ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗାଜଲବାଡ଼ିଠାରେ ପ୍ରବେଶ ପଥରେ ଲାଗିବ ଓଭରହେଡ୍‌ ବ୍ୟାରିଅର ବା ଉଚ୍ଚ ପ୍ରତିବନ୍ଧକ ଗେଟ୍‌ ତଥା ହାଇଟ ଗଜ୍‌। ଏହା ଦ୍ୱାରା ଭାରୀଯାନ ଯାତାୟାତରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇପାରିବ ବୋଲି ଜାତୀୟ ରାଜପଥ ବିଭାଗ ସୋରଡ଼ା ଡିଭିଜନର କର୍ତ୍ତୃପକ୍ଷ କହିଛନ୍ତି। ସେ କହିଛନ୍ତି ଯେ, ଘାଟି ସମ୍ପ୍ରସାରଣ କାର୍ଯ୍ୟ ନ ହେବା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲଗାଇବାକୁ ବିଭାଗ ଯୋଜନା କରିଛି ଏହାକୁ ଶୀଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ପ୍ରୟାସ କରାଯାଉଛି। ବିଭାଗ ପକ୍ଷରୁ ଭାରୀଯାନ ଯାତାୟାତରେ କଟକଣା କରାଯିବା ସହ ବଡ଼ ବଡ଼ ହୋର୍ଡିଂ ମାଧ୍ୟମରେ ସୂଚନା ଦିଆଯାଇଥିଲେ ମଧ୍ୟ ରାଜ୍ୟ ବାହାରର ଭାରୀଯାନ ଗୁଗୁଲ ମ୍ୟାପ ଦେଖି ଉକ୍ତ ଘାଟି ରାସ୍ତାରେ ଯାଇ ଦୁର୍ଘଟଣାର ଶିକାର ହେବା ସହ କିଛି ଭାରୀଯାନ ଅଣଓସାରିଆ ଘାଟିରାସ୍ତାରେ ବୁଲାଣିରେ ଯାଇ ନ ପାରି ଫସି ରହୁଥିବା ଓ ରାଜପଥ ବାରମ୍ବାର ଅବରୋଧ ହୋଇ ରହୁଥିବା ଅଭିଯୋଗ ହେଉଛି। ଏହାର ସମାଧାନ ପାଇଁ ରାଜପଥ ବିଭାଗ ଘାଟି ଆରମ୍ଭ ଓ ଶେଷର ଉଭୟପାର୍ଶ୍ୱରେ ଶକ୍ତିଶାଳୀ ଲୁହାରେ ଓଭରହେଡ୍‌ ବ୍ୟାରିଅର ବା ଉଚ୍ଚ ପ୍ରତିବନ୍ଧକ ଗେଟ୍‌ ନିର୍ମାଣ କରିବାକୁ ଯୋଜନା କରିଛି। ଗୋଟିଏ ନିର୍ଦ୍ଦିଷ୍ଟ ଉଚ୍ଚତା ରହିବ ଯଦି ଭାରୀଯାନ ଆସେ ତେବେ ସେହି ଓଭରହେଡ୍‌ ବ୍ୟାରିଅରରେ ଗାଡ଼ିଟି ଯାଇପାରିବ ନାହିଁ ବୋଲି ସୋରଡ଼ା ଡିଭିଜନ କର୍ତ୍ତୃପକ୍ଷ କହିଛନ୍ତି। ଏବେ ମଧ୍ୟ ଘାଟିର ୨ ପାର୍ଶ୍ୱରେ ରହିଥିବା ପାହାଡ଼ର ମାଟି ଓଦା ରହିଥିବାରୁ ଭୂସ୍ଖଳନ ଆଶଙ୍କା ଏଡ଼ାଇ ଦିଆଯାଇନପରେ। ତେଣୁ ଭାରୀଯାନ ପ୍ରତି କଟକଣା କରାଯାଇଛି। ଆଗାମୀ କିଛି ଦିନ ପରେ ବାଲି, ଗୋଡ଼ି ବୋଝେଇ ହାଇଓ୍ବାକୁ ଘାଟିରେ ଯାତାୟାତ ପାଇଁ ଅନୁମତି ଦିଆଯାଇପାରେ। ଏବେ କିନ୍ତୁ ଗଞ୍ଜାମ ଜିଲାପାଳ ଭାରୀଯାନ ପ୍ରତି ସମ୍ପୂର୍ଣ୍ଣ କଟକଣା ନିର୍ଦ୍ଦେଶ ଜାରି କରିଥିବା ଜାତୀୟ ରାଜପଥ ବିଭାଗ ସୋରଡ଼ା ଡିଭିଜନ କର୍ତ୍ତୃପକ୍ଷ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?