ଆଜି ଅକ୍ଷୟ ତୃତୀୟା: ଅନୁକୂଳ ହେବ ରଥକାଠ

ପୁରୀ,୨୦ା୪(ଅଜିତ୍‌ କୁମାର ମହାନ୍ତି): ବୈଶାଖ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ଉକ୍ତ ଦିନ ଯେକୌଣସି କାର୍ଯ୍ୟକଲେ ଶୁଭ ହୋଇଥାଏ। ପରମ୍ପରା ଅନୁସାରେ, ଉକ୍ତ ଦିନଠାରୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥାଏ। ସେହିପରି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଆୟମାରମ୍ଭ ହୋଇଥାଏ। ଶ୍ରୀକ୍ଷେତ୍ର ତଥା ଆଖପାଖ ଅଞ୍ଚଳରେ ଘଡ଼ି ପଥୁଲି ପୂଜା କରାଯାଏ। ଅକ୍ଷୟ ତୃତୀୟା ଏକ ଶୁଭଦିନ ହୋଇଥିବାରୁ ଚାଷୀମାନେ ସେମାନଙ୍କ ଚାଷ ଜମିରେ ଅଖିମୁଠି ଅନୁକୂଳ କରିବାର ବିଧି ରହିଛି। ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ ଅକ୍ଷୟ ତୃତୀୟା ଏକ ଶୁଭଦିନ।
ରଥ ସଂହିତା ଅନୁଯାୟୀ, ଅକ୍ଷୟ ତୃତୀୟା ଅବସରରେ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ନୀତି ସମ୍ପନ୍ନ ହୋଇଥାଏ। ଉକ୍ତ ଦିନ ଶ୍ରୀମନ୍ଦିରରେ ବିଶେଷ ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କ ସକାଳଧୂପ ପରେ ଯାତ୍ରାଙ୍ଗୀ ମହାସ୍ନାନ ଅନୁଷ୍ଠିତ ହୋଇଥାଏ। ପରେ ପୂର୍ବଦିନରୁ ଅଧିବାସ ହୋଇ ରହିଥିବା ପ୍ରାୟ ୭ କେଜି ଚନ୍ଦନକୁ ପୂଜାପଣ୍ଡା ସାମନ୍ତ, ପତି ମହାପାତ୍ର, ମୁଦିରସ୍ଥ ଏବଂ ୩ ଜଣ ପାଳିଆ ପୁଷ୍ପାଳକ ଭୋଗମଣ୍ଡପ ଘରଠାରୁ ବେଢ଼ାକୁ ନେଇ ଶ୍ରୀମନ୍ଦିର ଚତୁଃପାଶର୍‌ବରେ ତିନିଘେରା ପରିକ୍ରମା କରାଇବା ପରେ ସର୍ବାଙ୍ଗ ଚନ୍ଦନଲାଗି ହେବ। ଅପରପକ୍ଷରେ ରଥକାର୍ଯ୍ୟ ଅନୁକୂଳ ନିମନ୍ତେ ୩ ବାଡ଼ରୁ ୩ ପୂଜାପଣ୍ଡା ଆଜ୍ଞାମାଳ ଧରି ଆଗରେ ଏବଂ ବିଜେ ପ୍ରତିମା ପଟୁଆରରେ ଶ୍ରୀନଅର ନିକଟ ରଥଖଳାକୁ ବିଜେ କରିଥାନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ଧଉରା କାଠକୁ ବିଧିବିଧାନ ଅନୁଯାୟୀ ରଖାଯାଇଥାଏ। ପରେ ତିନିରଥର ମୁଖ୍ୟ ମହାରଣାଙ୍କ ଦ୍ୱାରା ଅନୁକୂଳ ନୀତି ସମ୍ପନ୍ନ ହୋଇଥାଏ।
ଚନ୍ଦନ ଯାତ୍ରା ଆରମ୍ଭ
ଅକ୍ଷୟ ତୃତୀୟାଠାରୁ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଶ୍ରୀବିଗ୍ରହଙ୍କଠାରୁ ୩ଟି ଆଜ୍ଞାମାଳ ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ରଥଖଳାକୁ ବିଜେ ହୋଇଥାଏ। ଘଣ୍ଟ, ଛତା, କାହାଳି ଏବଂ ସେବାୟତଙ୍କ ଗହଣରେ ବିମାନବଡୁ ସେବକମାନେ ଠାକୁର ଠାକୁରାଣୀଙ୍କୁ ଶ୍ରୀନଅର ସମ୍ମୁଖକୁ ନେଇଥାନ୍ତି। ରଥ ନିର୍ମାଣ ଅନୁକୂଳ ସମ୍ପନ୍ନ ହେବା ପରେ ରାମକୃଷ୍ଣ, ଶ୍ରୀମଦନମୋହନ, ଶ୍ରୀଦେବୀ, ଭୂଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ଭାବେ ପରିଚିତ ଶ୍ରୀଯମେଶ୍ୱର, ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀକପାଳମୋଚନ ଏବଂ ଶ୍ରୀନୀଳକଣ୍ଠ ଚନ୍ଦନଯାତ୍ରା ଲାଗି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଶୋଭାଯାତ୍ରାରେ ଯିବେ। ଠାକୁର ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚତ୍ବା ପରେ ଭିତରଚ୍ଛ ମହାପାତ୍ର ଜଳଲାଗି କରିଥାନ୍ତି। ଠାକୁରଙ୍କୁ ଦୁଇ ଚାପଡଙ୍ଗାରେ ବିଜେ କରାଯାଇ ଚାପ ଖେଳାଯାଏ। ମାଣ୍ଡୁଅ ଭୋଗ ଓ ବିଡ଼ିଆ ମଣୋହୀ ପରେ ଠାକୁରମାନେ ରାତି ଚାପ ଖେଳି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥାନ୍ତି।
ଘଡ଼ି ପଥୁଲି ପୂଜା
ଅକ୍ଷୟ ତୃତୀୟା ଅବସରରେ ଶ୍ରୀକ୍ଷେତ୍ରରେ ଘଡ଼ି ପଥୁଲି ପୂଜା ଦେଖିବାକୁ ମିଳିଥାଏ। ବିଶେଷ କରି ମା’ମାନେ ନିଜ ସନ୍ତାନମାନଙ୍କ ମଙ୍ଗଳ କାମନା କରି ଏହି ପୂଜା କରିଥାନ୍ତି। ଶ୍ରୀକ୍ଷେତ୍ରରେ ବାସ କରୁଥିବା ସେବକ, ବ୍ରାହ୍ମଣ ଏବଂ ଅନେକ ଗୃହସ୍ଥ ପରିବାରରେ ଘଡ଼ି ପଥୁଲି ପୂଜା କରାଯାଏ। ମା’ ଷଷ୍ଠୀଦେବୀଙ୍କ ନକଟରେ ଘଡି ପଥୁଲି ପୂଜା ହେବା ପରେ ଉକ୍ତ ଘଡି ପଥୁଲି ଗୁଡିକୁ କୁନି କୁନି ପିଲାମାନଙ୍କ ମଧ୍ୟରେ ବଣ୍ଟା ଯାଇଥାଏ। ଅକ୍ଷୟ ତୃତୀୟା ଦିନ ଘରର ଠାକୁର ଘରେ ପଞ୍ଚ ମୁରୁଜରେ କୋଷ୍ଠି କଟାଯାଇ ତା’ ମଧ୍ୟରେ ଘଡ଼ି ପଥୁଲିଗୁଡ଼ିକୁ ରଖାଯାଏ। ଏହି ଘଡ଼ି ପଥୁଲିରେ ଚୁଡ଼ାଭଜା, ଖଇ, ନଡ଼ିଆ, ଆମ୍ବ, ତାଳ, ଖଣ୍ଡଘୋଡା, ବିଭିନ୍ନ ପ୍ରକାରର ଫଳ ଏବଂ ଖେଳନା କଣ୍ଢେଇ ରଖାଯାଇ ମା’ ଷଷ୍ଠୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା।
ଅଖିମୁଠି ଅନୁକୂଳ
ଅକ୍ଷୟ ତୃତୀୟା କୃଷକଙ୍କ ନିମନ୍ତେ ଏକ ଶୁଭଦିନ। ଏହିଦିନ ଚାଷୀଭାଇମାନେ ସେମାନଙ୍କ କ୍ଷେତରେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ଚାଷୀ ଜମିରେ ପୂଜାଚ୍ଚର୍ନା କରିବା ପରେ ଅଖିମୁଠି ଅନୁକୂଳ କରି ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ଏହି ଦିନ ଚାଷକାର୍ଯ୍ୟ ଅନୁକୂଳ କଲେ ଫସଲ ଭଲ ହୋଇଥାଏ ବୋଲି ଚାଷୀଙ୍କ ମଧ୍ୟରେ ବିଶ୍ୱାସ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ପାକିସ୍ତାନରେ ପୁଣି ପଲଟିବ ସତ୍ତା! ସିଲ୍‌ ହେଲା ଇସଲାମାବାଦ, ସେନାବେସ୍‌ରେ ବଡ଼ ହଲଚଲ

ଇସଲାମାବାଦ,୪।୮: ପାକିସ୍ତାନରେ ପୁଣି ଥରେ ବଡ଼ ରାଜନୈତିକ ଓଲଟପାଲଟ ଏବଂ ସାମରିକ ବିପ୍ଳବ (ସାମରିକ କୁ) ଆଶଙ୍କାରେ ହଲଚଲ ବୃଦ୍ଧି ପାଇଛି। ରାଜଧାନୀ ଇସ୍‌ଲାମାବାଦକୁ ବିଭିନ୍ନ ସ୍ଥାନରେ…

ବଢିଲା ଅଭିଜିତ ଦୀପକେଙ୍କ ଅଡୁଆ: ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକିି…

ନୂଆଦିଲ୍ଲୀ,୪।୮: କକରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ଅଡୁଆ ବଢ଼ୁଥିବା ନଜର ଆସୁଛି। ପଶ୍ଚିମବଙ୍ଗରେ ଆଇନଜୀବୀ ରିଙ୍କି ଚଟାର୍ଜୀ ସିଂହ ସିଲିଗୁଡ଼ି ସାଇବର କ୍ରାଇମ…

ତାତିଲେ ଛାତ୍ରୀଛାତ୍ର: ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ଦାବିରେ ଚାଲି ଚାଲି ଗଲେ ବିଡ଼ିଓଙ୍କ ନିକଟକୁ, ତା’ପରେ…

ମୋରଡା,୪।୮(ସ୍ମାରକ ମାଜୀ): ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ତଥା ପୋକଯୁକ୍ତଖାଦ୍ୟ, ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର, ବିଦ୍ୟାଳୟରୁ ଜିନିଷ ନେଇ ନେବା ଆଦି ବିଭିନ୍ନ ଅଭିଯୋଗ ନେଇ ପ୍ରଧାନଶିକ୍ଷକଙ୍କ ବହିଷ୍କାର…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

Ramayan ର ୭୮ଟି ଏପିସୋଡ୍‌ରୁ ଦୂରଦର୍ଶନ କମାଇଥିଲା ୩୧,୨୦,୦୦,୦୦୦ କୋଟି ଟଙ୍କା! ଜାଣନ୍ତୁ ଗୋଟିଏ ଦିନର କେତେ ଥିଲା ବଜେଟ୍‌…

ନୂଆଦିଲ୍ଲୀ,୪।୮: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏପରି ସ୍ଥିତିରେ ଆସନ୍ତୁ ଏହା ସହ ଜଡ଼ିତ କିଛି ଖାସ୍…

LPG ସବସିଡି ଚେକ୍‌ କରିବାକୁ ଯାଇଥିଲେ ବ୍ୟାଙ୍କ, ଖାତାରେ ଏତେ କୋଟି ଦେଖି ଉଡିଗଲା ହୋସ୍‌!

ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍‌ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri