Posted inଫୁରସତ

କରୋନା ଟିକା ନେବାକୁ ଆସି ନର୍ସଙ୍କୁ ବିବାହ ପ୍ରସ୍ତାବ ଦେଲେ ଯୁବକ, ଭାଇରାଲ ହେଲା ଭିଡିଓ

ଆମେରିକାରେ କରୋନା ଟିକା ନେବାକୁ ଆସିଥିବା ଜଣେ ଯୁବକ ନର୍ସଙ୍କୁ ନିଆରା ସର୍‌ପ୍ରାଇଜ୍‌ ଦେଇଛନ୍ତି। ୩୧ ବର୍ଷୀୟ ମେଡିକାଲ ଆସିଷ୍ଟାଣ୍ଟ ରବି ଭାର୍ଗସ କୋର୍ଟେସ ଏବଂ ବୃତ୍ତିରେ ଜଣେ ନର୍ସ ଏରିକ୍‌ ଭର୍ଡେରଲି ୫ ବର୍ଷ ଧରି ସମଲିଙ୍ଗୀ ରିଲେସନଶିପ୍‌ରେ ଥିଲେ। ଟିକା ନେବାର ଠିକ୍‌ ପୂର୍ବରୁ କର୍ଟେସ ଟିକାକରଣ କେନ୍ଦ୍ରରେ ପହଞ୍ଚି ଏରିକ୍‌ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସୋସିଆଲ ମିଡିଆରେ ଏହି ପ୍ରସ୍ତାବର ଭିଡିଓ ଏବେ ଭାଇରାଲ ହେଉଛି।

ଆମେରିକାର ଦକ୍ଷିଣ ଡାକୋଟାସ୍ଥିତ ଏକ ଡାକ୍ତରଖାନାରେ ଟିକା ଦେବା ପାଇଁ କର୍ଟେସଙ୍କୁ ନିଯୁକ୍ତି ମିଳିଥିଲା। ସେ ଜାଣିଥିଲେ ଯେ, ତାଙ୍କ ପ୍ରେମିକା ମଧ୍ୟ ଟିକା ଉପରେ କାମ କରୁଛନ୍ତି। ଏହି କାରଣରୁ ସେ ଟିକାକରଣ ଦିନ ପ୍ରେମିକାଙ୍କୁ ଆଶ୍ଚର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରେମିକାଙ୍କୁ ପ୍ରସ୍ତାବ ଦେବା ଏବଂ କରୋନା ଟିକାକରଣର ମାତ୍ର ୧୦ ମିନିଟ୍‌ ପରେ କର୍ଟେସଙ୍କୁ ମଧ୍ୟ ଡ୍ୟୁଟିରେ ଯିବାକୁ ପଡ଼ିଲା। କାରଣ ହଠାତ୍‌ ଆମ୍ବୁଲାନ୍ସ କଲ ଆସିଲା। ସନଫୋର୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଫେସବୁକ୍‌ରେ ଏହି ସମଲିଙ୍ଗୀ ଯୋଡ଼ିଙ୍କ ବିବାହ ପ୍ରସ୍ତାବର ଏକ ଭିଡିଓ ପୋଷ୍ଟ କରାଯାଇଛି। ଯାହା ଏବେ ଭାଇରାଲ ହୋଇଛି।

ବିବାହ ପ୍ରସ୍ତାବ ଦେବା ପାଇଁ ୩ ବର୍ଷ ଧରି ଏକ ମୁଦି କିଣି ପାଖରେ ରଖିଥିଲେ ବୋଲି କର୍ଟେସ କହିଛନ୍ତି। କିନ୍ତୁ ସେ ଏକ ବିଶେଷ ଦିନ ଖୋଜୁଥିଲେ। ମହାମାରୀ ଶେଷ ହେବା ପରେ ହିଁ ସେମାନେ ବିବାହ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri