ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ ନେଇ ଏକ ଦାବିପତ୍ର ବଂଶଧାରା ସୁରକ୍ଷା ସମିତି ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁଣପୁର ଉପ ଜିଲାପାଳଙ୍କୁ ସମୋବାର ପ୍ରଦାନ କରିଥିଲେ। ବଂଶଧାରା ନଦୀ ଉଭୟ ଓଡ଼ିିଶା ଓ ଆନ୍ଧ୍ରପ୍ରଦେଶ ଦେଇ ଆବାହମାନ କାଳରୁ ପ୍ରଭାହିତ ହେଉଛି। ଉଦ୍‌ଗମନସ୍ଥଳରୁ ୨୫୪ କିଲୋମିଟର ପ୍ରବାହୀତ ହୋଇ ଓଡ଼ିିଶାରେ ୧୨୫ କିଲୋମିଟର ଆନ୍ଧ୍ରପ୍ରଦେଶରେ ଏବଂ ଓଡ଼ିଶା ଉଭୟ ପ୍ରଦେଶର ୨୯ କିଲୋମିଟର ତଟ ସମପ୍ରବାହ ହୋଇ କଳିଙ୍ଗପାଟଣାଠାରେ ବଙ୍ଗୋପସାଗରରେ ସମିଳିତ ହୋଇଛି। ୧୯୬୧-୬୨ ମସିହାରୁ କେନ୍ଦ୍ର ସରକାରଙ୍କ ପ୍ରଯୋଜନାରେ ଉଭୟ ରାଜ୍ୟ ଜଳ ଆବଣ୍ଟନ ଚୁକ୍ତି ହୋଇଥିଲା ଯାହା ନେରେଡି ପର୍ଯ୍ୟାୟ -୧ ଓ କାଟ୍ରାଗଡାଠାରେ ନେରେଡି ପ୍ରାର୍ଯ୍ୟାୟ -୨ ଉଭୟ ପ୍ରଦେଶ ସରକାର ଚୁକ୍ତି ଜରିଆରେ କାର୍ଯ୍ୟ ନିର୍ବାହ କରିବାକୁ ସହମତି ପ୍ରକାଶ କରିଥିଲେ। ମାତ୍ର ଚୁକ୍ତିର ଖିଲାପ କରି ଆନ୍ଧ୍ର ପ୍ରଦେଶ ଗୁପ୍ତ ଭାବେ ଜଳ ଆନିକଟ ପର୍ଯ୍ୟାୟ -୨ କେନାଲ ନିର୍ମାଣ, ବନ୍ଧର ଉଚ୍ଚତା ବୃଦ୍ଧି, ଗ୍ରୀଷ୍ମ କାଳରେ ନଦୀଜଳ ଶୋଷିବାକୁ ଗୁପ୍ତ ଯୋଜନା କରି ଆସୁଅଛି। ଯାହାକୁ ଗଜପତି ଓ ରାୟଗଡର ନଦୀ ତଟବର୍ତ୍ତୀ ଅଞ୍ଚଳର ଜନତା ପ୍ରବଳ ବିରୋଧ କରି ଆସୁଛନ୍ତି।

ଆନ୍ଧ୍ର ପ୍ରଦେଶ ସରକାରଙ୍କର ଏକ ଚାଟିଆ କାର୍ଯ୍ୟକୁ ପ୍ରତିବାଦ କରି ଓଡ଼ିଶା ସରକାର ପକ୍ଷଭୁକ୍ତ ହୋଇ ନେରେଡି ପ୍ରକଳ୍ପ ନିର୍ମାଣ ପୁନର୍ବିଚାର ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରସ୍ଥ ହୋଇଥିଲା। ଏବେ ବଂଶଧାରା ଟ୍ରିବ୍ୟୁନାଲ ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଯାହା ଆନ୍ଧ୍ରର ଜଳଭାଗ ସୁନିଶ୍ଚିତ କରୁଥିବାବେଳେ ଓଡ଼ିିଶା ଅଞ୍ଚଳର ନଦୀ ତଟବର୍ତ୍ତୀ ଲୋକେ ଆଶଙ୍କା ଓ ଆତଙ୍କିତ ଅଛନ୍ତି।ଏଣୁ ବଂଶଧାରା ଉପର ମୁଣ୍ଡରେ ଜଳ ଆନିକଟ ନିର୍ମାଣ ପାଇଁ ଦାବି ଜଣାଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?