ଆତଙ୍କ ଖେଳାଉଛି କିଡ୍‌ନୀ ରୋଗ: ୪ବର୍ଷରେ ଗଲାଣି ୩୦ରୁ ଊର୍ଦ୍ଧ୍ୱ ଜୀବନ

ଖଣ୍ଡପଡ଼ା,୨୪ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ଭାପୁର ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମରେ କିଡ୍‌ନୀ ରୋଗ ଆତଙ୍କ ଖେଳାଉଛି। ଗତ ୩/୪ ବର୍ଷ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଏହି ରୋଗରେ ମୃତ୍ୟୁ ଘଟିଲାଣି। ବର୍ତ୍ତମାନ ୨୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଦୂଷିତ ପାଣି ଏହାର କାରଣ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଏହାର ନିରାକରଣ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ନ ଗଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଭାପୁର ବ୍ଲକ ଧାନଚେଙ୍ଗଡା ପଞ୍ଚାୟତର ଲକ୍ଷ୍ମୀପ୍ରସାଦ (ଖପରମଲ୍ଲ) ଗ୍ରାମଟି ବ୍ଲକ ମୁଖ୍ୟାଳୟଠାରୁ ୧୮ କିଲୋମିଟର ଦୂରରେ ଅବସ୍ଥିତ। ପଞ୍ଚାୟତର ୧, ୨ ଓ ୩ ନମ୍ବର ୱାର୍ଡର ୧୨ଶହରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ନେଇ ଏହି ଗ୍ରାମ ଗଠିତ। ଗ୍ରାମରେ ୮ଟି ନଳକୂପ ରହିଥିଲେ ମଧ୍ୟ ଏହି ଜଳ ପାନୀୟ ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ୨ଟି କୂପ ଥିବାବେଳେ ତାହା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ। ଏଣୁ ଲୋକେ ପାନୀୟଜଳ ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିକଟରେ ଥିବା କମେଇ ନଦୀର ପାଣିକୁ ବିଶୋଧିତ କରା ନ ଯାଇ କିଛିମାସ ହେବ ଦିଆଯାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଗ୍ରାମବାସୀଙ୍କ କହିବା କଥା, ୩/୪ବର୍ଷ ମଧ୍ୟରେ ଗ୍ରାମର ଦମ୍ପତି ରମା ପ୍ରଧାନ ଓ ସଂସାରୀ ପ୍ରଧାନ, ସୁବଳ ରାଉତ ଓ ମଙ୍ଗୁଲି ରାଉତ, ସାବିତ୍ରୀ ବେହେରା ଓ ବିନ ବେହେରା, ବାପ ପୁଅ କୃଷ୍ଣ ପ୍ରଧାନ ଓ ଦଣ୍ଡପାଣି ପ୍ରଧାନ, ଜୟ ଗୋଚ୍ଛି ଓ ପୂର୍ଣ୍ଣ ଗୋଚ୍ଛି, ନକୁଳ ବେହେରା, ପ୍ରମୋଦ ପ୍ରଧାନ, ଶରତ ରାଉତ, ବ୍ରଜ ନାୟକ ପ୍ରମୁଖଙ୍କ ମୃତ୍ୟୁ ଘଟିଛି। ୨ଦିନ ତଳେ ସଞ୍ଜୟ ଗୋଚ୍ଛି(୨୬)ଙ୍କର ଏହି କିଡ୍‌ନୀ ରୋଗରେ ମୃତ୍ୟୁ ହୋଇଛି ା ସେହିପରି ଶ୍ୱେତ ନାୟକ(୬୦), ସନା ବେହେରା(୬୦), ଉପେନ୍ଦ୍ର ନାୟକ(୫୦), ମାଟିଆ ଗୋଚ୍ଛି(୬୫), ରବି ପ୍ରଧାନ(୫୦), କୈଳାସ ମଲ୍ଲିକ(୪୦), ପଠାଣି ସ୍ବାଇଁ(୫୦), ଚନ୍ଦ୍ର ପ୍ରଧାନ(୪୯), ଅଗାଧୁ ନାୟକ(୫୦), ଗୌରାଙ୍ଗ ମହାରଣା(୪୮), କାହ୍ନୁ ପ୍ରଧାନ(୫୦) ପ୍ରମୁଖ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଓ କଟକ ବଡ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିବା ପ୍ରକାଶ କରିଛନ୍ତି। ଏହାଛଡା ଆହୁରି ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ବେଳେ ସେମାନେ ରୋଗ ସମ୍ପର୍କରେ ବାହାରେ ପ୍ରକାଶ କରୁ ନ ଥିବା ସୂଚନା ଦେଇଥିଲେ। ଆକ୍ରାନ୍ତଙ୍କଠାରୁ ପ୍ରକାଶ ଯେ, ଏହି ରୋଗ ଚିକିତ୍ସା ଓ ପରାମର୍ଶ ପାଇଁ ପ୍ରତିମାସରେ ଅନୂ୍ୟନ୍ୟ ୨ଥର କଟକ ଓ ଭୁବନେଶ୍ୱର ଯାଇ ୫ହଜାରରୁ ୬ ହଜାର ଟଙ୍କା ଖର୍ଚ୍ଚ କରୁଛୁ। ମୂଲିଆ ଶ୍ରେଣୀର ହୋଇଥିବାରୁ ଘରେ ଥିବା ଜିନିଷପତ୍ର ଓ ଘରବାଡି ବନ୍ଧାପକାଇ ଖର୍ଚ୍ଚ ତୁଲାଇବାକୁ ପଡୁଛି ା ପ୍ରଥମେ ରୋଗୀଙ୍କ ଦେହ, ହାତ, ଗୋଡ ଫୁଲିଯାଉଛି। କିଛିଦିନ ପରେ ଶ୍ୱାସରୋଗୀଙ୍କ ପରି ଧଇଁ ପେଲୁଛି ା ଦେହ ଅବଶ ହୋଇପଡୁଛି ଏବଂ କିଛି କାର୍ଯ୍ୟ କରିବା ସମ୍ଭବ ହେଉନାହିଁ ା ଭୁବନେଶ୍ୱର ଓ କଟକ ଯାଇ ଡାକ୍ତରଙ୍କୁ ଦେଖାଇବା ପରେ ସେମାନେ ପରୀକ୍ଷା କରି କିଡ୍‌ନୀ ରୋଗର ଲକ୍ଷଣ ବୋଲି ପରାମର୍ଶ ଦେଇ ଚିକିତ୍ସା କରୁଛନ୍ତି। ପ୍ରକୃତ କାରଣ ଜାଣିପାରୁ ନ ଥିଲେ ମଧ୍ୟ ସେମାନେ ବ୍ୟବହାର କରୁଥିବା ପାଣି ଯୋଗୁ ରୋଗ ବ୍ୟାପୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗୁରୁବାର ଧାନଚେଙ୍ଗଡା ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଆକ୍ରାନ୍ତ ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ। ସେ ଏ ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରିଥିବାବେଳେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗ୍ରାମକୁ ପଠାଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଗ୍ରାମର ମହିଳା ପ୍ରିୟମ୍ବଦା ସାହୁ, ଶାନ୍ତି ବେହେରା, କୁନା ବେହେରା, ବୈଦେହୀ ରାଉତ, ରେଣୁବାଳା ସ୍ବାଇଁ ପ୍ରମୁଖ କ୍ଷୋଭ ପ୍ରକାଶ କରି କହିଛନ୍ତି, ଗ୍ରାମରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି, ସ୍ବାମୀ ସ୍ତ୍ରୀ ସହିତ ବାପ ପୁଅ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେଣି ା ଏପରି ଅବସ୍ଥା ଲାଗିରହିଲେ ଗ୍ରାମ ପୁରୁଷଶୂନ୍ୟ ହୋଇଯିବ। ଜଳ ପାନୀୟ ଉପଯୋଗୀ ନୁହେଁ। ଅଭିଯୋଗ ସତ୍ତ୍ୱେ ଆମକଥା କେହି ଶୁଣୁ ନାହାନ୍ତି ା ଯଦି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରେ ଆମେ ରାଜାରସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri