Posted inଖେଳ

ହେଟମେର, ହୋପ୍‌ଙ୍କ ଶତକ: ଓ୍ବେଷ୍ଟଇଣ୍ଡିଜର ସହଜ ବିଜୟ

ଚେନ୍ନାଇ, ୧୫।୧୨- ମ୍ୟାନ ଅଫ ଦି ମ୍ୟାଚ ଶିମରନ ହେଟମେର ଓ ଶାଇ ହୋପ୍‌ଙ୍କ ଶତକ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ରବିବାର ଅନୁଷ୍ଠିତ ଭାରତ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ସହଜ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଧାର୍ଯ୍ୟ ୨୮୮ ରନ ବିଜୟ ଲକ୍ଷ୍ୟର ପିଛା କରି ଓ୍ବେଷ୍ଟଇଣ୍ଡିଜ ୪୭.୫ ଓଭରରେ ମାତ୍ର ୨ ଉଇକେଟ ହରାଇ ୨୯୧ ରନ ସଂଗ୍ରହ କରି ନେଇଥିଲା। ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଓ୍ବେଷ୍ଟଇଣ୍ଡିଜ ୧-୦ରେ ଅଗ୍ରଣୀଲାଭ କରିଛି। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ହେଟମେର ୧୦୬ ବଲ୍‌ରୁ ସର୍ବାଧିକ ୧୩୯(୧୧ ଚୌକା, ୭ ଛକା) ରନ କରି ଆଉଟ ହୋଇଥିବାବେଳେ ହୋପ୍‌ ୧୫୧ ବଲ୍‌ରୁ ୭ ଚୌକା ଓ ୧ ଛକା ସହ ୧୦୨ ରନରେ ଅପରାଜିତ ରହିଥିଲେ। ହୋପ୍‌ଙ୍କ ସହିତ ନିକୋଲାସ ପୁରନ ୨୯ ରନରେ ଅପରାଜିତ ଥିଲେ। ଓ୍ବେଷ୍ଟଇଣ୍ଡିଜ ମାତ୍ର ୧୧ ରନରେ ସୁନୀଲ ଆମ୍ବ୍ରିସ(୯)ଙ୍କ ଉଇକେଟ ହରାଇଥିଲେ ହେଁ ହୋପ୍‌ ଓ ହେଟମେର ଦ୍ୱିତୀୟ ଉଇକେଟରେ ୨୧୮ ରନର ଭାଗୀଦାରି ଗଢ଼ି ଦଳପାଇଁ ବିଜୟ ପଥ ପରିଷ୍କାର କରିଥିଲେ। କୌଣସି ଭାରତୀୟ ବୋଲର ଏ ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇପାରି ନ ଥିଲେ। ମହମ୍ମଦ ଶାମି ୩୮.୪ ଓଭରରେ ହେଟମେରଙ୍କୁ ଆଉଟ କରି ଯୋଡ଼ି ଭାଙ୍ଗିଥିଲେ ହେଁ ସେତବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ହେଟମେରଙ୍କ ଆଉଟ ପରେ ହୋପ୍‌ ଓ ପୁରନ ଅସମାପ୍ତ ୩ୟ ଉଇକେଟ ଯୋଡ଼ିରେ ୬୨ ରନ ଯୋଗ କରି ଆହୁରି ୧୩ଟି ବଲ୍‌ ବାକିଥାଇ ମ୍ୟାଚର ପରିସମାପ୍ତି ଘଟାଇଥିଲେ। ଭାରତ ପକ୍ଷରୁ ଦୀପକ ଚହର ଓ ଶାମି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ବୋଲରମାନେ ଅଧିନାୟକ କିରନ ପୋଲାର୍ଡଙ୍କ ନିଷ୍ପତ୍ତିକୁ ଉଚିତ ମଧ୍ୟ ସାବ୍ୟସ୍ତ କରିଥିଲେ। ଭାରତ ସ୍କୋର ୨୧ ଥିବାବେଳେ ଲୋକେଶ ରାହୁଲ ଏବଂ ୨୫ ହୋଇଥିବାବେଳେ ଅଧିନାୟକ ବିରାଟ କୋହଲିଙ୍କ ପ୍ରାଇଜ୍‌ ଉଇକେଟ ନେଇ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ଶେଲଡନ କଟ୍ରେଲ। ଭଲ ଆରମ୍ଭ କରିଥିବା ରୋହିତ ଶର୍ମା ମଧ୍ୟ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ସେ ୫୬ ବଲ୍‌ରୁ ୬ ଚୌକା ସହାୟତାରେ ୩୬ ରନ କରିଥିବାବେଳେ ଆଲଜାରି ଜୋସେଫଙ୍କ ବଲ୍‌ରେ ଆଉଟ ହୋଇଥିଲେ। ତେବେ ୪ ନମ୍ବର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଏବଂ ଚାପରେ ଥିବା ରିଷଭ ପନ୍ତ ୪ର୍ଥ ଉଇକେଟରେ ୧୧୪ ରନର ଭାଗୀଦାରି ଗଢ଼ି ଦଳକୁ ସଙ୍କଟ ପରିସ୍ଥିତିରୁ ଉଦ୍ଧାର କରିଥିଲେ। ୩୬.୪ ଓଭରରେ ଭାରତ ସ୍କୋର ୧୯୪ ହୋଇଥିବାବେଳେ ଆୟାରଙ୍କୁ ଆଉଟ କରି ଓ୍ବେଷ୍ଟଇଣ୍ଡିଜକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଜୋସେଫ। ୮୮ଟି ବଲ୍‌ର ସାମ୍‌ନା କରିଥିବା ଆୟର ୫ ଚୌକା ଓ ୧ ଛକା ସହାୟତାରେ ୭୦ ରନ ସ୍କୋର କରିଥିଲେ। ସ୍ବାଭାବିକ ଷ୍ଟାଇଲରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିବା ରିଷଭ ଏଠାରେ କ୍ୟାରିୟର ପ୍ରଥମ ଶତକ ହାସଲ କରିବା ଆଶା କରାଯାଉଥିଲା। ମାତ୍ର ସେ ୬୯ ବଲ୍‌ରୁ ୭୧(୭ ଚୌକା, ୧ ଛକା) ରନ କରିଥିବାବେଳେ ପୋଲାର୍ଡଙ୍କ ଏକ ସ୍ଲୋ ବଲ୍‌କୁ ଅଫ୍‌ କଟର ଖେଳିବାକୁ ଯାଇ ଡିପ୍‌ ସ୍କୋୟାରଲେଗ୍‌ରେ ଶିମରନ ହେଟମେରଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିଥିଲେ। ଭାରତ ୪୫ ଓଭରରେ ୨୫୦ ଅତିକ୍ରମ କରିଥିବାରୁ ୩୦୦ ରନ ସ୍ପର୍ଶ କରିବା ଆଶା କରାଯାଉଥିଲା। ମାତ୍ର ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲରମାନେ ଶେଷ ଭାଗରେ ଆକର୍ଷଣୀୟ ବୋଲିଂ କରିବାରୁ ଭାରତୀୟ ସ୍କୋର ୫୦ ଓଭରରେ ୨୮୭/୮ରେ ସୀମିତ ରହିଥିଲା। କେଦାର ଯାଦବ ୩୫ ବଲ୍‌ରୁ ୪୦(୩ ଚୌକା, ୧ ଛକା) ଓ ରବୀନ୍ଦ୍ର ଜାଡେଜା ୨୧ ବଲ୍‌ରୁ ୨୧(୨ ଚୌକା) ରନ କରିଥିବାବେଳେ ଶିବମ୍‌ ଦୁବେ ମାତ୍ର ୯ ରନ କରି ଆଉଟ ହୋଇ ଯାଇଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଶେଲଡନ କଟ୍ରେଲ, କେମୋ ପଲ୍‌ ଓ ଆଲଜାରି ଜୋସେଫ ୨ଟି ଲେଖାଏ ଏବଂ କିରନ ପୋଲାର୍ଡ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri