ପରାଜିତ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଭିକ୍ଟର

ମିରଟ,୬ା୪: ହଙ୍ଗେରୀୟମାନେ ଆସନ୍ତା ୧୨ରେ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚନ କରିବାକୁ ଯାଉଛନ୍ତି। ଏହା ଚଳିତବର୍ଷ ୟୁରୋପର ସବୁଠୁ ପରିଣାମସୂଚକ ନିର୍ବାଚନ ବୋଲି କୁହାଯାଉଛି। ୧୬ ବର୍ଷ ଧରି କ୍ଷମତାରେ ରହିଥିବା ଦେଶର କଠୋରପନ୍ଥୀ ପ୍ରଧାନମନ୍ତ୍ରୀ ତଥା ବିଶ୍ୱସ୍ତରୀୟ ଦକ୍ଷିଣପନ୍ଥୀ ଆଇକନ୍‌ ଭିକ୍ଟର ଓର୍ବାନ ଜଣେ ପୂର୍ବତନ ଅନୁଗତ ପିଟର ମାଗ୍ୟାର୍‌ଙ୍କଠାରୁ ସମ୍ଭାବ୍ୟ ପରାଜୟର ସମ୍ମୁଖୀନ ହେବାକୁ ଯାଉଥିବା କୁହାଯାଉଛି। ୟୁରୋପୀୟ ସଂଘର ଦୀର୍ଘଦିନ ଧରି ଶାସନରେ ଥିବା ଓର୍ବାନ୍‌ ୨୦୧୦ରୁ ହଙ୍ଗେରୀକୁ ଏକ କଠୋରପନ୍ଥୀ ଗଣତନ୍ତ୍ରରେ ପରିଣତ କରିଛନ୍ତି। ପାଶ୍ଚାତ୍ୟର ଉଦାରବାଦ ଏବଂ ବହୁସଂସ୍କୃତିବାଦର ଆକ୍ରମଣ ବିରୋଧରେ ସେ ନିଜକୁ ୟୁରୋପର ପାରମ୍ପରିକ ଖ୍ରୀଷ୍ଟିଆନ୍‌ ପରିବାରର ମୂଲ୍ୟବୋଧର ରକ୍ଷକ ବୋଲି ଘୋଷଣା କରିଛନ୍ତି। ତାଙ୍କର କ୍ରମାଗତ ୪ ଥରର ସରକାର ହଙ୍ଗେରୀରେ ଆଇନର ଶାସନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। କୋର୍ଟଗୁଡ଼ିକରେ କେବଳ ତାଙ୍କ ଅନୁଗତ ବିଚାରପତି ରହିଛନ୍ତି। ଦେଶର ଗଣମାଧ୍ୟମର ୮୦ ପ୍ରତିଶତ ତାଙ୍କ ପାଇଁ ତଥା ତାଙ୍କ ଫିଡେଜ୍‌ ପାର୍ଟି ପାଇଁ ପ୍ରଚାର ମେଶିନ୍‌ରେ ପରିଣତ ହୋଇଛନ୍ତି। ଆଗାମୀ ନିର୍ବାଚନ କେବଳ ହଙ୍ଗେରୀ ନୁହେଁ, ସମଗ୍ର ୟୁରୋପୀୟ ୟୁନିୟନ ପାଇଁ ବଡ଼ ପରିଣାମ ଆଣିବ। ହଙ୍ଗେରୀ ଜିଡିପି ୟୁରୋପୀୟ ୟୁନିୟନ ଜିଡିପିର ମାତ୍ର ୧.୧ ପ୍ରତିଶତ ବଂ ଜନସଂଖ୍ୟା ୨ ପ୍ରତିଶତ ହୋଇଥିବାବେଳେ ଓର୍ବାନଙ୍କ ଶାସନ କାଳରେ ଏହା ଅନ୍ତର୍ଜାତୀୟ ମଞ୍ଚରେ ନିଜ ଭୂମିକା ନିଭାଇଛି। ଚଳିତ ବର୍ଷ ଓର୍ବାନ ପାରମ୍ପରିକ ଲୋକାଭିମୁଖୀ ପ୍ରଚାର ଚଳାଇଛନ୍ତି। ଯୁଦ୍ଧ କିମ୍ବା ଶାନ୍ତି ମଧ୍ୟରୁ ଭୋଟରମାନେ ଗୋଟିକୁ ବାଛିବାକୁ ସେ ଆହ୍ବାନ ଦେଇଛନ୍ତି। ତାଙ୍କୁ ନିର୍ବାଚିତ କରି ହଙ୍ଗେରୀ ଜନସାଧାରଣ ଦେଶର ସୁରକ୍ଷା ଏବଂ ଶାନ୍ତିର ଏକ ଦ୍ୱୀପ ଭାବେ ସଂରକ୍ଷଣ କରନ୍ତୁ। ମାଗ୍ୟାରଙ୍କୁ ନିର୍ବାଚିତ କରିବା ଦେଶକୁ ଅରାଜକତା ଓ ଯୁଦ୍ଧ ଆଡ଼କୁ ଟାଣିନେବ ବୋଲି ସେ କହିଛନ୍ତି। ସେ ମାଗ୍ୟାରଙ୍କୁ ବ୍ରସେଲ୍ସ ଏବଂ କିଭ୍‌ର ଏଜେଣ୍ଟ ଭାବେ ଚିତ୍ରଣ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri