ବ୍ରିଟେନ ଅର୍ଥମନ୍ତ୍ରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା (ବ୍ରେକ୍‌ଜିଟ୍‌) ପ୍ରସଙ୍ଗ ଅଦ୍ୟାବଧି ସେଠାରେ ସର୍ବାଧିକ ଚର୍ଚ୍ଚିତ ଘଟଣା ରହିଆସିଛି। ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଛନ୍ତି। ଜନ୍‌ସନ୍‌ଙ୍କ ମୁଖ୍ୟ ଉପଦେଷ୍ଟା ଡୋମିନିକ୍‌ କୁମିଙ୍ଗ୍‌ସଙ୍କ ସହ ସରକାରଙ୍କ ନୀତିକୁ ନେଇ ମତଭେଦ ହେବା ପରେ ୧୩ ଫେବୃୟାରୀରେ ସାଜିଦ୍‌ ଜାଭିଦ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ଯୁବ ଏମ୍‌ପି ରିଷି ସୁନକଙ୍କୁ ଜନ୍‌ସନ ଅର୍ଥମନ୍ତ୍ରୀ ପଦବୀରେ ଅବସ୍ଥାପିତ କରିଛନ୍ତି। ଭାରତୀୟ ବଂଶୋଦ୍ଭବ କଞ୍ଜରଭେଟିଭ୍‌ ପାର୍ଟି ନେତା ରିଷି ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ଏନ.ଆର୍‌. ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ ହୋଇଥିବାରୁ ଏହା ଭାରତୀୟଙ୍କ ପାଇଁ ଗର୍ବ ଆଣିଦେଇଛି। ଫଳରେ ତାଙ୍କ ରାଜନୈତିକ ଉତ୍ଥନା ବିଷୟରେ ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।
ଇଂଲଣ୍ଡର ସାଉଥ୍‌ହାମ୍ପଟନ୍‌ରେ ୧୨ ମେ ୧୯୮୦ରେ ରିଷି ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାରମ୍ଭିକ ଶିକ୍ଷା ଓ୍ବିଞ୍ଚେଷ୍ଟର କଲେଜରେ ହୋଇଥିଲା। ସେ ଅକ୍ସଫୋର୍ଡର ଲିଙ୍କନ୍‌ କଲେଜରୁ ଦର୍ଶନ, ରାଜନୀତି ଓ ଅର୍ଥନୀତି (ପିପିଇ)ରେ ପଢ଼ା ଶେଷ କରିବା ପରେ ଫୁଲ୍‌ବ୍ରାଇଟ୍‌ ସ୍କଲାର ଭାବେ ଷ୍ଟାନ୍‌ଫର୍ଡ ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ ପଢ଼ିଥିଲେ। ମ୍ୟାନେଜ୍‌ମେଣ୍ଟ ଡିଗ୍ରୀ ଅର୍ଜନ କରିବା ପରେ ରିଷି ଗୋଲ୍‌ଡମ୍ୟାନ୍‌ ସାଚ୍‌ରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ୨୦୦୬ ମସିହାରେ ହେଜ୍‌ ଫଣ୍ଡ୍‌ ମ୍ୟାନେଜମେଣ୍ଟ ଫାର୍ମ ‘ଚିଲ୍‌ଡ୍ରେନ୍ସ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ ମ୍ୟାନେଜମେଣ୍ଟ’ର ସହଯୋଗୀ ପାଲଟିଥିଲେ। ୨୦୦୯ରେ ସେ ଏହି କାର୍ଯ୍ୟରୁ ଅବ୍ୟାହତି ନେଇଥିଲେ। ୨୦୧୦ରେ ନିଜସ୍ବ ହେଜ୍‌ଫଣ୍ଡ ସୃଷ୍ଟି କରି ସେଥିରେ ୭୦୦ ନିୟୁତ ଡଲାର ବିନିଯୋଗ କରିଥିଲେ। ଶ୍ୱଶୁର ବିଶ୍ୱର ଜଣେ ନାମକରା ଶିଳ୍ପପତି ହୋଇଥିବାରୁ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ ରିଷି। ନାରାୟଣମୂର୍ତ୍ତିଙ୍କ ମାଲିକାନାରେ ଥିବା କାଟାମାରାନ୍‌ ଭେଞ୍ଚର୍ସରେ ତାଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିଲା।
ରିଷିଙ୍କ ରାଜନୈତିକ ଅଭ୍ୟୁଦୟ ୨୦୧୪ରେ କଞ୍ଜରଭେଟିଭ୍‌ ପ୍ରାର୍ଥୀ ଚୟନ ହେବାରୁ ଆରମ୍ଭ ହୋଇଥିଲା। ସେ ବ୍ରିଟେନ୍‌ ପାର୍ଲାମେଣ୍ଟକୁ ୨୦୧୫ ସାଧାରଣ ନିର୍ବାଚନରେ ରିଚ୍‌ମଣ୍ଡ୍‌ରୁ ନିର୍ବାଚିତ ହୋଇଥିଲେ। ସୂଚନା ଦିଆଯାଇପାରେ ଯେ, ପୂର୍ବରୁ ଏହି ଆସନରୁ ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ଓ୍ବିଲିୟମ୍‌ ହେଗ୍‌ ଜିତି ବ୍ରିଟେନ୍‌ର ଗୁରୁତ୍ୱପୂର୍ଣ୍ଣ ପଦବୀ ଅକ୍ତିଆର କରିପାରିଥିଲେ। ତେବେ ରିଷିଙ୍କୁ ୨୦୧୫ରୁ ୨୦୧୭ ଯାଏ ପରିବେଶ, ଖାଦ୍ୟ ଓ ଗ୍ରାମୀଣ ବ୍ୟାପାର ସଂକ୍ରାନ୍ତ ସିଲେକ୍ଟ କମିଟିର ସଦସ୍ୟ କରାଯାଇଥିଲା। ତାଙ୍କ ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ ଥିବାରୁ ସେ ବ୍ରେକ୍‌ଜିଟ୍‌କୁ ସମର୍ଥନ କରିଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କାର୍ଯ୍ୟ କରିଥିବା ରିଷି ପ୍ରଧାନମନ୍ତ୍ରୀ ଜନ୍‌ସନଙ୍କ ଦ୍ୱାରା ଟ୍ରେଜେରିର ଚିଫ୍‌ ସେକ୍ରେଟାରୀ ଦାୟିତ୍ୱରେ ଥିବା ବେଳେ ଅନେକ ଦୃଢ଼ ନିଷ୍ପତ୍ତି ନେଇଥିଲେ। ଫଳରେ ତାଙ୍କୁ ପ୍ରିଭି କାଉନ୍‌ସିଲର ସଦସ୍ୟ କରାଯାଇଥିଲା। ୧୩ ଫେବୃୟାରୀରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳରେ ରିଷିଙ୍କୁ ଅର୍ଥମନ୍ତ୍ରୀ କରାଯିବା ପରେ ଏବେ ବ୍ରିଟିଶ ପାର୍ଲାମେଣ୍ଟରେ ତାଙ୍କ ଭୂମିକା ବଢ଼ିଯାଇଛି। କୁହାଯାଉଛି ବ୍ରେକ୍‌ଜିଟ୍‌କୁ ନେଇ ବ୍ରିଟେନ୍‌ ଅର୍ଥନୀତି ଅନେକ ସମସ୍ୟା ଦେଇ ଗତି କରୁଛି। ଏଭଳି ଏକ ସମୟରେ ରିଷି ଆର୍ଥିକ ନୀତି ପ୍ରଣୟନ ଦିଗରେ କିଭଳି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଦେଶବାସୀଙ୍କ ନଜର ରହିଛି।
ରିଷିଙ୍କ ପାରିବାରିକ ଇତିହାସ ଦେଖିଲେ ତାଙ୍କ ଜେଜେବାପା ଥିଲେ ପଞ୍ଜାବର ବାସିନ୍ଦା। କାର୍ଯ୍ୟ ଅନ୍ବେଷଣରେ ପରିବାର ଲୋକେ ପୂର୍ବ ଆଫ୍ରିକା ଚାଲିଯାଇଥିଲେ। ୧୯୬୦ରେ ସେଠାରୁ ସେମାନେ ବ୍ରିଟେନ ପଳାଇଥିଲେ। ରିଷିିଙ୍କ ବାପା ୟାଶଭିର୍‌ ଜଣେ ଡାକ୍ତର ଥିବା ବେଳେ ମାତା ଉଷା ଫାର୍ମାସିଷ୍ଟ ଭାବେ ଏକ ସ୍ଥାନୀୟ ଫାର୍ମାସୀ ଚଳାଉଥିଲେ। ୩ ସନ୍ତାନଙ୍କ ମଧ୍ୟରୁ ରିଷିି ସମସ୍ତଙ୍କଠାରୁ ବଡ଼। ନିଜ କଥା ଦେଖିଲେ ନାରାୟଣମୂର୍ତ୍ତିଙ୍କ କନ୍ୟା ଅକ୍ଷତା ହେଉଛନ୍ତି ରିଷିଙ୍କ ସହଧର୍ମିଣୀ ଓ ଦୁଇ ସନ୍ତାନକୁ ନେଇ ତାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri