ଗୃହରେ ଶ୍ରୀମନ୍ଦିର ସୁରକ୍ଷା ତାତି

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପ୍ରସଙ୍ଗକୁ ନେଇ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଗୃହ କମିଟି ଗଠନ କିମ୍ବା ମନ୍ତ୍ରୀ ଉତ୍ତର ରଖିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଏହି ପ୍ରସଙ୍ଗରେ ଭାଜପା ସଦସ୍ୟମାନେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
ମଙ୍ଗଳବାର ଶୂନ୍ୟକାଳରେ ଭାଜପା ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଜଗନ୍ନାଥ ମନ୍ଦିର ଏବେ ବିପଦରେ। ମନ୍ଦିର ଚାରିପଟେ ବିକାଶ କାର୍ଯ୍ୟ ଚାଲିଛି। ଏଥିପାଇଁ ଆମେ ସମସ୍ତେ ଘରଦ୍ୱାର ଛାଡ଼ିଛୁ। ଟାଟା କମ୍ପାନୀ ଏବେ ଜେସିବି ଲଗାଇ ମନ୍ଦିର ଚାରିପଟେ ବଡ଼ ବଡ଼ ଗାତ ଖୋଳିବାରୁ ମନ୍ଦିରରେ ଫାଟ ଦେଖାଦେଲାଣି। ଯେତେ ଅଭିଯୋଗ କଲେ ବି ପ୍ରଶାସନ ଶୁଣୁନାହିଁ। ବିଭିନ୍ନ ସଂଗଠନ ଏହି ପ୍ରସଙ୍ଗରେ ରାସ୍ତାରେ ଧାରଣା ଦେଲେଣି। ମନ୍ଦିର ପ୍ରତି ବିପଦ ଆସିଲେ ସରକାର ଦାୟୀ ରହିବେ। ବିକାଶ କାର୍ଯ୍ୟକୁ ଆମେ ବିରୋଧ କରୁନୁ। ହେଲେ ମନ୍ଦିର ସୁରକ୍ଷା ଜରୁରୀ। ଟିମ୍‌ ପଠାଯାଇ ସ୍ଥିତି ଅନୁଧ୍ୟାନ କରାଯାଉ ବୋଲି ସେ ଦାବି କରିଥିଲେ। ଭାଜପା ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝି ଓ ଭାଜପା ସଦସ୍ୟ ଭାସ୍କର ମଢ଼େଇ ମଧ୍ୟ ଅନୁରୂପ ଦାବି କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ କିମ୍ବା ବିଭାଗୀୟ ମନ୍ତ୍ରୀ ବିବୃତି ଦେବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ।
ନରସିଂହ କହିଥିଲେ ଯେ ପୁରୀ ଘଟଣାରେ ପୂର୍ବରୁ ଗୃହରେ ଅନେକ ଥର ଉଦ୍‌ବେଗ ପ୍ରକାଶ ପାଇଛି। କେବଳ ଓଡ଼ିଶାବାସୀ ନୁହନ୍ତି ସମଗ୍ର ବିଶ୍ୱବାସୀ ପୁରୀ ଶ୍ରୀମନ୍ଦିର ସଂକ୍ରାନ୍ତରେ ଅବଗତ। ବର୍ତ୍ତମାନ ଏଏସ୍‌ଆଇର ବିନାନୁମତିରେ କାର୍ଯ୍ୟ ଚାଲିଥିବା କୁହାଯାଉଛି। ଏହା ସତ୍ୟ ହୋଇଥିଲେ ସାଂଘାତିକ। ବିକାଶ କାର୍ଯ୍ୟକୁ ସମସ୍ତେ ସମର୍ଥନ କରୁଛନ୍ତି। କିନ୍ତୁ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲେ ଭୟଙ୍କର ସ୍ଥିତି ଉପୁଜିବ। ତେଣୁ ବାଚସ୍ପତି ଏ ସଂକ୍ରାନ୍ତରେ ଏକ ଗୃହ କମିଟି ଗଠନ କରନ୍ତୁ। କମିଟି ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ରିପୋର୍ଟ ଦେଉ। ଚଳିତ ଅଧିବେଶନରେ ନ ହେଲେ ବି ଆଗାମୀ ଅଧିବେଶନ ଆରମ୍ଭରେ କମିଟି ରିପୋର୍ଟ ଦେଉ। ବିଭାଗୀୟ ମନ୍ତ୍ରୀଙ୍କୁ ଏହା ଉପରେ ଉତ୍ତର ଦେବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ। ମନ୍ତ୍ରୀ ଉତ୍ତର ଦେଲେ ଲୋକଙ୍କ ମନରେ ଥିବା ସନ୍ଦେହ ଦୂର ହୋଇଯିବ।
ସେ ଏହା କହିବା ସହିତ ବାଚସ୍ପିଙ୍କଠାରୁ ରୁଲିଂ ଦାବି କରି ନିଜ ଆସନରେ ଛିଡ଼ାହୋଇ ରହିଥିଲେ। ତେବେ ବାଚସ୍ପତି ଏ ପ୍ରସଙ୍ଗରେ ମତ ରଖିବେ ବୋଲି କହିଥିଲେ। ବାଚସ୍ପତିଙ୍କ ରୁଲିଂ ଦାବିରେ ଭାଜପା ସଦସ୍ୟମାନେ ଗୃହ ମଧ୍ୟଭାଗରେ ଆସି ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri