚାର୍ଲି ପିଲାଟି ଦିନରୁ ଫୁଲ ଦୋକାନରେ କାର୍ଯ୍ୟକରି ଫୁଲ ଗୁନ୍ଥିଲେ। ଛାପାଖାନାରେ କଳ ଚଳାଇବା, ସର୍କସ ଦଳରେ ମିଶି ସର୍କସ ଖେଳ ଦେଖାଇ ଲୋକଙ୍କୁ ହସାଇବା, ଶେଷରେ ଗୋଟିଏ ରଙ୍ଗମଞ୍ଚରେ ନର୍ତ୍ତକ ହେଲେ। ତାଙ୍କର ଏକୋଇଶ ବର୍ଷରେ ସେ ଏକ ନାଟକ ଦଳ ସହ ଆମେରିକା ଯାଇ ସେଠାରେ ରହିଲେ। ପୁନଶ୍ଚ ଆମେରିକାରୁ ଫେରି ଆସି ସେ ସୁଇଜରଲାଣ୍ଡରେ ସ୍ଥାୟୀବାସିନ୍ଦା ହୋଇଗଲେ। ସେ ଚଳଚ୍ଚିତ୍ର ପ୍ରସ୍ତୁତ କରି ‘ହସ’ ଶବ୍ଦଟିକୁ ବି ଶ୍ରେଷ୍ଠ ଭାବେ ଗ୍ରହଣ କରିଥିଲେ। ‘ବାରବୁଲା’ ତାଙ୍କର ଚଳଚ୍ଚିତ୍ର ଭିତରେ ଏକ ଶ୍ରେଷ୍ଠ ନାୟକ। ବିଂଶ ଶତାବ୍ଦୀରେ ସେ ପୃଥିବୀ ବାସୀଙ୍କୁ ‘ହସ’ ରସରେ ବୁଡ଼ାଇ ଏକ ଶ୍ରେଷ୍ଠ ନାଟ୍ୟକାର ଭାବରେ ସମ୍ମାନିତ ହେଲେ।
ଚାର୍ଲି ଚାପଲିନ ମଣିଷକୁ କନ୍ଦାଇବା ଚାହାନ୍ତି ନାହିଁ। ଚାର୍ଲି ଚାହାନ୍ତି ମଣିଷ ଯେତେ ଅଧିକ ସମୟ ହସିପାରିବ, ସେତେ ଅଧିକ ସୁସ୍ଥ ହୋଇ ବଞ୍ଚତ୍ପାରିବ। ଭଲ ମନ୍ଦକୁ ନିଜର ଅହଂଠାରୁ ଦୂରେଇ ରଖିଲେ ଆସିବ ହସରଧାରା, ଆନନ୍ଦରେ ସେ ସବୁ କାମ କରିପାରିବ। ଚାର୍ଲି ଚାପ୍‌ଲିନ ଏହି ମୂଳମନ୍ତ୍ରକୁ ତାଙ୍କ ଚଳଚ୍ଚିତ୍ରରେ ଏଭଳି ଭାବେ ଫୁଟାଇଲେ ଯାହା ଲୋକଙ୍କୁ କେବଳ ହସାଇଲା। ସେ ‘ବାରବୁଲା’ ଜୀବନ ସହିତ ହସକୁ ଜଡ଼ିତ କରିଦେଲେ।
ବାରବୁଲା ଏକ ମଣିଷ, ଯାହାର ମୂଳମନ୍ତ୍ର ବିନୟ ଭାବ। ଆମ ପୁରାଣରେ ଶ୍ରୀକୃଷ୍ଣଙ୍କ ବିନୟ ଭାବ ସହ ଶ୍ରୀରାମ, ଭରତ, ଶବରୀ, ଯଶୋଦା, ଗୋପୀ, ଶ୍ରୀରାଧା ସୁଦାମା ତଥା ଜୟଦେବ, ତୁଳସୀଦାସ, ପଞ୍ଚସଖା, ଶ୍ରୀଚୈତନ୍ୟ, ମୀରାବାଈ, ଦାସିଆ ବାଉରୀ ଏଇ ମହାନ୍‌ ବ୍ୟକ୍ତିଙ୍କ ମୂଳରେ ଥିଲା ବିନୟ ଭାବ। ଭଗବାନ ସର୍ବଶ୍ରେଷ୍ଠ, ମାତ୍ର ସେ ମଧ୍ୟ ଦାରିଦ୍ର୍ୟକୁ ଗ୍ରହଣ କରିଛନ୍ତି। ଦାରିଦ୍ର୍ୟରୁ ଜାତ ବିନୟ ଭାବ ଅତି କଷ୍ଟଦାୟକ। ମଣିଷ ଭିତରେ ସମ୍ବେଦନଶୀଳ ମାନବିକତା ମଣିଷକୁ ଖୁବ୍‌ ହସାଏ। ଯୁକ୍ତି କଥା, ବୁଦ୍ଧିର କଥା, ଚିନ୍ତାଶୀଳ ମନର କଥା, ଏଇସବୁ ମଣିଷର ଭିତରକୁ ଖିନ୍‌ଭିନ୍‌ କରିଦିଏ। ଏତେ ଚିନ୍ତା କରି ସମସ୍ତଙ୍କ ସହ ବିରୋଧ ଭାବ କରିବା ଫଳ ହୋଇଯାଏ ଓଲଟା। ଭଗବାନ ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ଉଲ୍ଲେଖ କରିଛନ୍ତି – ନାସତୋ ବିଦ୍ୟତେ ଭାବୋ ,ନା ଭାବୋ ବିଦ୍ୟତେ ସତଃ। ସତ୍‌ର ଅଭାବ ନାହିଁ ବା ବିନାଶ ନାହିଁ। ଅସତ୍‌ର ଉପତ୍ତ୍ତି ନାହିଁ ବା ଭାବ ନାହିଁ। ସବୁ ଭିତରେ ମଣିଷ ପ୍ରେମ ଓ ଐକ୍ୟଭାବକୁ ନେଇ ଶ୍ରୀକୃଷ୍ଣ ଗୋପୀଙ୍କ ସହ ବାରବର୍ଷ ପର୍ଯ୍ୟନ୍ତ କେବଳ ନାଚିଲେ ଗାଇଲେ, ଜୀବନକୁ କରି ଦେଲେ ଆନନ୍ଦମୟ। ଶ୍ରୀରାମ ଚଉଦ ବର୍ଷ ଭିତରେ ସ୍ନେହ ଓ ପ୍ରେମରେ ବାନ୍ଧି ଦେଲେ ବନବାସୀଙ୍କୁ। ଚାର୍ଲି ଚାପଲିନଙ୍କ ଧାରାରେ ହସ ହିଁ ଜୀବନର ବାସ୍ତବତା। ହସ ଭିତରେ ସତ ଆସେ ଅସତ ନୁହେଁ ।
ରୋଗ ସମସ୍ତଙ୍କୁ ଆକ୍ରମଣ କରେ, ସେହି ଲୋକ ରୋଗ କଥା ଭୁଲି ଯାଇ ଯେତେ ଭୁଲ କରିଥିଲେ ମଧ୍ୟ ନିଜକୁ ନିଜେ ସମାଲୋଚନା କରେ ନାହିଁ। ପୃଥିବୀ ବ୍ୟାପୀ ରୋଗଗ୍ରସ୍ତ ଜୀବନରେ ମଣିଷର ଇଚ୍ଛାଶକ୍ତି ବହୁ ପଦାର୍ଥ ଇଚ୍ଛା କରେ, ସ୍ବାସ୍ଥ୍ୟ ଓ ଜୀବନ ରକ୍ଷା, ଖାଦ୍ୟ, ନିଦ୍ରା, ଟଙ୍କା, ଯେଉଁ ପଦାର୍ଥ ଟଙ୍କା ବଦଳରେ କିଣାଯାଏ ଭବିଷ୍ୟତ ଜୀବନ ସୁଖ ସ୍ବାଚ୍ଛନ୍ଦ୍ୟ ପ୍ରଭୃତି ତା’ ଭିତରେ ଥାଏ। ବିନୟ ଭାବରେ ସବୁ କିଛି ଈଶ୍ୱରଙ୍କୁ ସମର୍ପଣ କରିଦେଲେ ରୋଗ ଆକ୍ରମଣ କରିବାକୁ ବାଟ ପାଇବ ନାହିଁ।
ଜର୍ମାନର ବର୍ଲିନ ସହରରେ ବସ୍‌ଟି ଯାଉଥାଏ, ସେଥିରେ ଜଣେ ଭାରତୀୟ ଯାଉଥାନ୍ତି ତାଙ୍କ ସହ କିଛି ଜର୍ମାନୀର ଯୁବକ ଯାଉଥାନ୍ତି। ସମସ୍ତଙ୍କଠାରୁ କଣ୍ଡକ୍ଟର ଟିକେଟ ପଇସା ନେଲେ, ମାତ୍ର ଜଣେ ଜର୍ମାନୀ ଯୁବକ ଦୁଇଟି ଟିକେଟ କାଟିଲା। ଭାରତୀୟ ପଚାରିଲେ – ଦୁଇଟି ଟିକେଟ କାଟିଲ କାହିଁକି, ଛାତ୍ରଟି ଉତ୍ତର ଦେଲା- ଗତକାଲି ମୁଁ ପଇସା ଘରୁ ଆଣି ପାରି ନ ଥିଲି। କଣ୍ଡକ୍ଟର ବିନୟର ସହ କହିଥିଲେ – ଆସନ୍ତାକାଲି ଦେଇଦେବ। କଣ୍ଡକ୍ଟର ସେହି ମୁହୂର୍ତ୍ତର କଥା ଅତି ଗୁରୁତ୍ୱ ପୂର୍ଣ୍ଣ। ସେ କହିଲେ-ମୁଁ ସନ୍ତୋଷ ପାଇଲି ଅର୍ଥାତ୍‌ ଅତି ଆନନ୍ଦିତ। ତେଣୁ ଦୁଇଟି ଟିକେଟ କାଟି ଦେଲି।
ଶ୍ରୀ ରାମକୃଷ୍ଣ ପରମହଂସ ଦକ୍ଷିଣେଶ୍ୱର ମାଆ କାଳୀଙ୍କ ମନ୍ଦିରରେ ଥିବା ସମୟରେ ସନ୍ନ୍ୟାସୀ ତୋତାପୁରୀ ସେଠାରେ ପହଞ୍ଚତ୍ଲେ। କିଛିଦିନ ରହି ରାମକୃଷ୍ଣଙ୍କୁ ପଚାରିଲେ – ମୋ ଠାରୁ ଦୀକ୍ଷା ଗ୍ରହଣ କରିବ? ରାମକୃଷ୍ଣ ଅତି ବିନୟର ସହ ଉତ୍ତର ଦେଲେ – ମାଆ କାଳୀଙ୍କୁ ପଚାରିବା ପରେ କହିବି। ତା’ପରେ ରାମକୃଷ୍ଣ କାଳୀଙ୍କୁ ଧ୍ୟାନ କରି ଏହି କଥା ଜଣାଇଲେ। ମାଆଙ୍କଠାରୁ ଉତ୍ତର ମିଳିଲା – ଏଇଥିପାଇଁ ତୋତାପୁରୀ ଆସିଛି। ରାମକୃଷ୍ଣ ଚକ୍ଷୁରୁ ଲୋତକ ବହି ଆସିଲା- ସେ ତୋତାପୁରୀଙ୍କୁ ଶ୍ରଦ୍ଧାର ସହ ପ୍ରଣାମ କରି ବିନୟର ସହ ହଁ ଭରିଲେ। କହିଲେ – ସବୁଦୋଷ ମୋର। ସନ୍ନ୍ୟାସୀ ତୋତାପୁରୀ କେବଳ ହସିଦେଲେ।
ମୋ:୯୨୩୮୮୬୯୦୦୬


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri