ବିଳମ୍ବ ହେଉଛି ରାସ୍ତା ସମ୍ପ୍ରସାରଣ କାମ : ଥଇଥାନ ହୋଇ ପାରୁନାହାନ୍ତି ବ୍ୟବସାୟୀ

ବଇଣ୍ଡା,୨୯।୬(ଡି.ଏନ.ଏ.): କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଉଛି। ୨ ଲେନ ବିଶିଷ୍ଟ ରାସ୍ତାକୁ ୪ ଲେନ କରି ସମ୍ପ୍ରସାରଣ କରାଯାଉଥିବାବେଳେ ବିଳମ୍ବକୁ ନେଇ ବ୍ୟବସାୟୀ ତଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଶେଷ କରି କିଶୋରନଗର ବ୍ଲକ ବଇଣ୍ଡା ଛକ ସମ୍ପୂର୍ଣ୍ଣ ଭଙ୍ଗାଯାଉଥିବାବେଳେ ବହୁ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି। ବଇଣ୍ଡା ଛକକୁ ଠିକାସଂସ୍ଥା ପକ୍ଷରୁ ପ୍ରଶାସନ ଜରିଆରେ ଗତ ବର୍ଷ ମେ ୧୭ ଓ ୧୮ତାରିଖରେ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ୫୦ ପ୍ରତିଶତ ଦୋକନ ଗୃହ ଭଙ୍ଗାଯାଇଥିଲା। ଏଥିରେ ୪ ଶହରୁ ଊର୍ଦ୍ଧ୍ୱ ଦୋକନୀ ଓ ଉଠା ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିଲେ। ଫଳରେ ଅଧିକାଂଶ ଦୋକାନୀ ସେମାନଙ୍କ ସାମଗ୍ରୀ ଗୁଡ଼ିକ ଘରେ ରଖି ହାତ ବାନ୍ଧି ବସିଛନ୍ତି।
ଅପରପକ୍ଷରେ ୩ ଜଣ କ୍ଷତିଗ୍ରସ୍ତ ପ୍ରଜା ଟଙ୍କା ପାଇ ନ ଥିବା ଯୋଗୁ ରାସ୍ତା କାମ ବଇଣ୍ଡାରେ ଆରମ୍ଭ କରାଯାଇ ପାରୁ ନାହିଁ। ତରବରିଆ ଭାବେ ବଇଣ୍ଡା ଛକକୁ ଆକ୍ରୋଶମୂଳକ ପ୍ରଶାସନ ଭାଙ୍ଗି ଦେଇ ବର୍ଷେ ହେବ ଚୁପ ବସି ରାସ୍ତା ନିର୍ମାଣ କରୁ ନ ଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ସେହିପରି ୪ ଶହ କ୍ଷୁଦ୍ର ଓ ଉଠା ବ୍ୟବସାୟୀମାନେ କ୍ଷତିପୂରଣ ପାଇ ନାହାନ୍ତି। ଅନ୍ୟପକ୍ଷରେ କ୍ଷତିପୂରଣ ପାଇବା ପାଇଁ ଉଠା ଦୋକାନୀ ସଂଘ ଅନୁଗୋଳ ଜିଲାପାଳ, ସମ୍ବଲପୁର ଆରଡିସିଙ୍କଠାରେ ବହୁବାର ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ନ ଥିବା ଯୋଗୁ ସଂଘ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ରାସ୍ତା କାମ ବିଳମ୍ବ ହେଉଥିବା ଯୋଗୁ ବ୍ୟବାସୟୀମାନେ ଥଇଥାନ ହୋଇପାରୁ ନାହାନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯାଇ ଉଠା ଦୋକାନୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

୨୦୨୬ରେ ରାହୁ ଗୋଚର: ଏହି ୩ ରାଶିର ବଦଳିବ ଭାଗ୍ୟ, ୩ ରାଶିର ଭାଗ୍ୟ ଖରାପ

ନୂଆଦିଲ୍ଲୀ,୧୩।୧୨: ୨୦୨୬ ବର୍ଷ କିଛି ରାଶି ପାଇଁ ପରିବର୍ତ୍ତନଶୀଳ ବର୍ଷ ହୋଇପାରେ। ନୂତନ ବର୍ଷରେ ରାହୁ ଦୁଇଥର ନିଜର ସ୍ଥାନ ପରିବର୍ତ୍ତନ କରିବେ। ସମ୍ପତ୍ତି ଲାଭ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

ନିଜକୁ ଶ୍ରମିକ କହିଲେ ମୋଦି, ଏନଡିଏ ସାଂସଦଙ୍କୁ କଣ ଗୁରୁମନ୍ତ୍ର ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ଏନଡିଏ ସାଂସଦଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଡ଼ିଆ ରିପୋର୍ଟ ଅନୁସାରେ, ବୈଠକ ସକରାତ୍ମକ ଏବଂ...

ସନ୍ଦେହଜନକ ଅବସ୍ଥାରେ ବିବାହିତ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ସ୍ବାମୀ ପୋଡି ଦେଇଥିବା ଅଭିଯୋଗ ଆଣିଲେ…

ପାଟଣାଗଡ,ବେଲପଡ଼ା,୧୨/୧୨(ସଚ୍ଚିଦାନନ୍ଦ ମହାକୁର),(ମନୋଜ ମିଶ୍ର): ବଲାଙ୍ଗୀର ଜିଲା ବେଲପଡା ଥାନା କଟାପାଲିରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ଜଣେ ବିବାହିତ ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri