Posted inଖେଳ

୨୦୧୧ ବିଶ୍ୱକପ୍‌ ଜିତିବା ପରେ କୋହଲିଙ୍କୁ ଏକ ନିବେଦନ କରିଥିଲେ ସଚିନ: ଜାଣନ୍ତୁ କ’ଣ

ଟିମ ଇଣ୍ଡିଆର ୨୦୧୧ ବିଶ୍ୱକପ ବିଜୟ ପ୍ରଶଂସକଙ୍କ ମନରେ ଏବେ ବି ସତେଜ। ୨୮ବର୍ଷ ପରେ ଭାରତ ୨୦୧୧ରେ ଶ୍ରାଲଙ୍କାକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା। ଏହି ମୁହୂର୍ତ୍ତ ଅନେକ ଖେଳାଳିଙ୍କ ପାଇଁ ଆହୁରି ସ୍ବତନ୍ତ୍ର ଥିଲା। କାରଣ ସେମାନଙ୍କ ପାଇଁ ଏହା ଶେଷ ବିଶ୍ୱକପ ଥିଲା । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ସଚିନ ତେନ୍ଦୁଲକର। ଦୁଇ ଦଶନ୍ଧି ଧରି ତେନ୍ଦୁଲକର ଭାରତୀୟ କ୍ରିକେଟରେ ନିଜ ଯୋଗଦାନ ଦେଇଥିଲେ। ଏହି ସମୟରେ ସେ ଅନେକ ରେକର୍ଡ କରିଥିଲେ। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବାର ୨୨ ବର୍ଷ ପରେ ବିଶ୍ୱକପ ଜିତିବାର ତାଙ୍କ ସ୍ବପ୍ନ ସାକାର ହୋଇଥିଲା। ତେଣୁ ଏହି ବିଜୟ ତାଙ୍କ ପାଇଁ ସ୍ବତନ୍ତ୍ର ଥିଲା । ସାଥୀ ଖେଳାଳିମାନେ ମଧ୍ୟ ସଚିନଙ୍କ ପାଇଁ ଏହାକୁ ସ୍ବତନ୍ତ୍ର କରିବା ପାଇଁ କୌଣସି ସୁଯୋଗ ହାତଛଡା କରି ନ ଥିଲେ।
ବିଶ୍ୱକପ ଫାଇନାଲରେ ଭାରତର ବିଜୟ ପରେ ବିରାଟ କୋହଲି, ସୁରେଶ ରାଇନା ଏବଂ ୟୁସୁଫ ପଠାନ ସଚିନଙ୍କୁ କାନ୍ଧରେ ନେଇଥିଲେ। ନିକଟରେ ଏକ ୟୁଟ୍ୟୁବ ଶୋ’ରେ ତେନ୍ଦୁଲକର ସେହି ଐତିହାସିକ ମୁହୂର୍ତ୍ତକୁ ମନେ ପକାଇଲେ ଏବଂ ତା’ପରେ ସେ କୋହଲି ଏବଂ ପଠାନଙ୍କୁ ଯାହା କହିଥିଲେ ତାହା ପ୍ରକାଶ କରିଥିଲେ। ସଚିନ କହିଛନ୍ତି ଯେ, ବିଶ୍ୱକପ ଜିତିବା ପରେ ବିରାଟ ଏବଂ ୟୁସୁଫ ମୋତେ କାନ୍ଧରେ ବସାଇଥିଲେ। ଆଜି ବି ମୋର ମନେ ଅଛି ସେତେବେଳେ ମୁଁ ଦୁହିଁଙ୍କୁ ଏକ ନିବେଦନ କରିଥିଲି। ସେମାନେ ମୋତେ କାନ୍ଧରେ ବସାଇବା ପୂର୍ବରୁ ମୁଁ ଉଭୟଙ୍କୁ କହିଥିଲି ମୋତେ ପକାଇଦେବ ନାହିଁ। ଆମେ କେବଳ ଏହି ବିଶ୍ୱକପ ଜିତିଲୁ ନାହିଁ, ବରଂ ଏହା ସମଗ୍ର ଦେଶ ପାଇଁ ଏକ ବିଜୟ ଥିଲା। ଏହି ଦିନ ସମସ୍ତଙ୍କ ସ୍ବପ୍ନ ସାକାର ହୋଇଥିଲା ବୋଲି ସଚିନ କହିଛନ୍ତି। ସଚିନ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ମୁଁ ୧୯୮୩ ରେ କପିଲ ଦେବ ବିଶ୍ୱକପ ଉଠାଉଥିବାର ଦେଖିଥିଲି, ଏହା ମୋ ପାଇଁ ଏକ ସ୍ମରଣୀୟ ଅନୁଭୂତି ଥିଲା। ମୁଁ ସେହି ସଫଳତାକୁ ମୋର ସାଙ୍ଗମାନଙ୍କ ସହିତ ପାଳନ କରିଥିଲିି । ମୁଁ ମଧ୍ୟ ଦେଶ ପାଇଁ ବିଶ୍ୱକପ ଜିତିବାକୁ ଚାହୁଁଥିଲି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଯାହା ଘଟିଥିଲା ତାହା ଅବିଶ୍ୱସନୀୟ ଥିଲା। ମୋ କ୍ୟାରିୟରରେ ଏହା ଏକ ଭଲ ଦିନ ଥିଲା।
ସଚିନ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଥିଲେ। ସେ ୯ଟି ମ୍ୟାଚରେ ୫୩ରୁ ଅଧିକ ଆଭ୍‌ରେଜ୍‌ରେ ମୋଟ ୪୮୨ ରନ ସ୍କୋର କରିଥିଲେ। ସେ ଦୁଇ ଶତକ ଏବଂ ଦୁଇ ଅର୍ଦ୍ଧଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri