ଏଇ ଭାରତରେ

କୃଷିଋଣ ଯନ୍ତାରେ ପଡ଼ି ସର୍ବସ୍ବ ହରାଇବା ପରେ ପୁଣି ନିଜସ୍ବ ଉଦ୍ୟମରେ ସବୁକିଛି ଫେରି ପାଇ କୃଷିରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଗୁଜରାଟର ଜଣେ ଚାଷୀ। ସେ କୃଷିରେ କୌଣସି ଶିକ୍ଷା ଲାଭ କରିନାହାନ୍ତି ସତ, କିନ୍ତୁ ଅନ୍ୟମାନଙ୍କୁ କୃଷିି ସମ୍ପର୍କିତ ପ୍ରଶିକ୍ଷଣ ଦେଉଛନ୍ତି। ରାଜକୋଟ ଜିଲାର ଗୋଣ୍ଡଲ ଗାଁ ନିବାସୀ ରମେଶଭାଇ ରୂପରେଲିଆଙ୍କୁ ଗୋପାଳନର ଚଳନ୍ତି ପାଠଶାଳା କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ସୋସିଆଲ ମିଡିଆରେ ଗୋପାଳନ ଓ ଜୈବିକ କୃଷି ସମ୍ବନ୍ଧରେ କୃଷକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ପରିବାରରେ ବାପାଅଜା ଅମଳରୁ ରହିଥିବା ଗୋପାଳନ ବୃତ୍ତିକୁୁ ବଞ୍ଚାଇ ରଖି ଏବେ ସେ ୧୦ ଏକର ଜମିରେ ଜୈବିକ ଉପାୟରେ ବିଭିନ୍ନ ଶସ୍ୟ ଓ ମସଲା ଉପତ୍ାଦନ କରୁଛନ୍ତି। କିନ୍ତୁ ସେ ଉପତ୍ାଦିତ ଶସ୍ୟ, ଦୁଗ୍ଧ, ଘିଅ ଆଦି ମଣ୍ଡିକୁ ବିକ୍ରି କରିବାକୁ ଯାଉନାହାନ୍ତି। ସବୁ କିଛି ବିକ୍ରି କରୁଛନ୍ତି ଅନଲାଇନରେ। ବହୁ ସମୟରେ ବ୍ୟବସାୟୀମାନେ ତାଙ୍କ ଘରକୁ ଆସି ତାହା ନେଇଯାଉଛନ୍ତି। ରମେଶଭାଇଙ୍କୁ ଏବେ ବୟସ ୪୩। ତାଙ୍କୁ ଜୈବିକ କୃଷିର ଗୁରୁ ମଧ୍ୟ କୁହାଯାଉଛି। କୃଷିରେ ଉନ୍ନତି ଆଣିବା ପାଇଁ ତାଙ୍କର ଏଭଳି ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରି ତାଙ୍କ ସହ କଥା ବି ହୋଇଛନ୍ତି। ରମେଶଭାଇ କୁହନ୍ତି, କୃଷିଋଣ କରି ତାଙ୍କ ପିତା ଜିମିବାଡ଼ି, ଗହଣା ଓ ଘର ସବୁ କିଛି ବିକି ଦେଇଥିଲେ କିନ୍ତୁ ଗୋସେବା ଛାଡ଼ି ନ ଥିଲେ। ସେ ଓ ତାଙ୍କ ପିତା ଗାଁ ଲୋକଙ୍କ ଗାଈ ଚରାଇ ଜୀବନ ସଂଗ୍ରାମରେ ଜିତିବାକୁ କ୍ଷମ ହୋଇଥିଲେ। ପୁଣି ଜମି କିଣି ଚାଷ କରିଥିଲେ। ଏବେ ଗୋପାଳନ ଓ ଜୈବିକ କୃଷିରେ ପ୍ରତିଷ୍ଠା ମିଳିପାରିଛି। ଦେଶବିଦେଶରେ କୃଷି କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବି ତାଙ୍କଠାରୁ ପ୍ରଶିକ୍ଷଣ ନେବାକୁ ଆସୁଛନ୍ତି। ରମେଶଭାଇ ତାଙ୍କ ଗାଁରେ ଜୀବିକା ସମ୍ପର୍କିତ ଶିକ୍ଷା ପ୍ରଦାନ କରିବା ଲାଗି ୧୫୦୦ ବିଦ୍ୟାର୍ଥୀ ବିଶିଷ୍ଟ ଏକ ସ୍କୁଲ୍‌ ଖୋଲିବାକୁ ଯୋଜନା କରିଛନ୍ତି। ସେ ଏଠାରେ ଗୋପାଳନ, ଜୈବିକ କୃଷି ବ୍ୟତୀତ ସଂସ୍କୃତ, ବୈଦିକ ଗଣିତ, ବୈଦିକ ଜୀବନ, ଖାଦ୍ୟ ଓ ଆୟୁର୍ବେଦ ଆଦି ବିଷୟରେ ଶିକ୍ଷା ଦେବାର ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri