ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ  ଏହାର ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଛନ୍ତି  ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ ସୋମବାର ସେ ଗୋପାଳ ବନ୍ଧ ନିକଟକୁ ଯାଇ ପାରିପାର୍ଶ୍ୱିକ ସ୍ଥିତିକୁ ପରଖିବା ସହ ସହରର ଜନସାଧାରଣ, ଜନପ୍ରତିନିଧିଙ୍କ ସହ ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଆଲୋଚନା କରି କିପରି ଏହାର ଉନ୍ନତିକରଣ ହେବ ସେନେଇ ସମସ୍ତଙ୍କ ପରାମର୍ଶ ନେଇଛନ୍ତି। ଏହି ସମୟରେ ପୋଖରୀ ହିଡରେ  କିଛି ବ୍ୟକ୍ତି ବେଆଇନଭାବେ ଜବରଦଖଲ କରି ରହି ପାଇଖାନାର ମଇଳାପାଣି ସହ ବର୍ଜ୍ୟବସ୍ତୁ ପୋଖରୀକୁ ଛାଡୁଥିବାହେତୁ ତୁରନ୍ତ ସେମାନଙ୍କୁ ଉଚ୍ଛେଦକରି ଜବରଦଖଲ ମୂକ୍ତକରିବାକୁ ଜନସାଧାରଣ ଦାବି କରିଥିଲେ। ଏହାକୁ ନେଇ ନିର୍ବାହୀ ଅଧିକାରୀ ଜବରଦଖଲକାରୀଙ୍କ ନିକଟକୁ ଯାଇ ବୁଲି ଦେଖିବା ସହ ପାଇଖାନାପାଣି ଓ ଆବର୍ଜନା ନ ପକାଇବାଲାଗି କଡା ଚେତାବନୀ ଦେଇଛନ୍ତ। ଏହାସହ ପୋଖରୀରେ ପାଣିର ଆବଶ୍ୟକତା  ଦୃଷ୍ଟିରୁ ଦୁଇଟି ଉଚ୍ଚକ୍ଷମତା ସମ୍ପର୍ଣ୍ଣ ବୋରୱେଲ ନିର୍ମାଣ କରିବା, ପୋଖରୀରେ ପଡିରହିଥିବା ଆବର୍ଜନାକୁ ବାହାରକରି  ଦୂଷିତ ପାଣିକୁ ଡ୍ରେନେଜ କରିବା ସହ ରାସ୍ତାପାଶର୍‌ବରେ ବିପଦପୂର୍ଣ୍ଣ ଭାବରେ ରହିଥିବା  ତୁଠର ନିର୍ମାଣ କରି ଚତୁଃପାଶର୍‌ବକୁ ଆଲୋକିକରଣ କରି ପାର୍କ ନିର୍ମାଣ ପାଇଁ ଲୋକେ ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ।
ଏଥିପ୍ରତି ଯଥା ସମ୍ଭବ ପଦକ୍ଷେପ ନେବାକୁ ନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତଥିଲେ।
ସୂଚନାଯୋଗ୍ୟ, କିଛିମାସହେଲା ଗୋପାଳ ବନ୍ଧ ହିଡରେ ଫୁଡକୋର୍ଟ ନିର୍ମାଣକୁ ସହରବାସୀଙ୍କ ସମେତ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ବିଭିନ୍ନ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରିବା ସହ ସେଠାରେ ପୂର୍ବ ପ୍ରସ୍ଥାବିତ ପ୍ରକାରେ ପାର୍କ ନିର୍ମାଣ ଲାଗି ଦାବିକରି ଆସୁଛନ୍ତି। ଏପରିକି ଯଦି ଫୁଡକୋର୍ଟ ନିର୍ମାଣ କରାଯାଏ ତେବେ ଆନ୍ଦୋଳନ ସହ ଅଦାଲତର ଆଶ୍ରୟ ନେବାକୁ   ଏନ୍‌ଏସି ପ୍ରଶାସନକୁ ଚେତାବନୀ ଦେଇ ସହରବାସୀ ସଜାଗ ହୋଇ ରହିଛନ୍ତି। ଏଣୁ ଏନଏସି ପ୍ରଶାସନ ସହରବାସୀଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେବ ନା ନିଜର ରାଜସ୍ବ ଆଦାୟପ୍ରତି ଗୁରୁତ୍ୱ ଦେବ ସେ ନେଇ  ଏକପ୍ରକାର ହରଡଘଣାରେ ପଡିଯାଇଛନ୍ତି । ଯାହାକୁନେଇ ଏଠାରେ ଏକପ୍ରକାର ବିବାଦୀୟ ପରିସ୍ଥିତି ଲାଗିରହିଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?