ଜିଏମ୍‌ଆର୍‌ ଅଧିଗ୍ରହଣ ଡିଲ୍‌ରୁ ଓହରିଲା ଜେଏସ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୧।୮ : ଜିଏମ୍‌ କମଳାଙ୍ଗ ଏନର୍ଜିକୁ ଅଧିଗ୍ରହଣ କରିବା ଲାଗି ଜେଏସ୍‌ଡବ୍ଲ୍ୟୁ ଏନର୍ଜି ଗତ ୫ ମାସ ତଳେ ଘୋଷଣା କରିଥିଲା। ବର୍ତ୍ତମାନ ଏହି ଡିଲ୍‌ରୁ ଜେଏସ୍‌ଡବ୍ଲ୍ୟୁ ଓହରିଯାଇଥିବା ଜଣାପଡ଼ିଛି। କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଯୋଗୁ ଉପୁଜିଥିବା ଅନିଶ୍ଚିତତା ଏହି ଡିଲ୍‌ ଉପରେ ପ୍ରଭାବ ପକାଇଥିବା କୁହାଯାଉଛି। ସଜ୍ଜନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜେଏସ୍‌ଡବ୍ଲ୍ୟୁ ଉକ୍ତ ଯୋଜନା ସମ୍ପର୍କରେ ଚଳିତ ବର୍ଷ ଫେବୃୟାରୀରେ ଘୋଷଣା କରିଥିଲା। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗଠାରେ ଜିଏମ୍‌ଆର୍‌ ଗ୍ରୁପ୍‌ର ୧୦୫୦ ମେଗାଓ୍ବାଟ୍‌ ପ୍ରକଳ୍ପକୁ ୫,୩୨୧ କୋଟି ଟଙ୍କାରେ ଅଧିଗ୍ରହଣ ନେଇ ଜେଏସ୍‌ଡବ୍ଲ୍ୟୁ ନିଷ୍ପତ୍ତି ନେଇଥିଲା। ଅତ୍ୟଧିକ ଋଣ ଚାପରେ ରହିଥିବା ଜିଏମ୍‌ଆର୍‌ ଗ୍ରୁପ୍‌ ଏହି ପ୍ରକଳ୍ପକୁ ବିକ୍ରି କରିବାକୁ ଯୋଜନା ରଖିଥିଲା।
ଜେଏସ୍‌ଡବ୍ଳ୍ୟୁ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ଜିଏମ୍‌ଆର୍‌ ଏନର୍ଜିଠାରୁ ଏହାର କମଳାଙ୍ଗ ପ୍ରକଳ୍ପର ୧୦୦% ଅଂଶଧନ ହାସଲ ନେଇ ପ୍ରସ୍ତାବିତ ଡିଲ୍‌କୁ ଆଗକୁ ବଢ଼ାଯାଇ ନାହିଁ। ମହାମାରୀ ସ୍ଥିତିରେ ଉପୁଜିଥିବା ଅନିଶ୍ଚିତତା ଯୋଗୁ ଉଭୟ ପକ୍ଷଙ୍କ ସମ୍ମତିରେ ଡିଲ୍‌କୁ ଏବଂ ଟ୍ରାଞ୍ଜାକ୍ସନକୁ ବାତିଲ କରିଦିଆଯାଇଛି। ପ୍ରସ୍ତାବିତ ଅଧିଗ୍ରହଣ ଆଗକୁ ବଢିଥିଲେ ଜିଏମ୍‌ଆର୍‌କୁ ଏହାର ଋଣ ଭାର ହ୍ରାସ କରିବାରେ ସହାୟକ ହୋଇଥାନ୍ତା। ସେହିଭଳି ଜେଏସ୍‌ଡବ୍ଳ୍ୟୁ ଏହାର ପୋର୍ଟଫୋଲିଓ କ୍ଷମତାକୁ ବଢାଇବାରେ ସକ୍ଷମ ହୋଇଥାନ୍ତା ବୋଲି ମେ ମାସରେ ଆସିଥିବା ଏକ ରିପୋର୍ଟରେ କୁହାଯାଇଥିଲା।
ଗତବର୍ଷ ଏପ୍ରିଲରେ ଦେବାଳିଆ ଆଇନ ସଂଶୋଧନ ହେବା ଯୋଗୁ ଶକ୍ତି କ୍ଷେତ୍ରର ଚାପଗ୍ରସ୍ତ ସମ୍ପତ୍ତି କ୍ରୟ ନେଇ ବିଭିନ୍ନ କମ୍ପାନୀ ଆଗ୍ରହ ଦେଖାଇଥିଲେ। ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି କୋଡ୍‌ ନିୟମ ବାହାରେ କେତେକ ମାମଲା ସମାଧାନ କରିବା ଲାଗି ମଧ୍ୟ ପ୍ରକ୍ରିୟା ଜାରି ରହିଥିଲା। ମାତ୍ର ଏଭଳି ଧାରା ଉପରେ କୋଭିଡ୍‌ର ପ୍ରଭାବ ପଡିଛି। ଡିଲ୍‌ ବାତିଲ ହେବା ପରେ ଜିଏମ୍‌ଆର୍‌ ଶେୟାର କାରବାର ଉପରେ ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଛି। ଅପରପକ୍ଷରେ ୨୦୨୦-୨୧ର ପ୍ରଥମ ତ୍ରୈମାସରେ ଜେଏସ୍‌ଡବ୍ଲ୍ୟୁ ଏନର୍ଜିର ନେଟ୍‌ ଲାଭ ୨୧୯.୫୬ କୋଟି ଟଙ୍କା ରହିଛି। ଗତ ବର୍ଷ ଏହି ସମୟରେ କମ୍ପାନୀ ୨୩୭.୨୭ କୋଟି ଟଙ୍କା ଲାଭ କରିଥିଲା। ଚଳିତ ବର୍ଷ ଏହି ଅବଧିରେ କମ୍ପାନୀର ମୋଟ ରାଜସ୍ବ ୧୮୮୬.୭୮ କୋଟି ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri