Posted inଖେଳ

ଆଇପିଏଲ-୨୦୨୦: ଆରସିବିର ବିଜୟ ଅଭିଯାନ

ଦୁବାଇ, ୨୨।୯-
ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ବାଙ୍ଗାଲୋର ପକ୍ଷରୁ ଧାର୍ଯ୍ୟ ୧୬୪ ରନ ବିଜୟ ଲକ୍ଷ୍ୟର ପିଛାକରି ହାଇଦ୍ରାବାଦ ଦଳ ୧୯.୪ ଓଭରରେ ୧୫୩ ରନକରି ଅଲଆଉଟ ହୋଇ ଯାଇଥିଲା।
ଓପନିଂ ଯୋଡ଼ିରେ ମାତ୍ର ୧୮ ରନ ଯୋଗହେବାପରେ ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ଉଇକେଟ ହରାଇଥିଲା ସନ୍‌ରାଇଜର୍ସ। ଓ୍ବାର୍ନର ମାତ୍ର ୬ ରନ କରି ରନଆଉଟ ହୋଇଥିଲେ। ଜନି ବେୟାରଷ୍ଟୋ ଓ ମନୀଷ ପାଣ୍ଡେ ଦ୍ୱିତୀୟ ଉଇକେଟରେ ୭୧ ରନ ଯୋଗକରି ମ୍ୟାଚକୁ ନିୟନ୍ତ୍ରଣକୁ ଆଣିଥିଲେ। ମନୀଷ ୩୩ ବଲ୍‌ରୁ ୩୪(୩ ଚୌକା, ୧ ଛକା) ରନ କରି ଆଉଟ ହୋଇଥିଲେ। ବେୟାରଷ୍ଟୋ କିନ୍ତୁ ଆକ୍ରମଣାତ୍ମକ ଖେଳି ଆରସିବି ଶିବରରେ ନୈରାଶ୍ୟ ଖେଳାଇ ଦେଇଥିଲେ। ୧୫ ଓଭର ବେଳକୁ ସନରାଇଜର୍ସ ୨ ଉଇକେଟ ହରାଇ ୧୨୧ ରନ ସଂଗ୍ରହ କରି ନେଇଥିଲା। ମାତ୍ର ୧୬ତମ ଓଭର ବୋଲିଂ କରିବାକୁ ଆସିଥିବା ୟୁଜବେନ୍ଦ୍ର ଚହଲ ମ୍ୟାଚର ମୋଡ଼ ବୁଲାଇଥିଲେ। ସେ ଏହି ଓଭରର ଦ୍ୱିତୀୟ ବଲ୍‌ରେ ବେୟାରଷ୍ଟୋ (୬୧ ରନ, ୪୩ ବଲ, ୬ ଚୌକା, ୨ ଛକା) ଓ ତୃତୀୟ ବଲ୍‌ରେ ବିଜୟ ଶଙ୍କର(୦)ଙ୍କୁ ଆଉଟ କରି ଦଳ ପାଇଁ ଆଶା ସଞ୍ଚାର କରିଥିଲେ। ବେୟାରଷ୍ଟୋଙ୍କ ଆଉଟ ମ୍ୟାଚର ଟର୍ନିଂ ପଏଣ୍ଟ ହୋଇଥିଲା। ୧୭ତମ ଓଭରର ୩ୟ ବଲ୍‌ରେ ସ୍କୁପ୍‌ ଶଟ୍‌ ଖେଳିବାକୁ ଯାଇ ପ୍ରିୟମ୍‌ ଗର୍ଗ ବୋଲ୍ଡ ହୋଇଥିବାବେଳେ ୬ଷ୍ଠ ବଲ୍‌ରେ ୨ ରନ ନେବାକୁ ଯାଇ ରଶିଦ୍‌ ଖାଁଙ୍କ ସହ ଧକ୍କା ଖାଇ ଅଭିଷେକ ଶର୍ମା ରନ୍‌ଆଉଟ ହୋଇ ଯାଇଥିଲେ। ନବଦୀପ ସଇନୀ ୧୮ତମ ଓଭରରେ ଭୁବନେଶ୍ୱର କୁମାର ଓ ରଶିଦ ଖାଁଙ୍କୁ ଆଉଟ କରିଥିଲେ। ଶେଷ ୩୨ ରନରେ ସନ୍‌ରାଇଜର୍ସ ୮ ଉଇକେଟ ହରାଇଥିଲା।
ପଦାର୍ପଣରେ ପଡିକାଲଙ୍କ ଚମକ
ହାଇ ପ୍ରୋଫାଇଲ ଆଇପିଏଲ ପଦାର୍ପଣରେ ଚମକ ସୃଷ୍ଟି କରିଥିଲେ ଯୁବ ଓପନର ଦେବଦତ୍ତ ପଡିକାଲ। ସନ୍‌ରାଇଜର୍ସର ଅଭିଜ୍ଞ ବୋଲରଙ୍କ ବିରୋଧରେ ଚମତ୍କାର ଖେଳିବା ସହ ମାତ୍ର ୩୬ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରି ନିଜ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଥିଲେ କେରଳର ଏହି ୨୦ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ। ଅଭିଜ୍ଞ ଅଷ୍ଟ୍ରେଲୀୟ ଖେଳାଳି ଆରୋନ ଫିଞ୍ଚ୍‌ଙ୍କ ସହ ସେ ଓପନିଂ ଯୋଡ଼ିରେ ୬୬ ବଲ୍‌ରୁ ୯୦ ରନ ଯୋଗ କରିବାପରେ ବିଜୟ ଶଙ୍କରଙ୍କ ବଲ୍‌ରେ ଆଉଟ ହୋଇଥିଲେ। ୪୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ପଡିକାଲ ମୋଟ ୫୬ ରନ କରି ବିଜୟ ଶଙ୍କରଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ଭଲ ଆରମ୍ଭ କରିଥିଲେ ହେଁ ଫିଞ୍ଚ୍‌ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ସେ ୨୭ ବଲ୍‌ରୁ ୧ ଚୌକା ଓ ୨ ଛକା ସହାୟତାରେ ୨୯ ରନ କରି ପାରିଥିଲେ। ଅଧିନାୟକ ବିରାଟ କୋହଲି ମାତ୍ର ୧୪(୧୩ ବଲ୍‌)ରେ ଆଉଟ ହେବା ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ଶକ୍ତ ଝଟ୍‌କା ସଦୃଶ ହୋଇଥିଲା। କୋହଲିଙ୍କୁ ରଶିଦ ଖାଁଙ୍କ ହାତରେ କ୍ୟାଚ କରାଇ ବଡ଼ ଅନୁଭୂତି ଲାଭ କରିଥିଲେ ବାମହାତୀ ପେସର ଟି. ନଟରାଜନ। ଅଧିନାୟକଙ୍କ ଶୀଘ୍ର ବିଦାୟ ଫଳରେ ଦଳର ବଡ଼ ସ୍କୋର ଆଶା ମଉଳିଥିଲା। ତେବେ ଏବି ଡିଭିଲର୍ସ ସ୍ବାଭାବିକ ଢଙ୍ଗରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିବାରୁ ଦଳ ୧୬୩ ରନର ଏକ ସମ୍ମାନ ଜନକ ସ୍କୋର କରି ପାରିଥିଲା। ୩୦ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଏବି ୪ ଚୌକା ଓ ୨ ଛକା ସହାୟତାରେ ୫୧ ରନ ସ୍କୋର କରିଥିଲେ। ଭୁବନେଶ୍ୱର କୁମାର ତଥା ଇନିଂସର ଅନ୍ତିମ ଓଭରର ୩ୟ ବଲ୍‌ରେ ୨ ରନ ନେବାକୁ ଯାଇ ରନଆଉଟ ହୋଇ ଯାଇଥିଲେ ଏହି ଦକ୍ଷିଣ ଆଫ୍ରିକୀୟ ଖେଳାଳି। ଶିବମ୍‌ ଦୁବେଙ୍କ ବ୍ୟାଟ୍‌ରେ ବଲ୍‌ ଠିକ୍‌ଭାବେ ସଂଯୋଗ ହୋଇ ନ ଥିଲା। ଶେଷ ଭାଗରେ ବଡ଼ ଶଟ୍‌ ଆବଶ୍ୟକ ହେଉଥିବାବେଳେ ସେ ୮ ବଲ୍‌ ଖେଳ ମାତ୍ର ୭ ରନ କରିବାକୁ ସକ୍ଷମ ହୋଇଥିଲେ। ୨୦ତମ ଓଭରର ଅନ୍ତିମ ବଲ୍‌ ସହ ବ୍ୟାଟ୍‌ ବାଜି ନ ଥିଲେ ହେଁ ସେ ରନ୍‌ ନେବାକୁ ଚେଷ୍ଟା କରିଥିଲେ। ତେବେ ନନ୍‌ ଷ୍ଟ୍ରାଇକର ଜୋଶ୍‌ ଫିଲିପ୍‌ ଆଗ୍ରହ ଦେଖାଇ ନ ଥିଲେ। ଫଳରେ ଶିବମ୍‌ଙ୍କୁ ଉଇକେଟ କିପର ଜନି ବେୟାରଷ୍ଟୋ ରନଆଉଟ କରି ଦେଇଥିଲେ। ପ୍ରତିପକ୍ଷ ଅଧିନାୟକ ଡେଭିଡ ଓ୍ବାର୍ନର ୭ ବୋଲରଙ୍କୁ ଆକ୍ରମଣରେ ଲଗାଇଥିଲେ। ସେମାନଙ୍କ ମଧ୍ୟରୁ ନଟରାଜନ, ବିଜୟ ଶଙ୍କର ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ମିଚେଲ ମାର୍ଶ ଆହତ
ମ୍ୟାଚରେ ବୋଲିଂ ଅବସରରେ ଆହତ ହୋଇଛନ୍ତି ସନ୍‌ରାଇଜର୍ସର ଅଷ୍ଟ୍ରେଲିଆନ ବୋଲର ମିଚେଲ ମାର୍ଶ। ବାଙ୍ଗାଲୋର ଇନିଂସର ୫ମ ଓଭରରେ ଫଲୋଥ୍ରୁରେ ବଲ୍‌ ରୋକିବାକୁ ଉଦ୍ୟମ କରୁଥିବାବେଳେ ତାଙ୍କ ଗୋଇଠି ମକଚି ହୋଇ ଯାଇଥିଲା। ଫଳରେ ସେ ତତ୍‌କ୍ଷଣାତ ପଡ଼ିଆ ଛାଡ଼ିଥିଲେ। ସେ ମାତ୍ର ୪ଟି ବଲ୍‌ ପକାଇଥିବାରୁ ଅବଶିଷ୍ଟ ୨ଟି ବଲ୍‌ ପକାଇ ବିଜୟ ଶଙ୍କର ଓଭର ପୂରଣ କରିଥିଲେ। ବ୍ୟାଟିଂ ସମୟରେ ଦଳର ୮ମ ଉଇକେଟ ପତନ ପରେ କ୍ରିଜ୍‌କୁ ଆସିଥିଲେ ହେଁ ଡକ୍‌(୦)ରେ ଆଉଟ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୬୩/୫(ପଡିକାଲ-୫୬, ଡିଭିଲର୍ସ-୫୧, ଫିଞ୍ଚ୍‌-୨୯, ନଟରାଜନ-୧/୩୪, ବିଜୟ ଶଙ୍କର-୧/୧୪, ଅଭିଷେକ-୧/୧୬)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୯.୪ ଓଭରରେ ୧୫୩/ଅଲଆଉଟ (ବେୟାରଷ୍ଟୋ-୬୧, ମନୀଷ-୩୪, ଚହଲ-୩/୧୮, ନବଦୀପ-୨/୨୫, ଶିବମ-୨/୧୫, ଡେଲ୍‌ ଷ୍ଟେଇନ୍‌-୧/୩୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?