ରାତିଦିନ ଚାଲିଛି ମାଙ୍କଡା ପଥର ଉତ୍ତୋଳନ

ଖଇରା,୨୨।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ କୁପାରୀ ରାଜସ୍ବ କ୍ଷେତ୍ର ଅଧୀନ ବରପଦା, ହରିପୁର, ବାରାଯୋଡି ତଥା କୁପାରୀ କଲେଜ ପଛପଟ ଗୋଚର ଜମିରେ ବେଆଇନ ଭାବେ ଚାଲିଥିବା ଅନ୍ୟୁନ ୩୫ ଖଣିରୁ ମାଙ୍କଡା ପଥର ଉତ୍ତୋଳନ କରାଯାଉଛି ା ରାତିଦିନ ମେଶିନ ବ୍ୟବହାର କରି ମାଫିଆମାନେ ଶହ ଶହ ଟ୍ରିପ ମୋରମ ଜିଲା ବାହାରକୁ ଚାଲାଣ କରୁଛନ୍ତି। କୋଭିଡ-୧୯ କଟକଣା କି ପ୍ରଶାସନ ଲୋକଦେଖାଣିଆ ତାଦିଦ୍‌ର କୌଣସି ଫରକ ପଡୁନାହିଁ ା ଖଇରାର ଅର୍ଦ୍ଧାଧିକ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବାରୁ ଚଢାଉ ପାଇଁ ରାଜସ୍ବ ଅଧିକାରୀଙ୍କ ଗାଡି ଖଣି ଅଞ୍ଚଳକୁ ବାହାରିବା ପୂର୍ବରୁ ଖଣି ମାଫିଆମାନେ ଅବଗତ ହୋଇ ଯାଉଛନ୍ତି ା ଫଳରେ ଅଧିକାରୀମାନେ ପହଞ୍ଚିବା ପୂର୍ବରୁ ଖଣି ମାଫିଆମାନେ ତାଙ୍କର ପାୱାର ଟିଲର ଏବଂ କଟର ମେଶିନଗୁଡିକୁ ସୁରକ୍ଷିତ ସ୍ଥାନରେ ଲୁଚାଇ ଦେଉଛନ୍ତି। ଅଧିକାରୀମାନେ ବାଧ୍ୟ ହୋଇ ଖଣି ଅଞ୍ଚଳ ବୁଲାବୁଲି କରି ନିରାଶ ହୋଇ ମୁକ୍ତ ହସ୍ତରେ କାର୍ଯ୍ୟାଳୟକୁ ଫେରି ଆସୁଛନ୍ତି ା ଖଣି ମାଫିଆ ଓ ଅଧିକାରୀଙ୍କ ମଧ୍ୟରେ ଏଭଳି ଲୁଚାଲୁଚି ଖେଳ ଭିତରେ କୁପାରୀ ପର୍ଯ୍ୟଟନ କ୍ଷେତ୍ରର ମାନଚିତ୍ର ବଦଳିବାରେ ଲାଗିଛି। ମାଙ୍କଡା ପଥର ଉତ୍ତୋଳନ ହୋଇଥିବା ଶହ ଶହ ଏକର ଜମି କୃତ୍ରିମ ହ୍ରଦ ପାଲଟିବା ପରିବେଶ ଓ ବୁଦ୍ଧିଜୀବୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ା ତୁରନ୍ତ ଏହା ଉପରେ ଅଙ୍କୁଶ ଲଗାଇବାକୁ ଏବଂ ଖଣି ଉତ୍ତୋଳନକାରୀଙ୍କ ସହ ସମ୍ପୃକ୍ତ ଥିବା କେତେଜଣ ତହସିଲ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁପାରୀର ବିଭିନ୍ନ ସଙ୍ଗଠନ ତରଫରୁ ଦାବି କରାଯାଇଛି ା
କୁପାରୀକୁ ୧୯୯୯ରେ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରାଯାଇଛି। ଏଥିପାଇଁ କୁପାରୀ ସଂଲଗ୍ନ ଖାଲି ପଡିଥିବା ବିଭିନ୍ନ ସରକାରୀ ଜମିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରଶାସନ ତରଫରୁ ହାତକୁ ନିଆଯାଇଛି। ସେହିଦିନଠାରୁ ମାଙ୍କଡା ଖଣି ନିଲାମ ମଧ୍ୟ ବନ୍ଦ ଅଛି ା ହେଲେ କେତେଜଣ ଖଣି ମାଫିଆ ଏହା ଉପରେ ଲୋଲୁପ ଦୃଷ୍ଟି ପକାଇ କ୍ରମାଗତ ସମୟ ବ୍ୟବଧାନରେ ମାଙ୍କଡା ପଥର କାଟି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ କୁପାରୀ ହରେକୃଷ୍ଣ ମହତାବ କଲେଜ ପଛ ପଟ ଜାଗାକୁ ଦୃଷ୍ଟି ନିକ୍ଷେପ କଲେ କୁପାରୀ ଭୂଇଁ ଯେ ଖୁବ୍‌ଶୀଘ୍ର ଶ୍ମଶାନରେ ପରିଣତ ହେବ ତାହା ଅନୁମାନ କରାଯାଇପାରିବ। ଘଟଣାକ୍ରମେ ରବିବାର ରାତିରେ ମାଙ୍କଡା ପଥର ଉତ୍ତୋଳନ ବେଳେ ସ୍ଥାନୀୟ ଗ୍ରାମବାସୀ ଖଇରା ତହସିଲଦାରଙ୍କୁ ଖବର ଦେଇଥିଲେ ା ତହସିଲଦାର ପ୍ରସ୍ତୁତ ହୋଇ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଉତ୍ତୋଳନକାରୀମାନେ ନିଜ ନିଜର ଯନ୍ତ୍ରପାତି ଧରି ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିଲେ। ସମସ୍ତଙ୍କ ସମ୍ମୁଖରେ ମାଙ୍କଡା ଖୋଳା ଚାଲିଥିବା ବେଳେ ରାଜସ୍ବ ବିଭାଗ ହାତରେ ଧରା ନ ପଡିବା ଉକ୍ତ ବିଭାଗ ତଥା ଜିଲା ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ତହସିଲଦାର ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରେ ସେ ଯେତେବେଳେ ବି ଅଭିଯୋଗ ପାଇଯାଉଛନ୍ତି ଖଣି ଉତ୍ତୋଳନକାରୀମାନେ କୌଣସି ସୂତ୍ରରୁ ଖବରପାଇ ଖସି ଯାଉଛନ୍ତି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri