ବେଲୁ ନାହିଁ, ବେଲେଇ ହଉଛନ୍ତି: ବିଜୁବାବୁଙ୍କ ମଥାରେ କଳଙ୍କର ଟିକା ଲଗାଇଥିବା ପରିବାର ଏବେ…

ଭୁବନେଶ୍ୱର,୧୮ା୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ନେଇ କିଛିଦିନ ହେବ ରାଜ୍ୟ ରାଜନୀତିରେ ଅନେକ ବିତର୍କ ଚାଲିଛି। କିଏ ବିଜୁଙ୍କୁ ସିଆଇଏ ଏଜେଣ୍ଟ କହିଲାଣି ତ, ଆଉ କେତେଜଣ ପ୍ରତ୍ୟାଖ୍ୟାତ ନେତା ବିଜୁ ଲିଗାସି ନାଁରେ ମଞ୍ଚ ବାନ୍ଧୁଛନ୍ତି। ମଞ୍ଚ ସୃଷ୍ଟି ଆଳରେ ବିଜୁବାବୁ କେତେଜଣ ନିହିତ ସ୍ବାର୍ଥ ଗୋଷ୍ଠୀଙ୍କ ପଶାପାଲିର ଗୋଟି ପାଲଟିଲା ଭଳି ଦେଖାଯାଉଛି। ଯେଉଁ କେତେଜଣ ବିଜୁ ଲିଗାସି ନାଁରେ ଅନେକ ବର୍ଷର ବ୍ୟବଧାନ ପରେ କିଛି ଫାଇଦା ପାଇଯିବେ ବୋଲି ଚିନ୍ତା କରିଛନ୍ତି, ସେମାନଙ୍କର ନିଜସ୍ବ ରାଜନୈତିକ ପରିଚୟର ସଙ୍କଟ ରହିଥିବା ଦୀର୍ଘବର୍ଷ ଭିତରେ ବାରମ୍ବାର ପ୍ରମାଣିତ ହୋଇଛି। ବିଜୁବାବୁଙ୍କ ଜୀବନ୍ତ ଅବସ୍ଥାରେ ସେ ଅନେକ ଅନ୍ତର୍ଘାତିକ ସ୍ଥିତିର ସମ୍ମୁଖୀନ ହୋଇ ନିଜ ରାଜନୈତିକ ଜୀବନରେ ଏକାଧିକ ଥର ଝୁଣ୍ଟିଥିବା ବିଷୟ ବାରମ୍ବାର ଆଲୋଚନା ହୋଇଥାଏ। ସେହି ପୁରୁଣା କଥା ବିଷୟରେ ଜାଣି ନ ଥିବା ଅଧିକାଂଶ ଲୋକଙ୍କୁ ମଞ୍ଚ ଆଗରେ ବସାଇ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଇତିହାସକୁ ବିକୃତ କରି ମିଛ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେହି ଗୋଷ୍ଠୀ ପକ୍ଷରୁ ପରୀକ୍ଷାମୂଳକ ଭାବେ ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରାଇ କେତେଜଣ ନବନିର୍ବାଚିତ ବିଧାୟକଙ୍କୁ ଆଜିର ଡିଜିଟାଲ ଯୁଗରେ ନିନ୍ଦିତ ଓ ଅପମାନିତ କରାଇବାରେ ସଫଳ ମଧ୍ୟ ହୋଇଛନ୍ତି। ସେଥିରେ କେତେଜଣ ନିଜ ଝିଅ ଓ ପୁଅଙ୍କୁ ମଧ୍ୟ ବାଦ୍‌ ଦେଇନାହାନ୍ତି।
ଏଭଳି ସ୍ଥିତିରେ ଅନେକ ଲୋକ ନିଜ ସାମାଜିକ ଗଣମାଧ୍ୟମ ଜରିଆରେ ଓଡ଼ିଶା ରାଜନୈତିକ ଇତିହାସ ବିଷୟରେ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ଏଠାରେ ମନେପକାଇ ଦିଆଯାଇପାରେ, ୧୯୯୫ରେ ବିଜୁ ପଟ୍ଟନାୟକଙ୍କ ବିରୋଧରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ଏକ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ସେହି ମାମଲା ବିଜୁବାବୁଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ବର୍ତ୍ତମାନର ଡିଜିଟାଲ ଯୁଗରେ ସବୁ ତଥ୍ୟ ଉପଲବ୍ଧ ରହିଛି। ବିଜୁବାବୁଙ୍କ ବିରୋଧରେ ଭିଜିଲାନ୍ସ ମାମଲା କରାଇବା ଲାଗି ତାଙ୍କ ସହଯୋଗୀମାନଙ୍କ ମଧ୍ୟରୁ ଜଣେ, ଦଳର ଭିତିରି ତଥ୍ୟ ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ହାତରେ ଧରାଇ ଦେଇଥିଲେ। ଫଳରେ ଜାନକୀ ସରକାର ଉକ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ୱରର ଏକ ମୁଖ୍ୟ ସ୍ଥାନରେ ସେହି ସମୟରେ ପୁରସ୍କାର ସ୍ବରୂପ ହୋଟେଲ କରିବାକୁ ଅନେକ ଏକର ଜମି ସାଙ୍ଗକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ବିଜୁଙ୍କ ବିରୋଧରେ ଭିଜିଲାନ୍ସ ମାମଲା କରିଥିବା ବ୍ୟକ୍ତିଙ୍କ ପାଇଁ ହୋଟେଲ ମାଲିକଙ୍କ ମନରେ କେତେ ଶ୍ରଦ୍ଧା ଥିଲା ସେକଥା ମଧ୍ୟ ବିଜୁ ମଞ୍ଚ ଉପରୁ ସେହି ବ୍ୟକ୍ତି ବଖାଣିଛନ୍ତି।
ବିଜୁବାବୁଙ୍କ ମଥାରେ କଳଙ୍କର ଟିକା ଲଗାଇଥିବା ପରିବାର ଭିତରୁ ଏବେ ବିଜୁ ଲିଗାସି କଥା କୁହାଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି। ଇତିହାସର ଆଉ ଗୋଟିଏ କଥା ମଧ୍ୟ ଏବେ ବହୁ ଆଲୋଚନା ହେଉଛି। ସେତେବେଳେ ବିଜୁ ନିଜ ଭାବମୂର୍ତ୍ତିକୁ ବାଜି ପକାଇ କଟକ ମଦମୃତ୍ୟୁ ଘଟଣାରେ ଯେଉଁ କେତେଜଣ ନେତାଙ୍କୁ ସୁରକ୍ଷା ଦେଇଥିଲେ, ତାହା ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକଙ୍କ ବିରୋଧରେ ପ୍ରଚାରର ସାମଗ୍ରୀ ପାଲଟିଥିଲା। ମାତ୍ର ସୁରକ୍ଷା ପାଇଥିବା ନେତାମାନେ ବିଜୁଙ୍କୁ ପଛରୁ ଛୁରା ମାରିବା ଭଳି କାର୍ଯ୍ୟ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ୧୯୯୫ରେ ରାଜ୍ୟରୁ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାର କ୍ଷମତାଚ୍ୟୁତ ହୋଇଥିଲା। ସେହି ସମୟରେ ବିଜୁଙ୍କ ସରକାରରେ ନିଜକୁ ସୁପର ସିଏମ୍‌ ବୋଲି ଆତ୍ମପ୍ରଚାର କରୁଥିବା ବ୍ୟକ୍ତି ଏକାଧିକ ବିଧାନସଭା ଆସନରେ ଜନତା ଦଳର ଅସନ୍ତୁଷ୍ଟ ନେତାମାନଙ୍କୁ କିଛି ଆର୍ଥିକ ସହାୟତା ଦେଇ ଠିଆ କରାଇ ଦେଇଥିଲେ। ସେହି ବ୍ୟକ୍ତି ବିଜୁଙ୍କ ସରକାରରେ ଗୃହ ବିଭାଗ ଦାୟିତ୍ୱରେ ନ ଥାଇ ମଧ୍ୟ ଜିଲାଗୁଡିକରେ ଏସ୍‌ପି, ଇନ୍ସପେକ୍ଟରଙ୍କୁ ପୋଷ୍ଟିଂ କରାଇବା ଆଳରେ ବିଜୁଙ୍କ ଟିକେଟ ନେଇ ଲଢୁଥିବା ବିଧାୟକମାନଙ୍କୁ ପୋଲିସ ଆକ୍ରୋଶର ଶିକାର କରାଇଥିଲେ। ବିଜୁଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିବା ଏହି ବ୍ୟକ୍ତି ଅଳ୍ପ କେତେଜଣ ବିଧାୟକଙ୍କୁ ହରାଇବାକୁ ଯାଇ ସରକାରକୁ ବିଦା କରିଦେଲେ। ଏକାଧିକ ଆସନରେ ଜନତା ଦଳ ପ୍ରାର୍ଥୀମାନେ ଅଳ୍ପ କିଛି କିଛି ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଫଳରେ ୧୯୯୦ରୁ ୫ ବର୍ଷ ଶାସନ କରିବା ପରେ ରାଜ୍ୟରୁ ବିଜୁ ସରକାର କ୍ଷମତାଚ୍ୟୁତ ହୋଇଥିଲା। ସେହି ସମୟରେ ଯେତେବେଳେ ବିଜୁ ପଟ୍ଟନାୟକ ନିର୍ବାଚନ ପରାଜୟର କାରଣ ପାଇଁ ଅନୁଶୋଚନା କରିବା ଆରମ୍ଭ କଲେ, ଏହାପରେ ସେହି କଥାକୁ ଘୋଡ଼ାଇବାକୁ ଯାଇ ହୋଟେଲ ବ୍ୟବସାୟୀଙ୍କ ସହଯୋଗରେ କଂଗ୍ରେସ ସରକାରକୁ ଭିଜିଲାନ୍ସ ମାମଲା କରାଇବା ପାଇଁ ଯେଉଁସବୁ ତଥ୍ୟ ଆବଶ୍ୟକ ଥିଲା ତାହା ଧରାଇ ଦିଆଗଲା। ସେହି ଭିଜିଲାନ୍ସ ମାମଲା ଯୋଗୁ ବିଜୁ ପଟ୍ଟନାୟକଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଧ୍ୟ ସ୍ଥାନ ମିଳି ନ ଥିଲା। ତତ୍କାଳୀନ ୟୁନାଇଟେଡ୍‌ ଫ୍ରଣ୍ଟ ସରକାରରେ ଚାର୍ଜଶିଟ୍‌ ହୋଇଥିବା କୌଣସି ନେତାଙ୍କୁ ମନ୍ତ୍ରୀ କରା ନ ଯିବା ଲାଗି ନିଷ୍ପତ୍ତି ହୋଇଥିଲା। ସେଥିଲାଗି କେବଳ ବିଜୁ ପଟ୍ଟନାୟକ ନୁହନ୍ତି, ମାଧବରାଓ ସିନ୍ଧିଆ, ଶରଦ ଯାଦବ ପ୍ରମୁଖ ବହୁ ବଡ଼ ବଡ଼ ନେତା ମଧ୍ୟ ମନ୍ତ୍ରୀ ପଦ ପାଇ ନ ଥିଲେ। ଏହାର ପରବର୍ତ୍ତୀ ଅବସ୍ଥାରେ ୧୯୯୭ ଏପ୍ରିଲ ୧୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା।
ବିଜୁଙ୍କ ଦେହାନ୍ତ ପରେ ଯେତେବେଳେ ବିଜେଡି(ବିଜୁ ଜନତା ଦଳ) ପ୍ରତିଷ୍ଠା ହେବାକୁ ନିଷ୍ପତ୍ତି ହୋଇଥିଲା ସେହି ସମୟରେ, ସେହି କୁଚକ୍ରି ନେତାମାନେ ପୁନର୍ବାର ସକ୍ରିୟ ହୋଇଥିଲେ। ୧୯୯୭ ଡିସେମ୍ବର ୨୬ରେ ଯେତେବେଳେ ବିଜେଡି ଗଠନ ହେଲା, ସେତେବେଳେ ଉକ୍ତ ନେତାମାନେ ଜନତା ଦଳକୁ ଭାଙ୍ଗିବାକୁ ସବୁ କୌଶଳ ଆପଣାଇଥିଲେ। ସେଥିରେ ସଫଳ ମଧ୍ୟ ହୋଇଥିଲେ। ଜନତା ଦଳରୁ ପାଖାପାଖି ୨୯ ଜଣ ବିଧାୟକ ସେହି ସମୟରେ ବିଜେଡିରେ ପ୍ରଥମେ ଯୋଗଦେଲେ। ମାତ୍ର ୧୯୯୮ରେ ଯେତେବେଳେ ବିଜେଡି ଅନଙ୍ଗ ଉଦୟ ସିଂଦେଓଙ୍କୁ ରାଜ୍ୟ ସଭା ପଠାଇବାକୁ ଘୋଷଣା କଲା, ଏହାପରେ ଜନତା ଦଳ ଭାଙ୍ଗିଥିବା ନେତାମାନେ କ୍ରସ୍‌ ଭୋଟିଂ କରିଥିଲେ। ଯେଉଁଥିପାଇଁ ଅନଙ୍ଗ ଉଦୟଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା। ଯାହା ବୁଦ୍ଧିରେ ଦଳକୁ ରାଜ୍ୟ ସଭା ନିର୍ବାଚନରେ ସେତେବେଳେ ପରାଜୟ ବରଣ କରିବାକୁ ପଡିଥିଲା ପରବର୍ତ୍ତୀ ସମୟରେ ସେ ବିଜେଡିରୁ ଟିକେଟ ପାଇଲେନି ଏବଂ ବିଦା ହେଲେ। ତାଙ୍କ ପୁଅ ୩୦ ବର୍ଷ ପରେ ସମାନ କାମ ପାଇଁ (ଦଳ ବିରୋଧୀ କାର୍ଯ୍ୟ) ପାଇଁ ନିଲମ୍ବିତ ହୋଇ ନିଜ ପିତାଙ୍କ ସହ ବିଜୁ ଲିଗାସି ମଞ୍ଚରେ ବସିବାର ସୌଭାଗ୍ୟ ପାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri