ଦୁର୍ଦ୍ଦଶା ବଢ଼ାଇଲା ବନ୍ୟା ସ୍ଥିତି

କେନ୍ଦ୍ରାପଡ଼ା ଅଫିସ, ୨୮। ୮: କେନ୍ଦ୍ରାପଡ଼ା ଜିଲାରେ ଗତ ତିନିଦିନ ମଧ୍ୟରେ ୧୮୮୦ ମିଲିମିଟର ବର୍ଷା ହୋଇଛି। ଏଥିସହିତ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ଜିଲାର ୫୫ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରାୟ ୯୦ ହଜାର ହେକ୍ଟର ଜମି ପାଣି ଘେରରେ ଅଛି। ମହାକାଳପଡା, ରାଜନଗର, ଆଳି, ପଟ୍ଟାମୁଣ୍ଡାଇ, ରାଜକନିକା ଆଦି ବ୍ଲକର ଶତାଧିକ ଗ୍ରାମକୁ ଯୋଗାଯୋଗ ବ୍ୟାହତ ହୋଇଛି ା ଏହି ସମସ୍ତ ଗ୍ରାମକୁ ଆମ୍ବୁଲାନ୍ସ, ଫାୟାର ସର୍ଭିସ ପରି ଜରୁରୀ ସେବା ପହଞ୍ଚିପାରୁ ନାହିଁ। ସେହିପରି ଚିହ୍ନଟ ହୋଇଥିବା ୨୪ ଦୁର୍ବଳ ନଦୀବନ୍ଧ ସ୍ଥାନ ସହିତ ଚଳିତ ବର୍ଷାରେ ନଷ୍ଟ ହୋଇଥିବା ନଦୀବନ୍ଧ ନିକଟବର୍ତ୍ତୀ ଗ୍ରାମର ଅଧିବାସୀଙ୍କୁ ବନ୍ୟା ଆଶଙ୍କା ଘାରିଛି। ଅପରପକ୍ଷେ ଜିଲା ପ୍ରଶାସନ ପକ୍ଷରୁ ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମୁତୟନ କରାଯାଇଥିବା ବେଳେ ଜିଲାର ବିଭିନ୍ନ ଅଧିକାରୀ ବନ୍ୟା ପରିସ୍ଥିତିର ସମୀକ୍ଷା କରୁଛନ୍ତି ା ଜିଲା ଜଳସମ୍ପଦ ବିଭାଗ ତଥ୍ୟ ଅନୁଯାୟୀ, ପୂର୍ବାହ୍ନ ୧୧ଟା ସୁଦ୍ଧା ଲୁଣା ନଦୀର ଜଳସ୍ତର ଦାନପୁର ଓ ମାର୍ଶାଘାଇଠାରେ ବିପଦ ସଙ୍କେତଠାରୁ ୪ ଫୁଟ ତଳେ ଅଛି। ଚିତ୍ରୋତ୍ପଳା ନଦୀର ଜଳସ୍ତର ପାଟକୁରାଠାରେ ବିପଦ ସଙ୍କେତଠାରୁ ୩ ଫୁଟ ତଳେ ଅଛି। ବ୍ରାହ୍ମଣୀ ନଦୀର ଜଳସ୍ତର ଇନ୍ଦୁପୁରଠାରେ ବିପଦ ସଙ୍କେତଠାରୁ ୧ମିଟର କମ୍‌ ଥିବାବେଳେ ଅଳଭାଠାରେ ବିପଦ ସଙ୍କେତ ଉପରେ ଅଛି। ଏହି ସବୁ ନଦୀରେ ବନ୍ୟା ଜଳ କ୍ରମଶ ବଢ଼ୁଥିବା ବେଳେ ପାଇକା, ଗୋବରୀ, ମହାନଦୀ, ଖରସ୍ରୋତା, ହଂସୁଆ ଆଦିର ଜଳସ୍ତର ବଢ଼ିଚାଲିଛି। ସେହିପରି ଗୋବରୀ ନଦୀ କେନ୍ଦ୍ରାପଡା ସହରାଞ୍ଚଳର ଦୁର୍ଦ୍ଦଶା ବଢ଼ାଇଛି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ବ୍ରାହ୍ମଣୀ ସିଷ୍ଟମରେ ଥିବା ବଙ୍ଗାଳିଢ଼ଇ, ସତୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ନୀଳକଣ୍ଠପୁର, ଖଡିପାଳ, ଆଗେଡିଆ, ବାଲିପାଟଣା, ବଛରା, ମାଣ୍ଡପଡା ଆଦି ଅଞ୍ଚଳ ବନ୍ୟାଜଳ ଦ୍ୱାରା ବିଶେଷ କ୍ଷତି ହୋଇପାରେ। ସେହିପରି ଆଳି, ରାଜନଗର, ରାଜକନିକା, ମହାକାଳପଡା ବ୍ଲକର ୧୫୩ ଗଁାକୁ ବନ୍ୟାଜଳ ପଶିବା ସମ୍ଭାବନା ଅଛି। ଏଥିପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଇଥିବା ଜରୁରିକାଳୀନ ଅଧିକାରୀ ସମ୍ବିତ କୁମାର ଶତପଥୀ କହିଛନ୍ତି ା ଅପରପକ୍ଷେ ଜଳ ନିଷ୍କାସନ ହୋଇପାରି ନଥିବାରୁ କୃଷକ ନେତା ଗୟାଧର ଧଳ, ହଳଧର ଦାଶ, ବିଧୁଭୂଷଣ ମହାପାତ୍ର ପ୍ରମୁଖ କ୍ଷୋଭ ପ୍ରକାଶ କରିଛନ୍ତି ା ସେମାନେ କହିଛନ୍ତି, ଲଘୁଚାପ ବର୍ଷାରେ ୧୦ଦିନ ଧରି ପାଣି ଜମିରହି ଫସଲ ନଷ୍ଟ ହୋଇଛି। ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ନ ମିଳିଲେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ହେବ। ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ସମ୍ଭାବ୍ୟ ବନ୍ୟା ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ପ୍ରଶାସନିକ ଅଧିକାରୀ ଏହାର ତଦାରଖ କରୁଛନ୍ତି। ଜଳ ନିଷ୍କାସନ ସରିବା ପରେ ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ ତଦନ୍ତ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri