ହୀରାକୁଦ ନିଷିଦ୍ଧାଞ୍ଚଳରେ ଯୁବତୀଯୁବକ

ସମ୍ବଲପୁର,୩୦।୧୨ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳରେ କେତେକ ଯୁବତୀଯୁବକ ଚଳପ୍ରଚଳ କରୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେମାନେ ସେଲ୍ଫି ନେବା ସହ ଫଟୋ ଉତ୍ତୋଳନ କରୁଛନ୍ତି। ଏହାପରେ ହୀରାକୁଦ ଡ୍ୟାମରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଉଛି। ଏ ସମ୍ପର୍କରେ ଓଏଚ୍‌ପିସି ଅଧିକାରୀ ଦେବାଶିଷ ମିଶ୍ର କହିଛନ୍ତି ଯେ, ଭିଡିଓରେ ଭିସୁଟ ଛାତ୍ରୀଛାତ୍ର ଅଛନ୍ତି। ସେମାନଙ୍କ ପାଠ୍ୟକ୍ରମରେ ପ୍ରାକ୍ଟିକାଲ୍‌ କରିବା ପାଇଁ ପାୱାର ପ୍ଲାଣ୍ଟକୁ ପରିଦର୍ଶନ ଲାଗି ଆସିଥିଲେ। ପାୱାର ପ୍ଲାଣ୍ଟରେ ସିଡୀ ଚଢ଼ିବା ସହ ବିଭିନ୍ନ ଯନ୍ତ୍ରାଂଶ ବୁଲି ଦେଖିବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଇଥିଲା। ହେଲେ ଫଟୋ ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବୁଧବାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହେ ହେଲା କର୍ଲିପାର୍ଟ ଜଳ ଯୋଗାଣ ପ୍ରକଳ୍ପ ଅଚଳ: ପିଇବା ପାଣି ପାଇଁ ହନ୍ତସନ୍ତ

ଲୋଇସିଂହା,୨୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ନବଗଠିତ ଏନଏସି ଅଧୀନ କର୍ଲିପାର୍ଟ ଜଳ ଯୋଗାଣ ପ୍ରକଳ୍ପ ଗୋଟିଏ ସପ୍ତାହ ହେଲା ଅଚଳ ହୋଇପଡ଼ିଛି। ପ୍ରକଳ୍ପର କେବୁଲକୁ କେହି ଦୁର୍ବୃତ୍ତ…

ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ: ସ୍ଥାୟୀ ସମାଧାନ ଦାବି

ପଦ୍ମପୁର,୨୪ା୪ (ପ୍ରଦୀପ୍ତ ଦାଶ):ପଦ୍ମପୁରରେ ଚିରାଚରିତ ସମସ୍ୟାରେ ପରିଣତ ହୋଇସାରିଛି ପାନୀୟ ଜଳ ସମସ୍ୟା। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ଏହାର ସ୍ଥାୟୀ…

ଘରେ କେହି ନଥିବା ସୁଯୋଗ ନେଇ ଲୁଟିନେଲେ ଦୁର୍ବୃତ୍ତ, ୩ ଲକ୍ଷ ସହ ସୁନା ଗହଣା…

କଲ୍ୟାଣସିଂହପୁର,୨୪।୪(ଦୀପକ କୁମାର ପରିଡା): ରାୟଗଡା ଜିଲାରେ ଦିନକୁ ଦିନ ଚୋରି ଓ ଲୁଟ୍ ଘଟଣା ବୃଦ୍ଧି ପାଉଛି । କଲ୍ୟାଣସିଂହପୁର ବ୍ଲକର ଦାନୁ ସାହିରେ ଘରେ କେହି…

ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ: ଧାନ ସଂଗ୍ରହ କମିଟି ବୈଠକ ପୂର୍ବରୁ ଘଟିଲା..

ବରଗଡ,୨୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ରହିଛି। ତେବେ ଏହି ବୈଠକ ପୂର୍ବରୁ…

ଯୌତୁକ ପାଇଁ ହତ୍ୟା, ସ୍ତ୍ରୀର ପେଟକୁ ଗୋଇଠା ମାରି ଜୀବନ ନେଇଗଲେ ସ୍ବାମୀ

ମୋରଡ଼ା,୨୪।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଯୌତୁକ ଦାବିରେ ସ୍ତ୍ରୀଙ୍କ ପେଟକୁ ଗୋଇଠା ମାରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସ୍‌ରେ କ୍ରିୟାଂଶ ପାତ୍ର: ଛୁଟୁଛି ଶୁଭେଚ୍ଛାର ସୁଅ

କୃଷ୍ଣପ୍ରସାଦ,୨୪ା୪(କୈଳାସ ଚନ୍ଦ୍ର ପଟ୍ଟନାୟକ):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦଗଡ଼ର ୨ ବର୍ଷ ୪ ମାସର କ୍ରିୟାଂଶ ପାତ୍ର ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି।…

ବର୍ବରତା…ମାଆର ମୁଣ୍ଡ କାଟିଲେ; ବାପା-ଭଉଣୀଙ୍କୁ ଆକ୍ରମଣ କଲେ ଝିଅ, କଟା ମୁଣ୍ଡ ପାଖରେ ରାତିସାରା ଜଗି ବସିଲେ

ନୂଆଦିଲ୍ଲୀ,୨୪ା୪: ଆସାମର ପଶ୍ଚିମ କାର୍ବି ଆଙ୍ଗଲଙ୍ଗ ଜିଲାର ଡେରାମୁଖ ଲାଲୁଙ୍ଗ ଗାଁରୁ ଏକ ବିଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଏଠାରେ ଜଣେ ୧୯ ବର୍ଷୀୟା ଯୁବତୀ…

ଚଳିତ ଶିକ୍ଷାବର୍ଷରେ ଏତିକି ଦିନ ସ୍କୁଲ ଖୋଲା, ଜାଣନ୍ତୁ କେଉଁ ମାସରେ କେତେ ଦିନ…

ଭୁବନେଶ୍ବର,୨୪ା୪(ସୁଚିସ୍ମିତା ସାହୁ):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri