ଏଇ ଭାରତରେ

ଦେବତାଙ୍କ ନାଁରେ ଅଭିଯୋଗ ହୋଇଛି। ସେ ଏବେ ନଜରବନ୍ଦୀରେ । ଏମିତି ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର କୁଲୁ ଦଶହରାରେ। କୁଲୁ ପ୍ରଶାସନ ବିଧିବଦ୍ଧ ଭାବେ ଦେବତାଙ୍କୁ ନିମନ୍ତ୍ରଣ କରିନଥିବାରୁ ସେମାନେ ଦଶହରାରେ ସାମିଲ ହେବାକୁ ଆସିଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ଅଣାଯାଇ ନଜରବନ୍ଦୀ କରାଯାଇଛି। ଏହି ଦୁଇ ଦେବତା ହେଲେ ଶୃଙ୍ଗ ଋଷି ଓ ବାଲୁ ନାଗ। ୧୬୫୦ରୁ କୁଲୁ ଦଶହରାରେ ପ୍ରଭୁ ରଘୁନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ରଥଯାତ୍ରାରେ ପ୍ରଭୁ ରଘୁନାଥଙ୍କ ଡାହାଣ ପାଖରେ ସର୍ବୋଚ୍ଚ ଦେବତା ରହିିବାର ବିଧି ରହିଛି। ଏହି ସ୍ଥାନରେ କିଛି ବର୍ଷ ଶୃଙ୍ଗ ଋଷି ରହି ୧୯୭୦ରୁ ଭାଗ ନେବା ବନ୍ଦ କରିଦେବା ପରେ ବାଲୁ ଦେବତା ସେହି ଜାଗା ନେଇଥିଲେ। ୧୧ ବର୍ଷ ପରେ ପୁଣି ଶୃଙ୍ଗ ଋଷି ରଥଯାତ୍ରାରେ ଭାଗ ନେବାପାଇଁ ଆସିବାରୁ ସର୍ବୋଚ୍ଚ ସ୍ଥାନକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ବାଲୁ ନାଗ ଲକ୍ଷ୍ମଣଙ୍କ ଅବତାର ଓ ସେ ରଘୁନାଥ (ବଡ଼ଭାଇ ରାମ)ଙ୍କ ସହ ରହିବେ । ଅନ୍ୟପକ୍ଷରେ ଶୃଙ୍ଗ ଋଷିଙ୍କ ଭକ୍ତ ଯୁକ୍ତି ବାଢିଛନ୍ତି ଯେ ଗୁରୁ ଶିଷ୍ୟ ସମ୍ପର୍କ ସବୁ ସମ୍ପର୍କଠାରୁ ବି ବଡ଼। ଏଣୁ ସେ ରଘୁନାଥଙ୍କ ସହ ରହିବା ପାଇଁ ଯୋଗ୍ୟ। ଏହିମତେ ଦଶହରାରେ ସର୍ବୋଚ୍ଚ ସ୍ଥାନକୁ ନେଇ ଦୁଇ ଦେବତାଙ୍କ ଭକ୍ତଙ୍କ ମଧ୍ୟରେ ବିବାଦ ହାଇକୋର୍ଟରେ ବି ପହଞ୍ଚିଯାଇଛି। ଏଯାବତ ତାହା ସମାଧାନ କରାଯାଇନାହିଁ। ଏଥିପାଇଁ ୧୦ ବର୍ଷ ହେବ କୁଲୁ ପ୍ରଶାସନ ଦୁଇ ଦେବତାଙ୍କୁ ଆମନ୍ତ୍ରଣ କରୁନାହାନ୍ତି। କିନ୍ତୁ ବିନା ନିମନ୍ତ୍ରଣରେ ଏଥର ସମର୍ଥକମାନେ ଦଶହରାକୁ ପାଲିଙ୍କିରେ ସେମାନଙ୍କ ଦେବତାଙ୍କୁ ଆଣିଥିଲେ। ଏହାପରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଦଶହରାରେ ପହଞ୍ଚିବା ପରେ ପୋଲିସ ଦୁଇ ଦେବତାଙ୍କୁ ନଜରବନ୍ଦୀ କରି ରଖିଛନ୍ତିି। କଡ଼ା ନିରାପତ୍ତା ମଧ୍ୟରେ ଦେତାଙ୍କୁ ଏକ କ୍ୟାମ୍ପ୍‌ରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri