ଏଇ ଭାରତରେ

ଭାରତରେ ଥିବା ସ୍କୁଲଗୁଡ଼ିକରେ ସ୍ପିଚ୍‌ ଥେରାପୀ, ଓରାଲିଜମ ଏବଂ ଲିପ୍‌-ରିଡିଂ ଦ୍ୱାରା ବଧିରମାନଙ୍କୁ ଶିକ୍ଷା ଦିଆଯାଉଥିଲେ ମଧ୍ୟ ଶିକ୍ଷାକ୍ଷେତ୍ର ଓ ଏମାନଙ୍କ ମଧ୍ୟରେ ଏକ ବଡ଼ ଦୂରତା ରହିଯାଉଛି। ଏମାନଙ୍କ ଉପରେ ପାଠ୍ୟପୁସ୍ତକ ବୋଝ ବି ରହିଛି। ଏଣୁ ଜାନଭୀ ଜୋଷୀ ଓ ନୂପୁର କିର୍ଲୋସ୍କର ଏକ ଟେକ୍‌ନୋଲୋଜି ବିକାଶ କରି ଏମାନଙ୍କୁ ଶିକ୍ଷାଦାନରେ ସାହାଯ୍ୟ କରି ଆସୁଛନ୍ତି। ସେମାନେ ବ୍ଲିଟେକ୍‌ ଇନୋଭେଶନ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ବ୍ଲିଟିଭି, ଯାହା ଏକ ଫ୍ରି ଆଣ୍ଡ୍ରଏଡ ଆପ୍‌ ଏବଂ ଓ୍ବେବ୍‌ ପୋର୍ଟାଲ, ଯେଉଁଥିରେ ରହିଛି ଇଣ୍ଡିଆନ୍‌ ସାଇନ ଲାଙ୍ଗୁଏଜ୍‌ ଏବଂ ବ୍ଲିଟିଭି ଲାଇବ୍ରେରୀ ମାଧ୍ୟମରେ ବଧିରମାନଙ୍କ ଶିକ୍ଷାର ବ୍ୟବସ୍ଥା କରିଛନ୍ତି। ବ୍ଲିଟିଭିରେ ସମ୍ବାଦ, ଆର୍ଥିକ କାରବାର ସମ୍ବନ୍ଧୀୟ ଶିକ୍ଷା, ସାମ୍ପ୍ରତିକ ଘଟଣାବଳୀ, ଗଳ୍ପ, ବିଜ୍ଞାନ, ଇଂରାଜୀ ଓ ସ୍ବାବଲମ୍ବୀ ହେବାର କୌଶଳ ଆଦିକୁ ନେଇ ଭିଡିଓ ରହିଛି। ଏହି ଦୁଇ ବାନ୍ଧବୀ ରହୁଛନ୍ତି ପୁଣେରେ। ଏମାନେ ପୁଣେ ଏମ୍‌ଆଇଟିରେ ପ୍ରଡକ୍ଟ ଡିଜାଇନ୍‌ରେ ଶିକ୍ଷାଲାଭ କରିବା ସମୟରେ ୨୦୧୫ରେ ବ୍ଲିଟେକ୍‌ ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ। ମ୍ୟୁଜିକ ଭାଇବ୍ରେଶନ ମାଧ୍ୟମରେ ବଧିରମାନଙ୍କୁ ଶୁଣିବା ଲାଗି ସେମାନେ ଏକ ସ୍ମାର୍ଟ ଓ୍ବାଚ୍‌ ଡିଜାଇନ କରୁଥିବା ସମୟରେ ଉକ୍ତ ଟେକ୍‌ନୋଲୋଜି ବିକାଶ କରିଥିଲେ। ଏବେ ସୁଦ୍ଧା ଏହି ବ୍ଲିଟେକ୍‌ରେ ୧୨,୦୦୦ ବଧିର ସାମିଲ ହୋଇ ସାରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ୧୨୦୦ ଶିଶୁ। ଏହି ଟେକ୍‌ନୋଲୋଜିରେ ଶିକ୍ଷା ଦେବା ଲାଗି ଜାନଭୀ ଓ ନୂପୁର ୧୦୦ ଜଣ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri