ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର ଗୃହରେ ଉପସ୍ଥାପନ କରିବେ। ପଞ୍ଚାୟତ ଓ ପୌର ନିର୍ବାଚନ ଯୋଗୁ ଠିକ୍‌ ସମୟରେ ବଜେଟ୍‌ ଅଧିବେଶନ ଆରମ୍ଭ କରିବାରେ ସରକାର ବିଫଳ ହେବାରୁ କାମଚଳା ବଜେଟ୍‌ ଉପସ୍ଥାପନ କରି ପରବର୍ତ୍ତୀ ସମୟରେ ପୂଣ୍ଣାଙ୍ଗ ବଜେଟ୍‌ ବିଧାନସଭାରେ ଗୃହୀତ କରାଇବାକୁ ଲକ୍ଷ୍ୟ ରଖିଥିବା ଜଣାପଡିଛି।
ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅର୍ଥମନ୍ତ୍ରୀ ପୂଜାରୀ ବୁଧବାର ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ବଜେଟ୍‌କୁ ଗୃହରେ ଉପସ୍ଥାପନ କରିବେ। ଏହାପରେ ଅର୍ଥମନ୍ତ୍ରୀ ପୂଜାରୀ ଅନ୍ୟ ଏକ ମୋସନ ମାଧ୍ୟମରେ ପ୍ରାୟ ୧ଲକ୍ଷ ୬ ହଜାର ୪୯୭ କୋଟି ଟଙ୍କାର ‘ଭୋଟ୍‌ ଅନ୍‌ ଆକାଉଣ୍ଟ’ ନିମନ୍ତେ ଗୃହର ଅନୁମତି ପାଇଁ ଉପସ୍ଥାନ କରିବେ। ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍‌ ଆକାରରେ ଗୃହର ଅନୁମୋଦନ ଲାଭ କରିବାର କାର୍ଯ୍ୟକ୍ରମ ରହିଛି। କରୋନା କାଳରେ ମଧ୍ୟ ଅର୍ଥମନ୍ତ୍ରୀ ପୂଜାରୀ ପ୍ରାୟ ୧ଲକ୍ଷ ୬ ହଜାର ୪୯୭ କୋଟିର ଲେଖାନୁଦାନ ଆଗତ କରି ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟ୍‌ର ଆକାର ପୂର୍ବବର୍ଷ ଗୁଡିକ ତୁଳନାରେ ଅଧିକ ବଡ ହେବାର ସନ୍ଦେଶ ଦେବେ ବୋଲି ଜଣାପଡିଛି। ଗତ ରବିବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ଚିଠା ବଜେଟ୍‌କୁ ମଞ୍ଜୁରୀ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ମିଳିଲା ଏହି ଦେଶର ସର୍ବୋଚ୍ଚ ସମ୍ମାନ, ସ୍ଥାୟୀ ଅଭିବୃଦ୍ଧି…

ଭିକ୍ଟୋରିଆ,୨୮।୬: ସେଚେଲ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ସମ୍ମାନରେ ସମ୍ମାନିତ କରାଯାଇଛି। ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ବିକାଶରେ…

୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା: ପୂର୍ତ୍ତ ବିଭାଗର ନୀରବଦ୍ରଷ୍ଟା ନେଇ ବଢିବାରେ ଲାଗିଛି ଜନ ଅସନ୍ତୋଷ

ଲାଞ୍ଜିଗଡ,୨୮।୬(ରମେଶ ଚନ୍ଦ୍ର ନାୟକ) : କଳାହାଣ୍ଡି ଜିଲା ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା । ବିଶେଷ କରି…

ସାନ ଭାଇ, ବାପାଙ୍କୁ କଟୁରିରେ ହାଣିଲେ ବଡ଼ ଭାଇ: ଜମିଜମା ବିବାଦରୁ ଘଟିଲା ରକ୍ତାକ୍ତ…

ଉଦଳା: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିରାଥଳି ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ଜମି ବଣ୍ଟନକୁ ନେଇ ପରିବାର…

୧୦୦-୨୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ଖବର; ଘରେ ଜମା କରିବା ଆରମ୍ଭ କଲେଣି ଲୋକେ, ଜାଣନ୍ତୁ କଣ ରହିଛି କାରଣ…

ନୂଆଦିଲ୍ଲୀ, ୨୮।୬: ନିକଟ ଦିନଗୁଡ଼ିକରେ ୧୦୦ ଏବଂ ୨୦୦ ଟଙ୍କିଆ ନୋଟକୁ ନେଇ ଏକ ନୂଆ ଧାରା ଦେଖିବାକୁ ମିଳୁଛି। ଲୋକମାନେ ପୂର୍ବ ଅପେକ୍ଷା ନିଜ ଘରେ…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ୩ ବର୍ଷ ତଳେ କରିଥିଲେ ପ୍ରେମବିବାହ, ଆଜି ସକାଳୁ…

ଝାରସୁଗୁଡ଼ା,୨୮ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ୍‌. କଣ୍ଟାପାଳି (ଗଣ୍ଠିଆବୁଡ଼) ଗାଁରେ ରବିବାର ସକାଳୁ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପାରିବାରିକ କଳହକୁ କେନ୍ଦ୍ର…

ଗଞ୍ଜେଇ ଚାଲାଣବେଳେ ମାଡ଼ିବସିଲା ପୋଲିସ: ବାଇକ୍‌ ସହ ୨୨ କେଜି ଗଞ୍ଜେଇ ଜବତ କରି…

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): ଗଞ୍ଜେଇ ଚୋରା କାରବାରରେ ଯୁବଗୋଷ୍ଠୀ ବେଶି ସଂଶ୍ଲିଷ୍ଟ ରହୁଥିବା ପୋଲିସର ଗିରଫରୁ ଜଣାପଡ଼ିଛି। ଏଭଳି ଘଟଣା କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ଦେଖାଯାଉଥିବାବେଳେ ଜିଲାର…

କେତନ ହତ୍ୟା ମାମଲାରେ ବଡ଼ ପଦକ୍ଷେପ: ସିୟା-ଚେତନଙ୍କୁ ଧରି ଲୋହଗଡ଼ ଦୁର୍ଗରେ ପହଞ୍ଚିଲା ପୋଲିସ

ମୁମ୍ବାଇ,୨୮।୬: ପୁଣେରେ ହୋଇଥିବା କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତ କ୍ରମାଗତ ଭାବେ ଆଗକୁ ବଢ଼ୁଛି। ପୋଲିସ ଦ୍ୱାରା ଏହି ମାମଲାରେ ଅନେକ ଲୋକଙ୍କୁ ପଚରାଉଚରା କରାଯାଇସାରିଛି।…

ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପ୍ରତି ଏତିକି କୋଟି ଟଙ୍କା ଦାବି କଲେ ଗ୍ରାମବାସୀ

ପାଟଣା,୨୮ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ରବିବାର ପୂର୍ବାହ୍ନରେ ଯମୁନା ପଶି ପଞ୍ଚାୟତ ବରୁ ଗ୍ରାମର ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri