ମାଛ ପାଇଁ ପାପୁଲି ଛିଣ୍ଡିଲା

ବୌଦ୍ଧ,୩୦।୩(ସ୍ବ.ପ୍ର.): ବୌଦ୍ଧ ସହରର ମହାନଦୀ ଘାଟରେ ମଙ୍ଗଳବାର ଡିନାମାଇଟ୍‌ ଫୁଟାଇ ମାଛ ମାରିବା ଜଣେ ଯୁବକଙ୍କ ପାଇଁ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି। ଡିନାମାଇଟ୍‌ ହଠାତ୍‌ ଫୁଟି ଯିବାରୁ ଯୁବକଙ୍କ ହାତ ପାପୁଲି ଛିଣ୍ଡିଯାଇଛି। ଆହତ ଯୁବକ ହେଲେ ସୁରଥ ଭୋକ୍ତା (୪୦)। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ବୌଦ୍ଧ ଥାନା ଅନ୍ତର୍ଗତ ଲାଣ୍ଡିବନ୍ଧ ଗ୍ରାମର ସୁରଥ ଜଣେ ଗାଡି ଚାଳକ। ମଙ୍ଗଳବାର ସେ କାମକୁ ନ ଯାଇ କେତେଜଣ ସାଙ୍ଗଙ୍କ ସହ ମାଛ ମାରିବାକୁ ମହାନଦୀର ହନୁମାନ ଘାଟକୁ ଯାଇଥିଲେ। ମାଛ ମାରିବା ପାଇଁ ସେ ଏକ ଡିନାମାଇଟ୍‌ରେ ନିଆଁ ଲଗାଇ ପାଣିରେ ପକାଇଥିଲେ। କିନ୍ତୁ ଡିନାମାଇଟଟି ଫୁଟି ନ ଥିଲା। ଫଳରେ ସୁରଥ ପୁନର୍ବାର ଆଉ ଏକ ଡିନାମାଇଟ୍‌ରେ ନିଆଁ ଲଗାଇ ପାଣିରେ ପକାଇଥିଲେ। ଡିନାମାଇଟ ପାଣିରେ ଫୁଟିବା ପରେ ସେ ମାଛ ଧରିବାକୁ ପାଣିରେ ପଶିଥିଲେ। ମାଛ ଧରୁଥିବା ବେଳେ ପାଣିରେ ପକାଇଥିବା ପ୍ରଥମ ଡିନାମାଇଟ ଫୁଟି ଯିବାରୁ ସୁରଥଙ୍କ ଡାହାଣ ହାତ ପାପୁଲି ଛିଣ୍ଡିବା ସହ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ଘଟିବା ପରେ ସୁରଥଙ୍କ ଅନ୍ୟ ସାଙ୍ଗମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ବୌଦ୍ଧ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ପ୍ରକାଶଥାଉ କି , ଏକଦା ବୌଦ୍ଧ ସହର ଦେଇ ଯାଇଥିବା ମହାନଦୀର ଚିଙ୍ଗୁଡ଼ି ଓ ଅନ୍ୟ ମାଛର ବହୁ ଚାହିଦା ରହିଥିଲା। କିନ୍ତୁ ଏବେ ମହାନଦୀ ଶୁଖିଲା ପଡିଛି। ଯାହା ମାଛ ଅଛି ତାକୁ ଅଧିକାଂଶ ସମୟରେ ଡିନାମାଇଟ୍‌ କିମ୍ବା ରାସାୟନିକ ଦ୍ରବ୍ୟ ପକାଇ ଧରାଯାଉ ଥିବାରୁ ମାଛ ବଂଶ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ପ୍ରଶାସନର ଏଥିପ୍ରତି ନିଘା ନାହିଁ। ଯଦି କିଛି ଦୁର୍ଘଟଣା ଘଟୁଛି ପୋଲିସ କେସ କରି ଚୁପ ହୋଇ ବସୁଛି। ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri