ଜନଗଣନା କାର୍ଯ୍ୟ କରୁଥିଲେ ପ୍ରଧାନଶିକ୍ଷକ, ଚାଲିଗଲା ଜୀବନ, ଅଂଶୁଘାତ ଅଭିଯୋଗ ଆଣି ସ୍ତ୍ରୀ…

ଅମରପାଲି,୨୦ା୪(ପୀତାମ୍ବର ସାହୁ): ଜନଗଣନା କାର୍ଯ୍ୟ କରୁଥିବାବେଳେ ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ କ୍ଲଷ୍ଟର ସୁନାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଂଶୀଧର ଭୋଇ(୫୫)। ରବିବାର ସତ୍ତ୍ୱେ ବଂଶୀଧର ସରକାରଙ୍କ ନିର୍ଦ୍ଦେଶମତେ ଜନଗଣନା କାର୍ଯ୍ୟ କରିବାକୁ ଯାଇଥିଲେ। ବଂଶୀଧର ଉଲୁଣ୍ଡା ବ୍ଲକ କାଦୋଦର ପଞ୍ଚାୟତ ଅନ୍ତର୍ଗତ ବମରାଜ ଗ୍ରାମର ଅଟନ୍ତି। ସେ ଆଜକୁ ପାଞ୍ଚ ବର୍ଷ ହେଲା ସୁନାପାଲି ୟୁପି ସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ। ଜନଗଣନା ପାଇଁ ତାଙ୍କୁ କୋଟସମଲାଇ ପଞ୍ଚାୟତର ସୁନାପାଲି ସମେତ ଜଉଁରା ଭଉଁରା ପଞ୍ଚାୟତ ପୁଡ଼ାମାଲ ଓ ଧଉରାଦାଦର ଗ୍ରାମର ଦାୟିତ୍ୱ ଦିଆଯାଇଥିଲା।

ପରିବାର ଲୋକଙ୍କ କହିବା ଅନୁସାରେ, ରବିବାର ପୂର୍ବାହ୍ନରେ ସେ ଘରୁ ବାହାରି ସୁନାପାଲିକୁ ଜନଗଣନା କାର୍ଯ୍ୟ ପାଇଁ ଯାଇଥିଲେ। ତେବେ ସେଠାରେ ଅସୁସ୍ଥତା ଅନୁଭବ କରିବାକୁ ଘରକୁ ଆସିଥିଲେ। ତାଙ୍କୁ ତୁରନ୍ତ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ରେ ସେଠାରେ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବାରୁ ତାଙ୍କୁ ସୋନପୁର ଡାକ୍ତରଖାନାକୁ ନେବା ପାଇଁ ଡାକ୍ତର ପରାମର୍ଶ କରିଥିଲେ। ତାଙ୍କୁ ସୋନପୁର ମେଡିକାଲ ନେବାକୁ ବାହାରିଲା ବେଳକୁ ମୃତ୍ୟୁ ହୋଇଥିଲା। ଏବେ ତାଙ୍କ ମୃତଦେହକୁ ବୀରମହାରାଜପୁର ଚିକିତ୍ସାଳୟରେ ରଖାଯାଇଛି। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ବଂଶୀଧରଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ତାଙ୍କ ସ୍ତ୍ରୀ ବାସନ୍ତୀ ଅଭିଯୋଗ କରୁଛନ୍ତି। ଏନେଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡା. ସୁବାସ ପଣ୍ଡାଙ୍କୁ ଯୋଗାଯୋଗ କରିବାକୁ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି। ସମ୍ପ୍ରତି ସୁବର୍ଣ୍ଣପୁର ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ସ୍କୁଲ,କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ଏପରିକି ଶ୍ରମିକମାନଙ୍କୁ ମଧ୍ୟ ସରକାର ଦିନ ୧୧ ପରେ କାମ କରିବାକୁ ମନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏତେ ଖରାରେ ଶିକ୍ଷକମାନେ କାହା ନିର୍ଦ୍ଦେଶରେ ଜନଗଣନା କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ ଏବେ ତଦନ୍ତ ସାପେକ୍ଷ ହୋଇପଡ଼ିଛି। ମୃତ ଶିକ୍ଷକ ଜଣକଙ୍କ ପରିବାରରେ ତାଙ୍କ ସ୍ତ୍ରୀ ବାସନ୍ତୀଙ୍କ ସହିତ ଯୁକ୍ତ ତିନି ଓ ସପ୍ତମ ପଢୁଥିବା ଦୁଇ ଝିଅ ଅଛନ୍ତି। ଏବେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଶିକ୍ଷକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri