ସରପଞ୍ଚଙ୍କୁ କରାଗଲା ସଚେତନ

ବନ୍ତଳା, ୨୦ା୪(ଡି.ଏନ.ଏ.) ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଅଧିକ କ୍ଷମତା ଦେବା ପରେ ରବିବାର ଅପରାହ୍ନରେ ବନ୍ତଳା ଥାନା ଅଞ୍ଚଳର ସମସ୍ତ ସରପଞ୍ଚଙ୍କୁ ଡକାଇ ଥାନା ଦାୟିତ୍ୱରେ ଥିବା ପ୍ରବୋଶନାଲ ଅଫିସର ସୌରବ ଓତା କଟକଣା ସମ୍ପର୍କରେ ସଚେତନ କରାଇଛନ୍ତି। ଗ୍ରାମାଞ୍ଚଳରେ ଚୋରା ମହୁଲି ମଦ ରନ୍ଧା ଓ ବିକ୍ରି ରୋକିବା, ବାହାରୁ କିଏ ଆସୁଛି ଓ କିଏ ଯାଉଛି ତାଙ୍କ ନାମ ପଞ୍ଜୀକୃତ କରି ଜିଲା ପ୍ରଶାସନଙ୍କୁ ଜଣାଇବା, ବିବାହ କାର୍ଯ୍ୟ ପାଇଁ ସାମାଜିକ ଦୂରତା ରଖି ୨୦ ଜଣଙ୍କୁ ଅନୁମତି ଦେବାକୁ ରାଜ୍ୟ ସରକାର ନୂଆ ନିୟମ କରିଛନ୍ତି। ସେହିପରି ଚାଷୀ ଓ ଚାଷ, ଚାଷ ସାମଗ୍ରୀ ଦୋକାନ, କୀଟନାଶକ ବିକ୍ରିକୁ କଟକଣାମୁକ୍ତା କରାଯାଇଛି। ଚାଷୀମାନେ ହାଟରେ ପନି ପରିବା ବିକ୍ରି କରିପାରିବେ। ବାହାରକୁ ପରିବା ଡାଲା ଗାଡ଼ିରେ ବିକ୍ରି ପାଇଁ ନେଇପାରିବେ। ସାମାଜିକ ଦୂରତା ରକ୍ଷା କରି ଜନସେବା କେନ୍ଦ୍ର ଖୋଲାଯାଇପାରିବ। ଏଥିସହ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟ ହୋଇପାରିବ। ତେବେ ସାମାଜିକ ଦୂରତ୍ୱକୁ ଅମାନ୍ୟ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚମାନଙ୍କୁ ସଚେତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ

ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...

ଅସହାୟଙ୍କୁ ସାହା ‘ୟୁସେ ସଂଗଠନ’: ବୁଦ୍ଧିଜୀବୀଙ୍କ ପ୍ରଶଂସା

ପରଜଙ୍ଗ,୨।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ବସ୍ତି,ସାହି ମାନଙ୍କରେ ନୂତନ ବର୍ଷର ପ୍ରଥମ ଦିବସରେ ୟୁଥ ୟୁନାଇଟେଡ଼ ଫୋର୍‌ ସଷ୍ଟେନେବ୍ଲ୍ୟୁ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

ସ୍ବାଧୀନତାର ୭୯ ବର୍ଷ ପରେ ପହଞ୍ଚିନି ବିକାଶ: ଆଜିବି ବି ଡିବିରି ଆଲୁଅରେ ପାଠ ପଢୁଛନ୍ତି ପିଲା

ଥୁଆମୂଳ ରାମପୁର,୨।୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ସରକାରୀ ବିକାଶର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ବ୍ଲକ କାର୍ଯ୍ୟାଳୟଠାରୁ...

ଜ୍ୱାଇଁଙ୍କୁ ବିଷ ପିଆଇଦେଲେ ଶ୍ୱଶୁରଘର ଲୋକେ, ଭିଡିଓ ଦେଖିଲେ ଆଖିରୁ…

ନୟାଗଡ଼/ରଣପୁର,୨।୧ (ଲୋକନାଥ ମିଶ୍ର /ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗାଁର ବିପିନ ବିହାରୀ ଭୂୟାଁ(୩୦)ଙ୍କୁ ଶ୍ୱଶୁର ଘର ଲୋକେ ବିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri