ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ ବାତାବାରଣ ମଧ୍ୟ ବଦଳି ପାରୁନାହିଁ। ଅସ୍ବାସ୍ଥ୍ୟକର ପରିବେଶରେ ବାରଣ୍ଡାରେ ରୋଷେଇ ହେଉଛି। ଏଭଳି ଅବ୍ୟବସ୍ଥା ନୟାଗଡ଼ ବ୍ଲକ ଇଟାମାଟି ପଞ୍ଚାୟତ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମଳିଛି। ୧୯୫୯ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ୭ମ ଓ ଅଷ୍ଟମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପୃଥକ୍‌ ଭାବେ ରହିଥିଲା। ୨୦୨୧ ଜାନୁଆରୀରେ ଦୁଇଟି ସ୍କୁଲର ମିଶ୍ରଣ ପରେ ଗୋଟିଏ କ୍ୟାମ୍ପସ୍‌ କରାଯାଇ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଲା। ପରେ ଏଥିରେ ଶିଶୁବାଟିକା ଯୋଡାଗଲା। ଗୋଟିଏ କ୍ୟାମ୍ପସ୍‌ ଭିତରେ ଦୁଇଟି ବିଦ୍ୟାଳୟ ରହିଥିଲେ ମଧ୍ୟ ମଝିରେ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥର ଇଟାମାଟି ସିନେମାହଲଠାରୁ ଚମ୍ପତ୍ତିପୁର ପର୍ଯ୍ୟନ୍ତ ରାସ୍ତା ରହିଛି। ଉଚ୍ଚ ବିଦ୍ୟାଳୟର ୬ ଏକର ଜମି ଥିବାବେଳେ କେତେକ ଜବରଦଖଲ ହୋଇଛି। ବିଦ୍ୟାଳୟ ଜମିରେ ରାସ୍ତା ଯାଇଥିବାବେଳେ ଏହାକୁ ହଟାଯାଇପାରୁନି କି ଗୋଟିଏ ବିଦ୍ୟାଳୟ ପରିସର ଭିତରକୁ ଅଣାଯାଇ ପାରୁନି। ଏଣୁ ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ପ୍ରାର୍ଥନା ପାଇଁ ଛାତ୍ରୀଛାତ୍ରମାନେ ବହୁ ହଇରାଣ ହେଉଛନ୍ତି।
ଗୋଟିଏ କ୍ୟାମ୍ପସର ବିଦ୍ୟାଳୟ କୁହାଯାଉଥିଲେ ହେଁ, ଶିଶୁବାଟିକାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ରାସ୍ତା ଡେଇଁ ମଧ୍ୟାହ୍ନଭୋଜନ ଖାଇବାକୁ ଉଚ୍ଚ ବିଦ୍ୟାଳୟକୁ ଆସିଥାନ୍ତି। ଏପରି କି ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଥିବା ବିଦ୍ୟାଳୟର ଆଦୌ ପାଚେରି ନାହିଁ। ଏଠାରେ ଶିଶୁବାଟିକା ସହ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୧୧ଶ୍ରେଣୀ କକ୍ଷର ଆବଶ୍ୟକତା ରହିଛି। ୧୧ ସ୍ଥାନରେ ୬ ଶ୍ରେଣୀ କକ୍ଷ ଥିବାରୁ ଶିଶୁବାଟିକା, ପ୍ରଥମ, ୨ୟ ଓ ତୃତୀୟ ଶ୍ରେଣୀର ଛାତ୍ରୀଛାତ୍ର ଗୋଟିଏ ସ୍ଥାନରେ ବସୁଛନ୍ତି। ୪ର୍ଥ ଓ ୫ମ ଶ୍ରେଣୀ ଛାତ୍ରୀଛାତ୍ର ଅନ୍ୟ ଏକ କୋଠରିରେ ବସୁଛନ୍ତି। ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ୨ଟି ଶ୍ରେଣୀ କକ୍ଷ ଓ ଗୋଟିଏ ଛୋଟିଆ ଅଫିସ ଗୃହ ରହିଛି। ଉଚ୍ଚ ବିଦ୍ୟାଳୟରେ ୪ଟି ଶ୍ରେଣୀ କକ୍ଷରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ୧ଟି, ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ପାଇଁ ଅନ୍ୟ ୩ଟି କକ୍ଷ ରହିଛି। ୨୦୨୧-୨୨ ବର୍ଷରେ ୫ଟି କୋଠରି ପାଇଁ ୧କୋଟି ଟଙ୍କା ଅନୁଦାନ ଆସିଥିବାବେଳେ କେବଳ ୯ମ ଶ୍ରେଣୀ ସ୍ମାର୍ଟ କକ୍ଷକୁ ଛାଡିଦେଲେ ଅନ୍ୟ କୌଣସି ନିର୍ମାଣ କାର୍ଯ୍ୟ ହୋଇନାହିଁ। ରୋଷେଇ ପାଇଁ ଘର ନାହିଁ, ପୁରାତନ ଛାତ୍ରୀଛାତ୍ରମାନେ ଯେଉଁ ନୂଆ କକ୍ଷଟି ନିର୍ମାଣ କରିଛନ୍ତି ତାହା ପୂର୍ଣ୍ଣାଙ୍ଗ ହୋଇନାହିଁ। ବାରଣ୍ଡାରେ ଅସ୍ବାସ୍ଥ୍ୟକର ପରିବେଶରେ ମଧ୍ୟାହ୍ନଭୋଜନ ରୋଷେଇ ହେଉଛି। ବିଦ୍ୟାଳୟର ସମ୍ମୁଖ ଭାଗର କେତେକ ଅଂଶ ପ୍ରାଚୀର ନ ଥିବାରୁ ଗୋରୁ ହତା ଭିତରେ ଅବାଧ ପ୍ରବେଶ କରୁଛନ୍ତି। ବିଦ୍ୟାଳୟରେ ଏବେ ୨୨୫ ଛାତ୍ରୀଛାତ୍ର ପଢ଼ୁଛନ୍ତି। ଏମାନଙ୍କ ମଧ୍ୟରେ ଶିଶୁବାଟିକାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୮୪ ପିଲା ରହିଛନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ୫ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି। ସେହିପରି ୮ମରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ୧୪୧ ଛାତ୍ରୀଛାତ୍ର ରହିଛନ୍ତି। ଏମାନଙ୍କୁ ପଢ଼ାଇବା ପାଇଁ ୧୧ ଶିକ୍ଷୟିତ୍ରୀଶିକ୍ଷକ ଅଛନ୍ତି। ପିଲାଙ୍କ ତୁଳନାରେ ଶିକ୍ଷକଙ୍କ ସଂଖ୍ୟା ଠିକ୍‌ ଥିଲେ ମଧ୍ୟ ସ୍କୁଲକୁ ୬୭ ବର୍ଷ ବିତିଥିବା ବେଳେ ଅନ୍ୟାନ୍ୟ ଭିତ୍ତିଭୂମି ସଜଡ଼ା ଯାଇପାରିନାହିଁ।
ପ୍ରଧାନଶିକ୍ଷକ ପ୍ରସନ୍ନ ମହାପାତ୍ର କୁହନ୍ତି, କ୍ୟାମ୍ପସ ବିଦ୍ୟାଳୟ ହୋଇଥିଲେ ହେଁ ଗୋଟିଏ ହତା ମଧ୍ୟରେ ଶ୍ରେଣୀ କକ୍ଷ ନାହିଁ। ବିଦ୍ୟାଳୟ ପାଇଁ ୫ ଶ୍ରେଣୀ କକ୍ଷ ଓ ୫ଟି ସ୍ବତନ୍ତ୍ର ଘରର ଆବଶ୍ୟକତା ରହିଛି। ମଧ୍ୟାହ୍ନଭୋଜନ ପାଇଁ ରୋଷେଇ ଘର ନିହାତି ଦରକାର ବୋଲି ମହାପାତ୍ର କହିଛନ୍ତି। ଆଲୁମ୍‌ନି କମିଟି ସଭାପତି ଶରତ ଚନ୍ଦ୍ର ସାହୁ କୁହନ୍ତି, ୫-ଟିରେ ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅନୁଦାନ ମିଳିଥିଲା। ହେଲେ ସ୍କୁଲର ଗୋଟିଏ ଶ୍ରେଣୀକକ୍ଷକୁ ଛାଡିଦେଲେ ଅନ୍ୟ କିଛି ସୁବିଧା ହେଲାନି। କ୍ୟାମ୍ପସ ସ୍କୁଲ ହୋଇଥିଲେ ହେଁ ଗୋଟିଏ ହତା ଭିତରେ ଶିଶୁବାଟିକାରୁ ୧୦ମ ଶ୍ରେଣୀ ରହିପାରୁ ନାହିଁ। ଏଥିପାଇଁ ସ୍ବତନ୍ତ୍ର ଶ୍ରେଣୀକକ୍ଷ ନିର୍ମାଣ କରାଯିବା ଦରକାର। ଜିଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ କୁହନ୍ତି, କ୍ୟାମ୍ପସ ବିଦ୍ୟାଳୟରେ ଗୋଟିଏ ହତା ଭିତରେ କିପରି ସବୁ ଶ୍ରେଣୀ ରହିବ ସେଥିପାଇଁ ପଦକ୍ଷେପ ନିଆଯିବ। ରୋଷେଇ ଘର ନିର୍ମାଣକୁ ମଧ୍ୟ ଗୁୁରୁତ୍ୱ ଦିଆଯିବ। ଅନ୍ୟ କିଛି ସମସ୍ୟାର ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?