ଛେଳି ପାଇଁ ମଝି ନଈରେ ଫସିଲେ ୨ଭାଇ : ଭରା ନଈ ପହଁରି ସୁରକ୍ଷିତ ଫେରିଲେ

ବାଙ୍ଗିରିପୋଷି,୨୨।୯(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଅଞ୍ଚଳରେ ୨ ଭାଇ ନଦୀ ମଝିରେ ଛେଳି ଉଦ୍ଧାର କରିବାକୁ ଯାଇ ଦୀର୍ଘ ସମୟ ବନ୍ୟା ପାଣି ଘେରରେ ରହିବା ପରେ ସୁରକ୍ଷିତ ଫେରିଛନ୍ତି। ପାଣି କମିବା ପରେ ସ୍ଥାନୀୟ ଲୋକେ ଛେଳି ମାନଙ୍କୁ ଉଦ୍ଧାର କରି ନେଇଥିବା ଜାଣିବାକୁ ମିଳିଛି। ଏହି ଘଟଣା ଆଜି ବାଙ୍ଗିରିପୋଷି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ା
ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଲକ୍ଷ୍ମୀକାନ୍ତ କଲେଜର ଅନତିଦୂରରେ ଥିବା ବୁଢାବଳଙ୍ଗ ନଦୀକୁ ନିକଟସ୍ଥ ଚାଉଳଘୋରୀ ଗ୍ରାମର ଉପେନ୍ଦ୍ର ସିଂ ଏବଂ ଦେବେନ୍ଦ୍ର ସିଂ ନାମକ ୨ସମ୍ପର୍କୀୟ ଭାଇ ସୋମବାର ମଧ୍ୟାହ୍ନ ପାଖାପାଖି ଗାଧୋଇବାକୁ ଯାଇଥିଲେ ା ତେବେ ନଈ ମଝିରେ ଥିବା ଏକ ପଥରରେ ୨ଟି ଛେଳି ଅଟକି ରହିଥିବା ଦେଖି ଅଳ୍ପ ପାଣି ଥିବାରୁ ଛେଳି ଦୁଇଟିକୁ ଉଦ୍ଧାର ପାଇଁ ଉଭୟ ଭାଇ ସେମାନଙ୍କ ପାଖରେ ପହଞ୍ଚତ୍ଥିଲେ। ତେବେ ମାତ୍ର ଅଳ୍ପ କିଛି କ୍ଷଣକ ମଧ୍ୟରେ ହଠାତ ଉପରମୁଣ୍ଡରୁ ବୁଢାବଳଙ୍ଗରେ ପ୍ରଖର ବେଗରେ ମାଡି ଆସିଲା ବନ୍ୟା ଜଳ। ଫଳରେ ପାଣିର ପ୍ରଖରତା ଯୋଗୁଁ ଉଭୟ ଆଉ କୂଳକୁ ଫେରି ପାରି ନ ଥିଲେ ଏବଂ ମଝି ନଈରେ ଛେଳି ସହ ଦୁଇ ଭାଇ ଫଶି ରହିଲେ। କେତେକ ସ୍ଥାନୀୟ ଲୋକେ ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସାହସ ଜୁଟାଇ ପାରିନଥିଲେ। ଅନ୍ୟପକ୍ଷେ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣିର ସୁଅ କମି ନଥିଲା। ପ୍ରାୟ ୧ଘଣ୍ଟା ପାଖାପାଖି ସମୟ ପରେ ଖବର ପାଇ ବାଙ୍ଗିରିପୋଷି ଅଗ୍ନିଶମ ଅଧିକାରୀ ପ୍ରଦୀପ ପାତ୍ରଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚତ୍ଲେ। ସୁଅ ଅଧିକ ଥିବାରୁ ସଙ୍ଗେ ସଙ୍ଗେ ସେମାନଙ୍କ ନିକଟକୁ ପହଞ୍ଚତ୍ବା ସମ୍ଭବପର ହୋଇ ନ ଥିଲା ା ତେବେ ଅଗ୍ନିଶମ କର୍ମଚାରୀ ମାନେ ଉଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ହଠାତ ଜଣକ ପରେ ଜଣେ ୨ ଭାଇ ନଈକୁ ଡିଆଁ ମାରିଦେଇଥିଲେ। ତେବେ ପାଣି ସୁଅରେ କିଛି ଦୂର ଭାସିବା ପରେ ଉଭୟ ନିରାପଦ ଭାବେ କୂଳରେ ପହଞ୍ଚତ୍ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?