Posted inଫୁରସତ

ମସ୍ତିଷ୍କର ଆକାର, ବିକାଶ ଯୋଗୁ ଦେଖାଦିଏ ଏସବୁ …

ଅନ୍ୟକୁ ଭଲ ପାଇବା ଏବଂ ଇର୍ଷା କରିବା ଆଦି ସମ୍ବେଦନଶୀଳ ଗୁଣ ମଣିଷ ମଧ୍ୟରେ ରହିଥାଏ। ଏହା ଦ୍ୱାରା ମଣିଷ ଅନ୍ୟ ପ୍ରତି ସହାନୁଭୁତି, ଇର୍ଷା ଓ ଭଲ ପାଇବା ପ୍ରଦର୍ଶନ କରିଥାଏ। ପ୍ରେମର ପରିପ୍ରକାଶ ପାଇଁ ମଣିଷ ଚୁମ୍ବନ ଦେଇଥାଏ। ସେହିପରି ଅନ୍ୟ ସମ୍ବେଦନଶୀଳ ଗୁଣର ପରିପ୍ରକାଶ ଲାଗି ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାଏ। ମଣିଷଙ୍କ ତୁଳନାରେ ପ୍ରାଣୀଙ୍କଠାରେ ଏଭଳି ଗୁଣ ଅଧିକ ଦେଖାଦେଇଥାଏ। ଏନେଇ ଭିଏନା ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମସ୍ତିଷ୍କର ଆକାର ଏବଂ ବିକାଶ ଅନୁସାରେ ପ୍ରାଣୀଙ୍କଠାରେ ଏସବୁ ଗୁଣ ଦେଖା ଦେଇଥାଏ। ପରସ୍ପର ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ ସୂଚନା ଦେବା ପାଇଁ ଏଭଳି ଗୁଣ ଏକ ପ୍ରାକୃତିକ ମାଧ୍ୟମ ବୋଲି ରିପୋର୍ଟ ଦର୍ଶାଯାଇଛି। ଖୁସି ହେଲେ ମଣିଷ ଶରୀରରେ ହରମୋନ୍‌ ଅକ୍ସିଟୋସିନ୍‌ କ୍ଷରଣ ହୋଇଥାଏ। ପ୍ରାଣୀଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ହୁଏ। ହରମୋନ୍‌ର ପ୍ରଭାବରେ ପ୍ରାଣୀଙ୍କଠାରେ ସମ୍ବେଦନଶୀଳ ଗୁଣ ଦୃଷ୍ଟିଗୋଚର ହୋଇଥାଏ। ପ୍ରାଣୀମାନେ ପରସ୍ପରକୁ ଆଲିଙ୍ଗନ ଓ ଚୁମ୍ବନ ଦେଇ ନିଜ ନିଜ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ସୂଚିତ କରନ୍ତି। ସେହିପରି କେତେକ ପ୍ରାଣୀ ସାଥୀ ପ୍ରତି ନିଜର ଭଲ ପାଇବା ପ୍ରକାଶ ପାଇଁ ତାଙ୍କୁ ଚାଟି ଥାନ୍ତି। କୁକୁର ଏବଂ ହାତୀଙ୍କ କ୍ଷେତ୍ରରେ ଇର୍ଷା ଏବଂ ଭଲ ପାଇବା ଗୁଣ ଅନ୍ୟ ପ୍ରାଣୀଙ୍କ ତୁଳନାରେ ଅଧିକ ରହିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜଙ୍ଗଲରେ ଦଳରେ ରହୁଥିବା ସିମ୍ପାଜିମାନେ ପରସ୍ପର ମଧ୍ୟରେ ମଣିଷ ଭଳି ଆଚରଣ ପ୍ରଦର୍ଶନ କରିଥାନ୍ତି। ତେବେ ମୂଷା ଏବଂ ଅନ୍ୟ ଛୋଟ ଛୋଟ ପ୍ରାଣୀଙ୍କଠାରେ ଏହା କମ୍‌ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ଶରୀରର କେଉଁ କେଉଁ ଭାଗରେ ଥିବା କଳାଜାଇ ଖୋଲେ ପୂର୍ୱଜନ୍ମର ରହସ୍ୟ, ସତ ଜାଣିଲେ…

ଲୋକଙ୍କ ଶରୀରରେ ବାର୍ଥମାର୍କ ରହିଥାଏ। ଏହାକୁ ଏକ ସାଧାରଣ ଘଟଣା ବୋଲି ବିବେଚନା କରାଯାଏ, କିନ୍ତୁ ଏହି ଚିହ୍ନଗୁଡ଼ିକର ଜ୍ୟୋତିଷଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ରହିଛି। ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri