ବଢ଼ୁଛି ଫ୍ୟାନ୍‌ସି ଦୀପର ଚାହିଦା: ସଙ୍କଟରେ କୁମ୍ଭକାରଙ୍କ ବେଉସା

ଭଦ୍ରକ ଅଫିସ, ୨୫ା୧୦- ଦୀପାବଳିିରେ ମାଟି ଦୀପର ଚାହିଦା ନିଆରା। ଲୋକେ ବିଭିନ୍ନ ରଙ୍ଗବେରଙ୍ଗ ଦୀପ କିଣି ଘର ଆଗରେ ଏହାକୁ ଜଳାଇ ଉତ୍ସବ ମନାଇଥାନ୍ତି। ବର୍ତ୍ତମାନ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ହାଟବଜାରରେ ବିଭିନ୍ନ ଡିଜାଇନ ଓ ରଙ୍ଗର ଫ୍ୟାନ୍‌ସି ଦୀପ ବିକ୍ରି ହେଉଛି। କଲିକତା ଭଳି ବିଭିନ୍ନ ସ୍ଥାନରୁ ଏସବୁ ଦୀପ ଆଣି ବିକ୍ରି କରାଯାଉଛି। ମାଟିପାତ୍ରର ଆଦର କମିବା ପରେ ବିଭିନ୍ନ ଗଁାଗଣ୍ଡାରେ ଥିବା କୁମ୍ଭାରଶାଳ ନୀରବି ଗଲାଣି। ଦିନକୁ ଦିନ ଜୀବିକା ହରାଇବାକୁ ବସିଲେଣି କୁମ୍ଭକାର। ପାରମ୍ପରିକ ମାଟିଦୀପ ସ୍ଥାନରେ ଏବେ କଲିକତା ଅଞ୍ଚଳର ଫ୍ୟାନ୍‌ସି ଦୀପ ଚାହିଦା ବଢ଼ିବାରେ ଲାଗିଛି। ଫଳରେ ଚିନ୍ତାରେ ରହିଛନ୍ତି କୁମ୍ଭକାରଙ୍କ ପରିବାର।
ଦୀପାବଳି ଆସିଲେ ମନେପଡ଼େ ଭଦ୍ରକ ଜିଲାର କୁମ୍ଭକାରଙ୍କ ଗଁା ଓଗାଳପୁର। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଗଁାର ସମସ୍ତ ପରିବାରର ମହିଳା ଓ ପୁରୁଷ ଦିନରାତି ଏକାକାର କରି ମାଟିରେ ବିଭିନ୍ନ ହାଣ୍ଡି, କଳସି ଓ ଦୀପ ତିଆରି କରିବାରେ ଲାଗିପଡ଼ିଛନ୍ତି। ପରିବାରର ଛୋଟ ପିଲାମାନେ ମଧ୍ୟ ମାଟି ନିର୍ମିତ ସାମଗ୍ରୀକୁ ଖରାରେ ଶୁଖାଇବା କାମରେ ଲାଗିଛନ୍ତି। ବର୍ଷାଋତୁକୁ ବାଦ୍‌ ଦେଲେ ଅନ୍ୟ ଦିନଗୁଡ଼ିକରେ ଦିନତମାମ ଏହି ଗଁାରେ ଚକି ଘୂରୁଥାଏ। ଭଦ୍ରକ ସହରରେ କାଳୀପୂଜା ଓ ଦୀପାବଳି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଥିବାରୁ ସହରବାସୀଙ୍କ ମାଟିଦୀପର ଚାହିଦା ମେଣ୍ଟାଇବା ଲାଗି ଏହି ଗଁାରେ ପ୍ରାୟ ଦୀପ ତିଆରିରେ ନିୟୋଜିତ ଥାନ୍ତି। ଅନ୍ୟ ସମୟରେ ମାଟିହାଣ୍ଡି, କଳସି ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିବାରେ ବ୍ୟସ୍ତ ରୁହନ୍ତି। ଗଁାର ସୁଧାକର ବେହେରା କହନ୍ତି, ଦିନତମାମ କାମ କଲେ ପ୍ରାୟ ୭ ଶହ ଦୀପ ତିଆରି ହୁଏ। ଏହି ବେଉସା ଛାଡ଼ି ହେଉନି କି ରଖି ହେଉନି। ଏଥିରୁ ଦୈନିକ ଯାହା ମଜୁରି ମିଳୁଛି ସେଥିରେ ତେଲଲୁଣ ସଂସାର ଚଳାଇବା ଏବେକାର ମହଙ୍ଗା ଦୁନିଆରେ କଷ୍ଟକର। ଦୀପାବଳି ପର୍ବକୁ ଆଖି ଆଗରେ ରଖି ଦୁଇମାସ ପୂର୍ବରୁ ଦୀପ କାମ ଆରମ୍ଭ କରୁ। ସହରର ହୋଲ୍‌ସେଲର ଆସି ଦୀପ କିଣି ନିଅନ୍ତି। କିନ୍ତୁ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳେ ନାହିଁ ବୋଲି କହନ୍ତି କୁମ୍ଭକାର ଉପେନ୍ଦ୍ର ବେହେରା।
ସରକାରୀ ସ୍ତରରେ ଏଥିପାଇଁ ପ୍ରୋତ୍ସାହନ ବ୍ୟବସ୍ଥା ନାହିଁ। ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କିତ ତାଲିମ ଓ ସରକାରୀ ଛାଡ଼ ବ୍ୟବସ୍ଥା ଥିବା ଋଣ ଯୋଜନା ଆମ ପାଇଁ ନାହିଁ। ବର୍ତ୍ତମାନର ସ୍ଥିତିରେ ଯେତେ ଆଧୁନିକତାର ପ୍ରଭାବ ଥିଲେ ମଧ୍ୟ ମାଟି ଦୀପ, ମାଟିପାତ୍ରର ଚାହିଦା ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ସରକାରୀ ସ୍ତରରେ ତାଲିମ ଦିଆଯାଇ ଅନ୍ୟ ରାଜ୍ୟ ଭଳି ମୋଟର ଲଗାଯାଇ ଅତ୍ୟାଧୁନିକ ଜ୍ଞାନକୌଶଳ ଦିଆଗଲେ ରୋଜଗାର ବଢ଼ିପାରନ୍ତା ବୋଲି ଗଁାର ଭାସ୍କର ବେହେରା ଆଶାବ୍ୟକ୍ତ କରିଛନ୍ତି। ଏହି ଗଁା ଭଳି ଅପର୍ତ୍ତିବିନ୍ଧା, ବେଲଦା, ଆଗରପଡ଼ା, ଦୋଳସାହି, ଗରଦପୁର ଅଞ୍ଚଳରେ ମଧ୍ୟ କୁମ୍ଭକାରମାନଙ୍କର ଅନୁରୂପ ସମସ୍ୟା। ପର୍ଯ୍ୟାୟକ୍ରମେ ଫ୍ୟାନ୍‌ସି ଦୀପ କୁମ୍ଭକାରଙ୍କ ଦୀପର ସ୍ଥାନ ନେଲାଣି। ଫଳରେ କୁମ୍ଭକାରଙ୍କ ବେଉସା ଦିନକୁ ଦିନ ସଙ୍କଟ ଆଡକୁ ଗତି କରୁଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri