ଏଇ ଭାରତରେ

ମଧ୍ୟପ୍ରଦେଶ ଇନ୍ଦୋର ସହରରେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଦର୍ଶନ ସାଜିଛି ଏକ ହିନ୍ଦୁ ପରିବାର। ଏଠାରେ ଥିବା ଏକ ଦରଘାର ସବୁ ଦାୟିତ୍ୱ ଏହି ପରିବାର ବୁଝି ଆସୁଛନ୍ତି। ନନ୍ଦଲାଲପୁରା ଛକ ନିକଟ ହଜରତ ଦୁଲ୍ଲା ସୟଦ ସରକାରଙ୍କ ଦର୍‌ଘାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ୧୫x୨୫ ବର୍ଗଫୁଟ ଜମିରେ ଶୋଭା ପାଉଥିବା ଏହି ଦରଘାର ଦେଖାରଖା କରୁଛନ୍ତି ଏକ ହିନ୍ଦୁ ରାଜପୁତ ପରିବାର। ପ୍ରାୟ ୭ ଶହ ବର୍ଷ ହେବ ସେମାନେ ଦରଘାର ସବୁ ଦାୟିତ୍ୱ ସମ୍ଭାଳୁଛନ୍ତି। ଏହି ପରିବାରର ୧୨ତମ ପିଢିର ସେବକ ସଞ୍ଜୟ ବଡଗୁଜର କୁହନ୍ତି,ତାଙ୍କ ବାପା ସକାଳ ୩ଟାରୁ ଉଠି ଦରଘାର ଚାଦର ବଦଳାଇବା ପରେ ଦରଘା ପରିବେଶକୁ ଭଲ ଭାବେ ସଫା କରି ଅନ୍ୟ କାର୍ଯ୍ୟରେ ଲାଗିଯାନ୍ତି। ତାଙ୍କ ପରିବାର ମଧ୍ୟ ତାଜିଆ ଶୋଭାଯାତ୍ରା ଆୟୋଜନ କରିଥାନ୍ତି। ଏମିତିକି ଗାଟିଏ ସମୟରେ ତାଙ୍କ ପରିବାର ପକ୍ଷରୁ ସବୁଠାରୁ ବଡ଼ ତାଜିଆ ବାହାର କରାଯାଉଥିଲା। ଏଥିଲାଗି ବି ତାଙ୍କ ପରିବାରକୁ ହୋଲ୍‌କର ରାଜବଂଶ କାଳରେ ସମ୍ମାନିତ କରାଯାଇଥିଲା। ଏହି ଦରଘାରେ ପ୍ରତି ବର୍ଷ ଆୟୋଜିତ ହେଉଥିବା ଉର୍ସରେ ସବୁ ଧର୍ମର ଲୋକ ସାମିଲ ହୁଅନ୍ତି। ଏଠାରେ ହିନ୍ଦୁରାଜାଙ୍କ ମନସ୍କାମନା ପୂରଣ କରିବା ପାଇଁ ଆୟୋଜିତ ତାଜିଆ ମୁସଲମାନମାନେ କରିଥାନ୍ତି। ମହରମରେ ବି ସବୁ ଧର୍ମର ଲୋକମାନେ ଭାଗ ନେଇଥାନ୍ତି। କେବଳ ଏତିକି ନୁହେଁ ଏହି ସହରରେ ରହୁଥିବା ବିହାର ଓ ଉତ୍ତରପ୍ରଦେଶର ଲୋକମାନଙ୍କ ପାଇଁ ଛଟ୍‌ ପର୍ବରେ ଛଟ୍‌ ଘାଟକୁ ମୁସଲମାନମାନେ ସଫା କରି ଭାଇଚାରାର ପରିଚୟ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri